ଚିନ୍ତାମଣି ପାଣିଗ୍ରାହୀ
ଚିନ୍ତାମଣି ପାଣିଗ୍ରାହୀ | |
---|---|
ମଣିପୁର ରାଜ୍ୟପାଳ | |
କାର୍ଯ୍ୟକାଳ ୧୦ ଜୁଲାଇ ୧୯୮୯ – ୧୯ ମାର୍ଚ୍ଚ ୧୯୯୩ | |
ପୂର୍ବ ଅଧିକାରୀ | କେ ଭି କ୍ରଷ୍ଣା ରାଓ |
ପର ଅଧିକାରୀ | କେ ଭି ରଘୁନାଥ ରେଡ୍ଡୀ |
ସଭ୍ୟ: ୭ମ ଓ ୮ମ ଲୋକ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୯ | |
ପୂର୍ବ ଅଧିକାରୀ | ଶିବାଜୀ ପଟନାଏକ |
ପର ଅଧିକାରୀ | ଶିବାଜୀ ପଟନାଏକ |
ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର |
ସଭ୍ୟ: ଚତୁର୍ଥ ଓ ୫ମ ଲୋକ ସଭା | |
କାର୍ଯ୍ୟକାଳ ୧୯୬୭ – ୧୯୭୭ | |
ପୂର୍ବ ଅଧିକାରୀ | ପୂର୍ଣ୍ଣ ଚନ୍ଦ୍ର ଭଞ୍ଜଦେଓ |
ପର ଅଧିକାରୀ | ଶିବାଜୀ ପଟନାଏକ |
ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର |
ସଭ୍ୟ: ୨ୟ ଲୋକ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୨ | |
ପୂର୍ବ ଅଧିକାରୀ | ଲୋକନାଥ ମିଶ୍ର |
ପର ଅଧିକାରୀ | ବି ମିଶ୍ର |
ନିର୍ବାଚନ ମଣ୍ଡଳୀ | ପୁରୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୨ ମାର୍ଚ୍ଚ ୧୯୨୨ |
ମୃତ୍ୟୁ | ୨୯ ଅପ୍ରେଲ ୨୦୦୦ ଭୁବନେଶ୍ୱର | (ବୟସ ୭୮)
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ୍ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
ଚିନ୍ତାମଣି ପାଣିଗ୍ରାହୀ (୨୨ ମାର୍ଚ୍ଚ ୧୯୨୨–୨୯ ଏପ୍ରିଲ ୨୦୦୦) ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ଜଣେ ସକ୍ରିୟ କର୍ମୀ, ରାଜନୈତିକ ଓ ସାମାଜିକ ନେତା ଥିଲେ । ସେ ୧୯୮୯ରୁ ୧୯୯୩ ପର୍ଯ୍ୟନ୍ତ ମଣିପୁର ରାଜ୍ୟପାଳରୁପେ କାମ କରିଥିଲେ । ଭାରତର ଓଡ଼ିଶା ପ୍ରଦେଶରେ ଥିବା ବିଶ୍ୱନାଥପୁର ଗ୍ରାମର ଶ୍ରୀ ଗୋପିନାଥ ପାଣିଗ୍ରାହୀ ଓ ଶ୍ରୀମତି ଗେଲ୍ହି ଦେଇଙ୍କ ଔରଷରୁ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ଭଗବତୀ ଚରଣ ପାଣିଗ୍ରାହୀ ଓ ପଦ୍ମଭୁଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ସେ କକେଇ-ପୁଅ ଭାଇ(first cousin) ଥିଲେ । ପୂର୍ବତନ ଓଡ଼ିଶାର ମୂଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଆରୀ ଥିଲେ ।
ପ୍ରାକ୍ ଜୀବନ
[ସମ୍ପାଦନା]ସନ ୧୭/୦୫/୧୯୩୮ରେ ରେଭନ୍ସା କଲିଜିଏଟ୍ ସ୍କୁଲର ଅଧ୍ୟକ୍ଷ ଶ୍ରୀ ସୁକାନ୍ତ ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ବିଚ୍ଛିନ୍ନ ଉତ୍କଳ ଅବକାଶ ବାହିନୀର ଚିନ୍ତାମଣି ପାଣିଗ୍ରାହୀ ଜଣେ ସକ୍ରିୟ ସଭ୍ୟ ଥିଲେ । ଓଡ଼ିଶା(ଉତ୍କଳ) ପ୍ରଦେଶର ପୁନର୍ଗଠନ ବେଳେ ସଂଯୁକ୍ତ ନ ହୋଇପାରିଥିବା ଅଞ୍ଚଳମାନଙ୍କରେ ଓଡ଼ିଆ ଭାଷା ଓ ସଂସ୍କୃତିକ୍କୁ ସୁରକ୍ଷା ଦେବା ଏହାର ଲକ୍ଷ ଥିଲା । ଗ୍ରୀଷ୍ମ ଛୁଟି ସମୟରେ ସେ ମେଦିନିପୁର, ବାଙ୍କୁରା, ସିଂହଭୁମି, ସଢ଼େଇକଳା, ଖରସୁଆଁ, ଚାଇଁବସା, ଚକ୍ରଧରପୁର, ତରଳା, ଟିକିଲି ଓ ମଞ୍ଜୁଷା ଆଦି ଅଞ୍ଚଳମାନଙ୍କରେ ବୁଲି ଓଡ଼ିଆରେ ଲୋକଙ୍କ ସହିତ କଥାବାର୍ତ୍ତା କରି ଜାତୀୟ ଏକତା ବଜାୟ ରଖିବାକୁ ପ୍ରବର୍ତ୍ତଉ ଥିଲେ ।
ଅଗଷ୍ଟ ୯, ୧୯୪୨ରେ ହୋଇଥିବା ଆନ୍ଦୋଳନ ସମୟରେ ସେ ରେଭେନ୍ସା କଲେଜଠାରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ପରେ ସେହି କଲେଜ ତ୍ୟାଗ କରିଥିଲେ । ତାଙ୍କର ଉଚ୍ଚ ଶିକ୍ଷା ଓ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିବାର ମୋହ ତାଙ୍କୁ କୋଲକାତା ଟାଣିନେଲା, ଯେଉଁଠାରେ ସେ କଲିକତା ୟୁନିଭରସିଟିର ବିଦ୍ୟାସାଗର କଲେଜରେ ନାମ ଲେଖାଇ ଏମ.ଏ ପାସ୍ କରିଥିଲେ । ପଶ୍ଚିମ ବଙ୍ଗ ଛାତ୍ର କଂଗ୍ରେସ୍ରେ ଯୋଗଦାନ କରି ସେ ରାତିରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ପୋଷ୍ଟର ଓ ହ୍ୟଣ୍ଡବିଲ ଲେଖୁଥିଲେ । ଅଗଷ୍ଟ ୧୬, ୧୯୪୬ରେ ଏକ ବିରାଟ ହିନ୍ଦୁ-ମୁସଲମାନ ଦଙ୍ଗା ସଂଗଠିତ ହୋଇଥିଲା । ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଉତ୍କଳ ବାହିନୀର ଏକ ଶାନ୍ତି ଶୋଭାଯାତ୍ରା ବାହାରି ପଡ଼ିତ ଲୋକଙ୍କୁ ଖାଦ୍ୟ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ ଓ ଏକତାରେ ଜୟ, ବିଭକ୍ତରେ କ୍ଷୟ ସ୍ଲୋଗାନ ଦେଇଥିଲେ ।
ସାମ୍ବାଦିକତା ଓ ରାଜନୀତି
[ସମ୍ପାଦନା]ଏକା ଧାରରେ ସେ ସାମ୍ବାଦିକ, ଲେଖକ ଓ ଶ୍ରମିକ ନେତା ଥିଲେ । "ଦୈନିକ ପ୍ରଜାତନ୍ତ୍ର" (୧୯୪୭–୧୯୫୧) ଓ "ଦୈନିକ ମାତୃଭୂମି" (୧୯୫୧–୧୯୫୬)ର ସେ ସମ୍ପାଦକ ଥିଲେ । ଅଲ୍ ଉତ୍କଳ ବ୍ୟାଙ୍କ ଏମ୍ପଲୟୀ ଆସୋସିଏସନର ସେକ୍ରେଟାରୀ ଓ ୱର୍ଲଡ ଡେମୋକ୍ରାଟିକ ୟୁଥ ଫେଡେରେସନର ପ୍ରେସିଡେଣ୍ଟ ଥିଲେ । ୨ୟ ଲୋକ ସଭାକୁ ୧୯୫୭ରେ ପୁରୀ ନିର୍ବାଚନ ମଣ୍ଡଳୀରୁ ସେ କମ୍ମ୍ୟୁନିଷ୍ଟ ପାର୍ଟି ତରଫରୁ ନିର୍ବାଚିତ ହୋଇଥିଲେ । ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ । ସନ ୧୯୬୭, ୧୯୭୧, ୧୯୮୪ରେ ସେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ପୁନଃ ନିର୍ବାଚିତ ହୋଇଥିଲେ । ଘରୋଇ ବିଭାଗର ରାଜ୍ୟ ମନ୍ତ୍ରୀ (୧୯୮୬–୮୮), ପ୍ରତିରକ୍ଷା ବିଭାଗର ରାଜ୍ୟ ମନ୍ତ୍ରୀ (୧୯୮୮–୮୯) ଓ ମଣିପୁରର ରାଜ୍ୟପାଳ (୧୦/୦୭/୧୯୮୯ରୁ ୧୯/୦୩/୧୯୯୩) ଥିଲେ । ରାଜ୍ୟ ଓ ଲୋକଙ୍କରର ବିକାଶ ନିମନ୍ତେ ତାଙ୍କର ଦାନ ଯୋଗୁ ମଣିପୁରବାସୀ ତାଙ୍କୁ ସ୍ନେହରେ "ଲୋକଙ୍କ ରାଜ୍ୟପାଳ" ଡାକୁଥିଲେ ।
ରଚନାବଳି
[ସମ୍ପାଦନା]- ଚୀନ ପଥେ
- ଗାନ୍ଧିଜୀ ଓ ନିରନ୍ତର ବିପ୍ଳବ
- ଗାନ୍ଧୀ କାହାଣୀ
- ନୂତନ ପ୍ରବାହ[୧]
- ଯୁଗ ସାହିତ୍ୟ (ଓଡ଼ିଆ)
- ଜର୍ନି ଟୁ ବ୍ଲୁ ମାଉଣ୍ଟେନ ("Journey through blue mountain")
- ଲୋକଙ୍କ ସାଥିରେ ("With the people")
ମୃତ୍ୟୁ
[ସମ୍ପାଦନା]ସନ ୨୯/୦୪/୨୦୦୦ରେ ଭୁବନେଶ୍ୱରର କଳିଙ୍ଗ ହସପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।
ବାହାର ଲିଙ୍କ
[ସମ୍ପାଦନା]- http://manipurassembly.nic.in/html/gov_add90(b).htm Archived 2009-08-14 at the Wayback Machine.
- http://ibnlive.in.com/politics/electionstats/candidate/Chintamani%20Panigrahi.html Archived 2012-10-05 at the Wayback Machine.
- ↑ "ଆଜି ଜନ୍ମଦିନ". ସମ୍ବାଦ ୨୨/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୪. Archived from the original on 28 March 2017. Retrieved 22 March 2017.