Jump to content

ଚିନ୍ତାମଣି ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
(Chintamani Panigrahiରୁ ଲେଉଟି ଆସିଛି)
ଚିନ୍ତାମଣି ପାଣିଗ୍ରାହୀ
ମଣିପୁର ରାଜ୍ୟପାଳ
କାର୍ଯ୍ୟକାଳ
୧୦ ଜୁଲାଇ ୧୯୮୯  ୧୯ ମାର୍ଚ୍ଚ ୧୯୯୩
ପୂର୍ବ ଅଧିକାରୀକେ ଭି କ୍ରଷ୍ଣା ରାଓ
ପର ଅଧିକାରୀକେ ଭି ରଘୁନାଥ ରେଡ୍ଡୀ
ସଭ୍ୟ: ୭ମ୮ମ ଲୋକ ସଭା
କାର୍ଯ୍ୟକାଳ
୧୯୮୦  ୧୯୮୯
ପୂର୍ବ ଅଧିକାରୀଶିବାଜୀ ପଟନାଏକ
ପର ଅଧିକାରୀଶିବାଜୀ ପଟନାଏକ
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର
ସଭ୍ୟ: ଚତୁର୍ଥ୫ମ ଲୋକ ସଭା
କାର୍ଯ୍ୟକାଳ
୧୯୬୭  ୧୯୭୭
ପୂର୍ବ ଅଧିକାରୀପୂର୍ଣ୍ଣ ଚନ୍ଦ୍ର ଭଞ୍ଜଦେଓ
ପର ଅଧିକାରୀଶିବାଜୀ ପଟନାଏକ
ନିର୍ବାଚନ ମଣ୍ଡଳୀଭୁବନେଶ୍ୱର
ସଭ୍ୟ: ୨ୟ ଲୋକ ସଭା
କାର୍ଯ୍ୟକାଳ
୧୯୫୭  ୧୯୬୨
ପୂର୍ବ ଅଧିକାରୀଲୋକନାଥ ମିଶ୍ର
ପର ଅଧିକାରୀବି ମିଶ୍ର
ନିର୍ବାଚନ ମଣ୍ଡଳୀପୁରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1922-03-22)୨୨ ମାର୍ଚ୍ଚ ୧୯୨୨
ମୃତ୍ୟୁ୨୯ ଅପ୍ରେଲ ୨୦୦୦(2000-04-29) (ବୟସ ୭୮)
ଭୁବନେଶ୍ୱର
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ୍
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଚିନ୍ତାମଣି ପାଣିଗ୍ରାହୀ (୨୨ ମାର୍ଚ୍ଚ ୧୯୨୨୨୯ ଏପ୍ରିଲ ୨୦୦୦) ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ଜଣେ ସକ୍ରିୟ କର୍ମୀ, ରାଜନୈତିକ ଓ ସାମାଜିକ ନେତା ଥିଲେ । ସେ ୧୯୮୯ରୁ ୧୯୯୩ ପର୍ଯ୍ୟନ୍ତ ମଣିପୁର ରାଜ୍ୟପାଳରୁପେ କାମ କରିଥିଲେ । ଭାରତର ଓଡ଼ିଶା ପ୍ରଦେଶରେ ଥିବା ବିଶ୍ୱନାଥପୁର ଗ୍ରାମର ଶ୍ରୀ ଗୋପିନାଥ ପାଣିଗ୍ରାହୀ ଓ ଶ୍ରୀମତି ଗେଲ୍‌ହି ଦେଇଙ୍କ ଔରଷରୁ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା ଭଗବତୀ ଚରଣ ପାଣିଗ୍ରାହୀ ଓ ପଦ୍ମ‌ଭୁଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ସେ କକେଇ-ପୁଅ ଭାଇ(first cousin) ଥିଲେ । ପୂର୍ବତନ ଓଡ଼ିଶାର ମୂଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଆରୀ ଥିଲେ ।

ପ୍ରାକ୍ ଜୀବନ

[ସମ୍ପାଦନା]

ସନ ୧୭/୦୫/୧୯୩୮ରେ ରେଭନ୍‌ସା କଲିଜିଏଟ୍ ସ୍କୁଲର ଅଧ୍ୟକ୍ଷ ଶ୍ରୀ ସୁକାନ୍ତ ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ବିଚ୍ଛିନ୍ନ ଉତ୍କଳ ଅବକାଶ ବାହିନୀର ଚିନ୍ତାମଣି ପାଣିଗ୍ରାହୀ ଜଣେ ସକ୍ରିୟ ସଭ୍ୟ ଥିଲେ । ଓଡ଼ିଶା(ଉତ୍କଳ) ପ୍ରଦେଶର ପୁନର୍ଗଠନ ବେଳେ ସଂଯୁକ୍ତ ନ ହୋଇପାରିଥିବା ଅଞ୍ଚଳମାନଙ୍କରେ ଓଡ଼ିଆ ଭାଷା ଓ ସଂସ୍କୃତିକ୍କୁ ସୁରକ୍ଷା ଦେବା ଏହାର ଲକ୍ଷ ଥିଲା । ଗ୍ରୀଷ୍ମ ଛୁଟି ସମୟରେ ସେ ମେଦିନିପୁର, ବାଙ୍କୁରା, ସିଂହଭୁମି, ସଢ଼େଇକଳା, ଖରସୁଆଁ, ଚାଇଁବସା, ଚକ୍ରଧରପୁର, ତରଳା, ଟିକିଲିମଞ୍ଜୁଷା ଆଦି ଅଞ୍ଚଳମାନଙ୍କରେ ବୁଲି ଓଡ଼ିଆରେ ଲୋକଙ୍କ ସ‌ହିତ କଥାବାର୍ତ୍ତା କରି ଜାତୀୟ ଏକତା ବଜାୟ ରଖିବାକୁ ପ୍ରବର୍ତ୍ତଉ ଥିଲେ ।

ଅଗଷ୍ଟ ୯, ୧୯୪୨ରେ ହୋଇଥିବା ଆନ୍ଦୋଳନ ସମୟରେ ସେ ରେଭେନ୍‌ସା କଲେଜଠାରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ପରେ ସେହି କଲେଜ ତ୍ୟାଗ କରିଥିଲେ । ତାଙ୍କର ଉଚ୍ଚ ଶିକ୍ଷା ଓ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିବାର ମୋହ ତାଙ୍କୁ କୋଲକାତା ଟାଣିନେଲା, ଯେଉଁଠାରେ ସେ କଲିକତା ୟୁନିଭରସିଟିର ବିଦ୍ୟାସାଗର କଲେଜରେ ନାମ ଲେଖାଇ ଏମ.ଏ ପାସ୍ କରିଥିଲେ । ପଶ୍ଚିମ ବଙ୍ଗ ଛାତ୍ର କଂଗ୍ରେସ୍‌ରେ ଯୋଗଦାନ କରି ସେ ରାତିରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ପୋଷ୍ଟର ଓ ହ୍ୟଣ୍ଡବିଲ ଲେଖୁଥିଲେ । ଅଗଷ୍ଟ ୧୬, ୧୯୪୬ରେ ଏକ ବିରାଟ ହିନ୍ଦୁ-ମୁସଲମାନ ଦଙ୍ଗା ସଂଗଠିତ ହୋଇଥିଲା । ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଉତ୍କଳ ବାହିନୀର ଏକ ଶାନ୍ତି ଶୋଭାଯାତ୍ରା ବାହାରି ପଡ଼ିତ ଲୋକଙ୍କୁ ଖାଦ୍ୟ ଓ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ ଓ ଏକତାରେ ଜୟ, ବିଭକ୍ତରେ କ୍ଷୟ ସ୍ଲୋଗାନ ଦେଇଥିଲେ ।

ସାମ୍ବାଦିକତା ଓ ରାଜନୀତି

[ସମ୍ପାଦନା]

ଏକା ଧାରରେ ସେ ସାମ୍ବାଦିକ, ଲେଖକ ଓ ଶ୍ରମିକ ନେତା ଥିଲେ । "ଦୈନିକ ପ୍ରଜାତନ୍ତ୍ର" (୧୯୪୭–୧୯୫୧) ଓ "ଦୈନିକ ମାତୃଭୂମି" (୧୯୫୧–୧୯୫୬)ର ସେ ସମ୍ପାଦକ ଥିଲେ । ଅଲ୍ ଉତ୍କଳ ବ୍ୟାଙ୍କ ଏମ୍ପଲୟୀ ଆସୋସିଏସନର ସେକ୍ରେଟାରୀ ଓ ୱର୍ଲଡ ଡେମୋକ୍ରାଟିକ ୟୁଥ ଫେଡେରେସନର ପ୍ରେସିଡେଣ୍ଟ ଥିଲେ । ୨ୟ ଲୋକ ସଭାକୁ ୧୯୫୭ରେ ପୁରୀ ନିର୍ବାଚନ ମଣ୍ଡଳୀରୁ ସେ କମ୍ମ୍ୟୁନିଷ୍ଟ ପାର୍ଟି ତରଫରୁ ନିର୍ବାଚିତ ହୋଇଥିଲେ । ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ । ସନ ୧୯୬୭, ୧୯୭୧, ୧୯୮୪ରେ ସେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ପୁନଃ ନିର୍ବାଚିତ ହୋଇଥିଲେ । ଘରୋଇ ବିଭାଗର ରାଜ୍ୟ ମନ୍ତ୍ରୀ (୧୯୮୬–୮୮), ପ୍ରତିରକ୍ଷା ବିଭାଗର ରାଜ୍ୟ ମନ୍ତ୍ରୀ (୧୯୮୮–୮୯) ଓ ମଣିପୁରର ରାଜ୍ୟପାଳ (୧୦/୦୭/୧୯୮୯ରୁ ୧୯/୦୩/୧୯୯୩) ଥିଲେ । ରାଜ୍ୟ ଓ ଲୋକଙ୍କରର ବିକାଶ ନିମନ୍ତେ ତାଙ୍କର ଦାନ ଯୋଗୁ ମଣିପୁରବାସୀ ତାଙ୍କୁ ସ୍ନେହରେ "ଲୋକଙ୍କ ରାଜ୍ୟପାଳ" ଡାକୁଥିଲେ ।

ରଚନାବଳି

[ସମ୍ପାଦନା]
  • ଚୀନ ପଥେ
  • ଗାନ୍ଧିଜୀ ଓ ନିରନ୍ତର ବିପ୍ଳବ
  • ଗାନ୍ଧୀ କାହାଣୀ
  • ନୂତନ ପ୍ରବାହ[]
  • ଯୁଗ ସାହିତ୍ୟ (ଓଡ଼ିଆ)
  • ଜର୍ନି ଟୁ ବ୍ଲୁ ମାଉଣ୍ଟେନ ("Journey through blue mountain")
  • ଲୋକଙ୍କ ସାଥିରେ ("With the people")

ମୃତ୍ୟୁ

[ସମ୍ପାଦନା]

ସନ ୨୯/୦୪/୨୦୦୦ରେ ଭୁବନେଶ୍ୱରର କଳିଙ୍ଗ ହସପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ବାହାର ଲିଙ୍କ

[ସମ୍ପାଦନା]
  1. "ଆଜି ଜନ୍ମଦିନ". ସମ୍ବାଦ ୨୨/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୪. Archived from the original on 28 March 2017. Retrieved 22 March 2017.