Jump to content

କର୍ମ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Karma (Odia movie)ରୁ ଲେଉଟି ଆସିଛି)
କର୍ମ
ନିର୍ଦ୍ଦେଶକଅନୁପମ ପଟ୍ଟନାୟକ
ପ୍ରଯୋଜକଅନୁପମ ପଟ୍ଟନାୟକ
ବର୍ଷା ପଟ୍ଟନାୟକ
ସଂଳାପମାନସ ପଡ଼ିହାରୀ
ନିଶାନ୍ତ ମାଝିତିଆ
ଚିତ୍ରନାଟ୍ୟମାନସ ପଡ଼ିହାରୀ
କାହାଣୀମାନସ ପଡ଼ିହାରୀ
କଳାକାରଅନୁଭବ ମହାନ୍ତି
ସୂର୍ଯ୍ୟମୟୀ ମହାପାତ୍ର
ଦିବ୍ୟା ମହାନ୍ତି
ଚୌଧୁରୀ ଜୟପ୍ରକାଶ ଦାସ
ସଙ୍ଗୀତଆଶିଷ ପ୍ରଧାନ
ଚିତ୍ରଗ୍ରହଣଦୀପକ କୁମାର
ସମ୍ପାଦକରଶ୍ମି ରଞ୍ଜନ ଦାଶ
ମୁକ୍ତିଲାଭ ତାରିଖ
୯ ଅକ୍ଟୋବର ୨୦୨୪
ଦେଶ ଭାରତ
ଭାଷାଓଡ଼ିଆ

କର୍ମ ୨୦୨୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକ ମାନସ ପଡ଼ିହାରୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ନିଶାନ୍ତ ମାଝିତିଆ ମାନସଙ୍କ ସହିତ ଏହି କଥାଚିତ୍ରଟିରେ ସଂଳାପ ରଚନା କରିଥିଲେ ।[] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅନୁପମ ପଟ୍ଟନାୟକ ।[] ସଙ୍ଗୀତକାର ଆଶିଷ ପ୍ରଧାନ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି, ସୂର୍ଯ୍ୟମୟୀ ମହାପାତ୍ର ଓ ଦିବ୍ୟା ମହାନ୍ତି ।[] ସନୋଜ କୁମାର, ମନ୍ମୟ ଦେ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିତିଆ, ଉଦିତ ଗୁରୁ, ତାପସ ସରଘରିଆ, ସୁଭଜିତ ଆନନ୍ଦ, ଭବେଶ, ପ୍ରଦୀପ ଦେବତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୨୦୨୪ ମସିହାର ଦୁର୍ଗାପୂଜା ସମୟରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[] ଏହି କଥାଚିତ୍ରଟି ସବୁଠାରୁ ଅଧିକ ଆୟ କରିଥିବା ଓଡ଼ିଆ କଥାଚିତ୍ର ଅଟେ ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଆଶିଷ ପ୍ରଧାନ । ଦୁର୍ଗା ମାଧବ ପଣ୍ଡା, ସୁମିତ ପଣ୍ଡା, ମନୋଜ କୁମାର ପଣ୍ଡା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଆଶିଷ ପ୍ରଧାନ, ମଣ୍ଟୁ ଛୁରୀଆ, ଅନନ୍ୟା ଶ୍ରୀତମ ନନ୍ଦ, ଗୌରବ ଆନନ୍ଦ, ସୌମ୍ୟ ପ୍ରକାଶ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।

କ୍ରମଗୀତକବିଗାୟକସମୟ
1."ଚିରିଂ ଚିରିଂ"ମନୋଜ କୁମାର ପଣ୍ଡାହ୍ୟୁମାନ ସାଗର 
2."ଧତିଂ ଧତିଂ"ସୁମିତ ପଣ୍ଡାମଣ୍ଟୁ ଛୁରୀଆ, ଅନନ୍ୟା ଶ୍ରୀତମ ନନ୍ଦ 
  1. "Ollywood's Dussehra Dhamaka 2024 | Mycitylinks". www.mycitylinks.in (in ଇଂରାଜୀ). Retrieved 2024-10-29.
  2. Kanta, Surya (2024-10-26). "ନୂଆବର୍ଷରେ 'ଦାହାନ୍'". Sambad. Retrieved 2024-10-29.
  3. Bharat, E. T. V. (2024-09-29). "ପୂଜା ବଜାରରେ ଫିଲ୍ମ ଲଢେଇ: ଭିଲେନ ସହ କର୍ମ ଓ 'ଖୋକା ଭାଇ ତମ ପାଇଁ'ର ଟକ୍କର, କିଏ ଜିତିବ ମନ - Odia Film Release On Dussehra 2024". ETV Bharat News. Retrieved 2024-10-29.
  4. "Dussehra 2024 movie bonanza: Odia Cinema gears up for blockbuster revival". www.prameyanews.com (in ଇଂରାଜୀ). Retrieved 2024-10-29.
  5. "Karma Film Collection: ଓଲିଉଡ ଇତିହାସରେ ରେକର୍ଡ କଲା କର୍ମ, ୫ଦିନରେ କଲା ଏତିକି କୋଟିର ବ୍ୟବସାୟ". Zee News (in ହିନ୍ଦୀ). Retrieved 2024-10-29.
  6. "Anubhav Karma Film: କର୍ମ ଫିଲ୍ମର Glimpse ସେୟାର କଲେ ଅନୁଭବ, ନିଜେ କହିଲେ ରିଲିଜ୍ ଡେଟ୍". Zee News (in ହିନ୍ଦୀ). Retrieved 2024-10-29.
  7. "କର୍ମ ସିନେମା ବଡ଼ ପରଦାକୁ ଆସିବା ପୂର୍ବରୁ ଏହି ଗୀତରେ ମନ୍ମୟ ଦେ ଙ୍କ ଭିଡିଓ ହେଲା ଭାଇରାଲ". Zee News (in ହିନ୍ଦୀ). Retrieved 2024-10-29.

ବାହାର ଆଧାର

[ସମ୍ପାଦନା]
  • ଇଣ୍ଟରନେଟ ମୁଭି ଡାଟାବେସରେ କର୍ମ