ଗୋଡ଼ିଆବନ୍ଧ
ଦେଖଣା
(Godiabandhaରୁ ଲେଉଟି ଆସିଛି)
ଗୋଡିଆବନ୍ଧ
(Godiabandha) | |
---|---|
ଗାଆଁ | |
ଦେଶ | India |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ରାୟଗଡ଼ା |
Elevation | 91 m (299 ft) |
Population (2011) | |
• Total | ୯୫୦ |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | OD 18 |
ଗୋଡିଆବନ୍ଧ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ଦିବ୍ୟଦର୍ଶନ ସଙ୍ଘର ପ୍ରତିଷ୍ଠାତା ସଦ୍ଗୁରୁ ଅର୍ଜୁନ ଗମାଙ୍ଗଙ୍କ ଜନ୍ମସ୍ଥାନ ହେଉଛି ଗୋଡିଆବନ୍ଧ । ଗୋଡିଆବନ୍ଧର ଆଦିବାସୀ କର୍ମୀ ଏଗା ସୌରା ଅବିଭକ୍ତ କୋରାପୁଟ ଜିଲ୍ଲାର ଗୁଣୁପୁର ଅଞ୍ଚଳରେ ଭୂଦାନ ଆନ୍ଦୋଳନକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ[୧] ।
ଭୂଗୋଳ
[ସମ୍ପାଦନା]ଗୋଡିଆବନ୍ଧର ଭୌଗୋଳିକ ଅବସ୍ଥାନ ହେଉଛି 19°14′N 83°52′E / 19.23°N 83.87°E.[୨] । ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୯୧ ମିଟର (୨୯୮ଫୁଟ) । ଏହି ଗ୍ରାମ ଜିଲ୍ଲା ସଦର ମହକୁମାଠାରୁ ୫୧ କି.ମି ଉତ୍ତରକୁ ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୨୪୦ କି.ମି ଦୂରରେ ଅବସ୍ଥିତ । ଏହାର ନିକଟତମ ରେଳ ଷ୍ଟେସନ ହେଉଛି ଗୁଣୁପୁର ଏବଂ ନିକଟତମ ବିମାନବନ୍ଦର ଭୁବନେଶ୍ୱର ।
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା ଅନୁଯାୟୀ ଏଠାକାର ମୋଟ ଲୋକସଂଖ୍ୟା ହେଉଛି ୯୫୦। ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୪୭୦ ଏବଂ ମହିଳା ସଂଖ୍ୟା ୪୮୦[୩] ।
ଶିକ୍ଷାନୁଷ୍ଠାନ
[ସମ୍ପାଦନା]ଏଠାକାର ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା:
- ବାସନ୍ତିଦେବୀ ବିଦ୍ୟାପୀଠ
- ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଆଧାର
[ସମ୍ପାଦନା]- ↑ "Odisha Review, February - March - 2013,ପୃଷ୍ଠା-୧୧୦"
- ↑ Falling Rain Genomics, Inc - Rayagada. Fallingrain.com. Retrieved on 2013-02-09.
- ↑ "Population finder-2011 census"
ବାହାର ତଥ୍ୟ
[ସମ୍ପାଦନା]ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |