ଭୀଷ୍ମ ଏକାଦଶୀ
ଭୀଷ୍ମ ଏକାଦଶୀ | |
---|---|
ନାମ | ଜୟା ଏକାଦଶୀ |
ଅନ୍ୟ ନାମ | ଭୈମୀ ଏକାଦଶୀ, ଭୌମ୍ୟ ଏକାଦଶୀ, |
ପାଳନକାରୀ | ହିନ୍ଦୁ |
ପ୍ରକାର | ଧାର୍ମିକ |
ପର୍ବ ପାଳନ | ବ୍ରତ, ପୂଜା |
ତାରିଖ | ମାଘ ଶୁକ୍ଳ ଏକାଦଶୀ |
୨୦୨୫ ତାରିଖ |
ମାଘ ମାସ ଶୁକ୍ଳପକ୍ଷ ଏକାଦଶୀକୁ ଭୀଷ୍ମ ଏକାଦଶୀ ଭାବେ ପାଳନ କରାଯାଏ ।[୧] ଏହା ଜୟା ଏକାଦଶୀ ବା ଭୈମୀ ଏକାଦଶୀ ଭାବରେ ମଧ୍ୟ ପରିଚିତ । ଭୀଷ୍ମ ଏକାଦଶୀ ତିଥିରେ ବିଷ୍ଣୁ ସହସ୍ରନାମ ସ୍ତୋତର ଜନ୍ମ ହେଇଥିବା କଥିତ ଅଛି । [୨]ଏହି ଦିନ ଉପବାସ ରହି ଭୀଷ୍ମଙ୍କୁ ସ୍ମରଣ ଏବଂ ସାରାଦିନ ବିଷ୍ଣୁସହସ୍ର ନାମ ସ୍ତୋତ୍ର ନାମ ଗାନ କଲେ ଭଗବାନଙ୍କ ଆଶିର୍ବାଦ ମିଳେ ।[୩] ଏହିଦିନ ବିଷ୍ଣୁଙ୍କୁ ପୂଜା ଓ ବନ୍ଦନା କରାଯାଏ । ମକର ସଂକ୍ରାନ୍ତି, ମାଘ ପୂର୍ଣ୍ଣିମା, ମହା ଶିବରାତ୍ରି ପରି ମହାକୁଭର ଅନେକ ସ୍ନାନ ଦିବସ ମଧ୍ୟରେ ଭୀଷ୍ମ ଏକାଦଶୀ ଏକ ପବିତ୍ର ଦିନ ଯେଉଁ କୁମ୍ଭସ୍ନାନ କରାଯାଏ ।
ଓଡ଼ିଶାରେ ଏହି ଏକାଦଶୀ ଦିନ ସାକ୍ଷୀଗୋପାଳର ଶ୍ରୀଗୋପାଳଜୀଉଙ୍କ ଗଜଉଦ୍ଧାରଣ ବେଶ ହୋଇଥାଏ । ଯାଜପୁରରେ ବ୍ୟାସ ସରୋବର ମେଳା ଓ କଣ୍ଟିଲୋର ନୀଳମାଧବଙ୍କ ପୀଠରେ ଭୌମୀ ଏକାଦଶୀ ଯାତ୍ରା ଆରମ୍ଭ ହୁଏ ।
କିମ୍ବଦନ୍ତୀ
[ସମ୍ପାଦନା]ହିନ୍ଦୁ ବିଶ୍ୱାସ ଅନୁଯାୟୀ ଏହି ଏକାଦଶୀର ନାମ ଜୟା ଓ ଏହି ଏକାଦଶୀ ବ୍ରତ କଲେ ପିଶାଚତ୍ୱ ନାଶହୁଏ । ଅର୍ଥାତ ଏହିଦିନ ଶୁଦ୍ଧ, ପବିତ୍ର ଭାବରେ ଉପବାସ ଓ ବିଷ୍ଣୁ ପୂଜନ କଲେ ମଣିଷ ମନରେ ଥିବା ଦୁଷ୍ଟ ପ୍ରବୃତ୍ତିର ବିଲୟ ଘଟେ । ଏହା ପିଶାଚତ୍ୱ ସମ୍ପର୍କରେ ଏକ କିମ୍ବଦନ୍ତୀ ରହିଛି:-
ପଦ୍ମପୁରାଣ ମତେ, ଏକଦା ସ୍ୱର୍ଗପୁରୀରେ ଇନ୍ଦ୍ରଙ୍କ ସମ୍ମୁଖରେ ଗନ୍ଧର୍ବ ଗାନ କରୁଥିଲେ ଏବଂ ଅପ୍ସରାମାନେ ନୃତ୍ୟ କରୁଥିଲେ । ଏହି ଆୟୋଜନରେ ପୁଷ୍ପବତୀ ନାମକ ଏକ ଗନ୍ଧର୍ବ କନ୍ୟା ଏବଂ ମାଲ୍ୟବାନ ନାମକ ଏକ ଯୁବକ ଥିଲେ । ସେ ଦୁହେଁ ପରସ୍ପରପ୍ରତି ମୋହମତ୍ତର ଥିଲେ । କାମ ବାଣ କାରଣରୁ ସେମାନେ ସ୍ଥାନ କାଳ ପାତ୍ର ପ୍ରତି ଅନ୍ଧ ଥିଲେ । ତାଙ୍କର ଟିକିଏ ସାଧାରଣ ବିଚାର ନଥିଲା ଯେ ସେମାନେ ଇନ୍ଦ୍ରଙ୍କ ସଭାରେ ନୃତ୍ୟ ଓ ସଂଗୀତ ପରିବେଷଣ କରୁଛନ୍ତି । ସଭାକଥା ଭୁଲି ଦୁହେଁ ଦୁହିଁଙ୍କ ପ୍ରତି ନିମନ୍ତ୍ରଣ ଦୃଷ୍ଟି ରଖୁଥିଲେ । ଏମିତିକି ମାଲ୍ୟବାନ ନିଜକୁ ଦିୱାନା ରୂପେ ସଜାଇ ଗାଉଥିବା ଗୀତକୁ ମଧ୍ୟ ଭୁଲିଯାଇଥିଲେ ଏବଂ ପୁଷ୍ପବତୀ ପ୍ରେମପାଗଳିନୀ ହେତୁ ନୃତ୍ୟର ତାଳମାନ ବି ଭୁଲି ଯାଉଥିଲେ । ଦେବରାଜ ଇନ୍ଦ୍ର ଭରପୁର ସଭାରେ ସେମାନଙ୍କ ଆଚରଣ ଦେଖି କ୍ରୋଧିତ ହୋଇ ସେମାନଙ୍କୁ ଅଭିଶାପ ଦେଲେ ଯେ ସେ ଦୁହେଁ ପିଶାଚ ଯୋନି ପ୍ରାପ୍ତ କରନ୍ତୁ । ଏତିକି କହି ସେ ସେମାନଙ୍କୁ ସ୍ୱର୍ଗଚ୍ୟୁତ କଲେ । ସେ ଦୁହେଁ ସ୍ୱର୍ଗାରୋହଣ ଦ୍ୱାର ଦେଇ ହିମାଳୟର ବଦ୍ରୀନାଥରେ ପହଞ୍ଚି ସେହି ହିମାଳୟ ଧାମରେ ନିବାସ କଲେ । ସେଠି ଏତେ କଷ୍ଟପାଇଲେ ଯେ ଜୀବନଟା କେମିତି ଉଦାସ ମନେହେଲା । ସୌଭାଗ୍ୟକୁ ଏହି ଏକାଦଶୀ ଦିନ ଦୁହେଁ ଜୀବହିଂସା କଲେ ନାହିଁ । ଖାଦ୍ୟ ଓ ଜଳ ସ୍ପର୍ଶ ବି କଲେ ନାହିଁ ଏବଂ ରାତ୍ରି ଉଜାଗର ରହିଲେ । ଫଳରେ ତାଙ୍କର ପାପ କ୍ଷୟ ହୋଇଗଲା । ସେମାନଙ୍କୁ ସୂଚାଇ ଦିଆଗଲା ଯେ ଯେଉଁଦିନଟି ସେମାନେ ଉପାସରେ ରହି ରାତ୍ରୀ ଉଜାଗର ଥିଲେ, ସେଦିନଟି ଥିଲା ଭୈମୀ ବା ଜୟା ଏକାଦଶୀ । ଏହି ଏକାଦଶୀ କାରଣରୁ ତାଙ୍କ ମୁକ୍ତିର ବାଟ ଫିଟିଗଲା । ଅଲକ୍ଷରେ ଏକାଦଶୀରେ ବ୍ରତ କରି ପୂଣ୍ୟ ଅର୍ଜନ କରିଥିଲେ ଏବଂ ପରଦିନ ନିଜ ଶରୀର ଫେରି ପାଇ ସ୍ୱର୍ଗରେ ବାସ କଲେ ।[୪]
ପୌରାଣିକ
[ସମ୍ପାଦନା]କୌରବ ବଂଶର ଶ୍ରେଷ୍ଠ ତଥା ଯୋଦ୍ଧା, ଜ୍ଞାନୀ, ରାଜଧର୍ମର ଶ୍ରେଷ୍ଠ ପଣ୍ଡିତ ପିତାମହ ଭୀଷ୍ମ ପାଣ୍ଡବମାନଙ୍କୁ ଏହିଦିନ ବିଷ୍ଣୁ ସହସ୍ରନାମ ସ୍ତୋତ ଶିଖେଇଥିଲେ । କୌରବଙ୍କୁ ଯୁଦ୍ଧରେ ପରାସ୍ତକରିବା ଲାଗି କିଛି କୌଶଳ ଶିକ୍ଷାଦେବା ସକାଶେ ପାଣ୍ଡବଙ୍କ ଜ୍ୟେଷ୍ଠଭ୍ରାତା ଯୁଧିଷ୍ଠିର ଶରଶର୍ଯ୍ୟାରେ ଥିବା ଭୀଷ୍ମଙ୍କୁ ନିବେଦନ କରିଥିଲେ । ବିଷ୍ଣୁ ସହସ୍ରନାମ ସ୍ତୋତ୍ର ଜରିଆରେ ଭୀଷ୍ମ ଭଗବାନ ଶ୍ରୀକୃଷ୍ଣଙ୍କର ମହିମା ସମ୍ପର୍କରେ ଅବଗତ କରାଇଥିଲେ । ତା ପରଠୁ ଏହି ସ୍ତୋତ୍ରଗାନ କରି ପାଣ୍ଡବମାନେ ମହାଭାରତ ଯୁଦ୍ଧରେ ବିଜୟୀ ହୋଇଥିଲେ ।[୫]
ଆଧାର
[ସମ୍ପାଦନା]- ↑ ShreeDarshan.com: Bhishma Ekadashi Archived 2013-02-24 at the Wayback Machine., accessdate: 2/2/2015
- ↑ "ଆର୍କାଇଭ୍ କପି". Archived from the original on 2013-02-24. Retrieved 2013-02-23.
{{cite web}}
: Cite has empty unknown parameter:|1=
(help) - ↑ http://www.mypanchang.com/bhishmaekadashi.php
- ↑ ମହାନ୍ତି, ବିପିନବିହାରୀ (1 February 2015). "ଜୟା ଏକାଦଶୀ" (PDF). ପର୍ଯ୍ୟବେକ୍ଷକ. Archived from the original (PDF) on 5 March 2016. Retrieved 3 February 2015.
- ↑ http://www.templesindia.org/index.php?option=com_content&view=article&id=61:bhishma-ekadasi&catid=38:hindu-festivals&Itemid=61[permanent dead link]