କୁନ୍ତଳା କୁମାରୀ ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
(Kuntala Kumari Acharyaରୁ ଲେଉଟି ଆସିଛି)
କୁନ୍ତଳା କୁମାରୀ ଆଚାର୍ଯ୍ୟ
ଜନ୍ମ ଓ ଜନ୍ମସ୍ଥାନ (1932-02-11) ୧୧ ଫେବୃଆରୀ ୧୯୩୨ (ବୟସ ୯୨)
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିଅଦିନ ମେଘ[୧]
ପୁରସ୍କାରକାଦମ୍ବିନୀ ସାହିତ୍ୟ ସମ୍ମାନ
ଜାନକୀ ଦେବୀ ବଜାଜ ପୁରସ୍କାର
କସ୍ତୁରିବା ଗାନ୍ଧୀ ସମ୍ମାନ
ଜୀବନସାଥୀଶିବ ନାରାୟଣ ଆଚାର୍ଯ୍ୟ
ସନ୍ତାନ

କୁନ୍ତଳା କୁମାରୀ ଆଚାର୍ଯ୍ୟ (ଜନ୍ମ: ୧୧ ଫେବୃଆରୀ ୧୯୩୨) ଜଣେ ଓଡ଼ିଆ ସାହିତ୍ୟିକା[୨] ଓ ସମାଜସେବୀ ।[୩] ୧୯୭୦ ମସିହାର ଚଳଚ୍ଚିତ୍ର ଅଦିନ ମେଘ ତାଙ୍କ ଉପନ୍ୟାସ "ଅଦିନ ମେଘ" ଉପରେ ପର୍ଯ୍ୟବସିତ ଥିଲା ।[୪] ସେ "ସୀମା ଆନ୍ଦୋଳନ", "ଭୂଦାନ ଆନ୍ଦୋଳନ", ନାରୀଶିକ୍ଷା ଆନ୍ଦୋଳନ ଆଦିରେ ଅଂଶଗ୍ରହଣ କରିଥିଲେ । ସମାଜସେବା ପାଇଁ ସେ "ଜାନକୀ ଦେବୀ ବଜାଜ ପୁରସ୍କାର" ଓ "କସ୍ତୁରିବା ଗାନ୍ଧୀ ସମ୍ମାନ" ଆଦିରେ ସମ୍ମାନିତ ହୋଇଛନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

କୁନ୍ତଳା, ଶିବ ନାରାୟଣ ଆଚାର୍ଯ୍ୟଙ୍କୁ ବିବାହ କରିଥିଲେ । ଶିବ ନାରାୟଣ, ଜଣେ କଂଗ୍ରେସ କର୍ମୀ ଥିଲେ ଓ ପୁରୀ ବିଧାନ ସଭା ଆସନରୁ କଂଗ୍ରେସ ପ୍ରାଥୀ ଭାବରେ ନିର୍ବାଚନ ମଧ୍ୟ ଲଢିଥିଲେ ।[୫]

ରଚନାବଳୀ[ସମ୍ପାଦନା]

କୁନ୍ତଳା, ୧୮ଖଣ୍ଡ ପୁସ୍ତକର ରଚୟିତା । ସେଥି ମଧ୍ୟରେ ଉପନ୍ୟାସ, ଗଳ୍ପ ଓ ଅନୁବାଦ ପୁସ୍ତକ ରହିଛି ।

ଉପନ୍ୟାସ[ସମ୍ପାଦନା]

  • ଦୂର ଦିଗନ୍ତ
  • ଜୀବନ ମହାନିଶା
  • ଏକାନ୍ତ ଆପଣାର
  • ତା ପରେ
  • ଅଦିନ ମେଘ

ଗଳ୍ପ[ସମ୍ପାଦନା]

  • ନୀଳ ଅନଳ
  • ହିସାବ ଖାତା

ଅନୁବାଦ[ସମ୍ପାଦନା]

  • ଶେଷରେ
  • ଇଚ୍ଛା ନଇର ସୁଅ
  • ଅଲିଖିତ ଅନୁଲିପି

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କାଦମ୍ବିନୀ ସାହିତ୍ୟ ସମ୍ମାନ - ୨୦୦୯[୬]
  • କଥାକାର ସମ୍ମାନ - ୨୦୧୩ (ଯୁଗଶ୍ରୀ ଯୁଗନାରୀଦ୍ୱାରା ପ୍ରଦତ୍ତ)[୭]
  • ଜାନକୀ ଦେବୀ ବଜାଜ ପୁରସ୍କାର
  • କସ୍ତୁରବା ଗାନ୍ଧୀ ସମ୍ମାନ[୮]
  • ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଶ୍ରେଷ୍ଠ କାହାଣୀ - ୧୯୭୩-୭୪ [୯]
  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ- ୨୦୦୫

ଆଧାର[ସମ୍ପାଦନା]

  1. Indian Cinema. Directorate of Film Festivals, Ministry of Information and Broadcasting. 1994.
  2. The Indian P.E.N. P.E.N. All-India Centre. 1968.
  3. Amal Ghose (1977). Who's who of Indian women, international. National Biographical Centre.
  4. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1994–. ISBN 978-1-135-94325-7.
  5. Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
  6. "Functions & Awards". kadambini.org/. କାଦମ୍ବିନୀ. Retrieved 3 March 2020.
  7. "EVENTs @ Jugashree Juganari". jugashreejuganari.com/. ଯୁଗଶ୍ରୀ ଯୁଗନାରୀ. Retrieved 3 March 2020.
  8. "ଆଢୁଆଳରେ 'ଅଦିନ ମେଘ'ର ନାୟିକ". No. ଧରିତ୍ରୀ ୦୩/୦୩/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଧରିତ୍ରୀ. Retrieved 3 March 2020.
  9. Annual Administration Report of the Tourism & Cultural Affairs Department (Cultural Affairs Wing) for the Year ... 1975.