ଗୋଡ଼ିଆବନ୍ଧ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗୋଡିଆବନ୍ଧ
(Godiabandha)
ଗାଆଁ
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
91 m (299 ft)
Population
 (2011)
 • Total୯୫୦
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD 18

ଗୋଡିଆବନ୍ଧ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ଦିବ୍ୟଦର୍ଶନ ସଙ୍ଘର ପ୍ରତିଷ୍ଠାତା ସଦ୍‌ଗୁରୁ ଅର୍ଜୁନ ଗମାଙ୍ଗଙ୍କ ଜନ୍ମସ୍ଥାନ ହେଉଛି ଗୋଡିଆବନ୍ଧ । ଗୋଡିଆବନ୍ଧର ଆଦିବାସୀ କର୍ମୀ ଏଗା ସୌରା ଅବିଭକ୍ତ କୋରାପୁଟ ଜିଲ୍ଲାର ଗୁଣୁପୁର ଅଞ୍ଚଳରେ ଭୂଦାନ ଆନ୍ଦୋଳନକୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ[୧]

ଭୂଗୋଳ[ସମ୍ପାଦନା]

ଗୋଡିଆବନ୍ଧର ଭୌଗୋଳିକ ଅବସ୍ଥାନ ହେଉଛି 19°14′N 83°52′E / 19.23°N 83.87°E / 19.23; 83.87.[୨] । ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ୯୧ ମିଟର (୨୯୮ଫୁଟ) । ଏହି ଗ୍ରାମ ଜିଲ୍ଲା ସଦର ମହକୁମାଠାରୁ ୫୧ କି.ମି ଉତ୍ତରକୁ ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୨୪୦ କି.ମି ଦୂରରେ ଅବସ୍ଥିତ । ଏହାର ନିକଟତମ ରେଳ ଷ୍ଟେସନ ହେଉଛି ଗୁଣୁପୁର ଏବଂ ନିକଟତମ ବିମାନବନ୍ଦର ଭୁବନେଶ୍ୱର

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁଯାୟୀ ଏଠାକାର ମୋଟ ଲୋକସଂଖ୍ୟା ହେଉଛି ୯୫୦। ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୪୭୦ ଏବଂ ମହିଳା ସଂଖ୍ୟା ୪୮୦[୩]

ଶିକ୍ଷାନୁଷ୍ଠାନ[ସମ୍ପାଦନା]

ଏଠାକାର ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା:

  • ବାସନ୍ତିଦେବୀ ବିଦ୍ୟାପୀଠ
  • ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]