ହେଲୋ- ଇନ୍ ଲଭ୍

ଉଇକିପିଡ଼ିଆ‌ରୁ
ହେଲୋ- ଇନ୍ ଲଭ୍
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକନିରଞ୍ଜନ ନାୟକ
ପୂର୍ଣ୍ଣଚନ୍ଦ୍ର ନାୟକ
ସଂଳାପସୁଶାନ୍ତ ମଣି
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀସୁଶାନ୍ତ ମଣି
କଳାକାରସୁଧାଂଶୁ ନାରାୟଣ ଦାଶ
ସୁଶ୍ରୀ ରଥ
ସମରେଶ ରାଉତରାୟ
ଅପରାଜିତା ମହାନ୍ତି
ପ୍ରିୟଙ୍କା ମହାପାତ୍ର
ହର ରଥ
ପୃଥୀରାଜ
ସଙ୍ଗୀତବିଶ୍ୱସ୍ୱରୂପ ମହାପାତ୍ର
ଚିତ୍ରଗ୍ରହଣସୀତାଂଶୁ ମହାପାତ୍ର
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୨୫ ଡିସେମ୍ବର ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ହେଲୋ- ଇନ୍ ଲଭ୍, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ନିରଞ୍ଜନ ନାୟକ ଏବଂ ପୂର୍ଣ୍ଣଚନ୍ଦ୍ର ନାୟକ । ନାୟକ ଫିଲ୍ମ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହୋଇଥିଲା ଏହି କଥାଚିତ୍ରଟି । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରରର ନିର୍ଦ୍ଦେଶନା ଦେଇଥିଲେ ।[୧] ସୁଶାନ୍ତ କଥାଚିତ୍ରଟିର କାହାଣୀ, ସଂଳାପ ମଧ୍ୟ ଲେଖିଥିଲେ । ଗୀତିକାର ଦେବିଦତ୍ତ ମହାନ୍ତି ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ଏବଂ ବିଶ୍ୱସ୍ୱରୂପ ମହାପାତ୍ର କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ସୁଧାଂଶୁ ନାରାୟଣ ଦାଶ[୩] ଏବଂ ନବାଗତା ସୁଶ୍ରୀ ରଥ ।[୧] ସମରେଶ ରାଉତରାୟ, ଅପରାଜିତା ମହାନ୍ତି, ପ୍ରିୟଙ୍କା ମହାପାତ୍ର, ହର ରଥ, ପୃଥୀରାଜ ଆଦି କଳାକାରମାନେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ସୁବ୍ରତ ଚାର୍ଟାର୍ଜୀ (ସୁଧାଂଶୁ ନାରାୟଣ ଦାସ), ଜଣେ ବଙ୍ଗାଳୀ ବଂଶୀବାଦକ । ତାଙ୍କ ମାଆ ଜଣେ ଓଡ଼ିଆ ଆଉ ବାପା ବଙ୍ଗାଳୀ, ତେଣୁ ସେ ଓଡ଼ିଆ ବୁଝିପାରନ୍ତି । ସେ ପୁରୀ ଆସିଥିଲେ ହୋଟେଲରେ ବଂଶୀ ବଜାଇବା ପାଇଁ । ସ୍ୱପ୍ନା (ସୁଶ୍ରୀ ରଥ) ଜଣେ +୩ ଛାତ୍ରୀ । ତା' ଭାଇ, ସୀତାଂଶୁ ତା'ର ବାହାଘର ଜଣେ ଆମେରିକାରେ ରହୁଥିବା ପିଲା ସ‌ହ ଠିକ୍ କରିଥିଲା । ସ୍ୱପ୍ନା ସୁବ୍ରତ ବଂଶୀର ସ୍ୱରକୁ ବ‌ହୁତ ଭଲ ପାଏ, ମାତ୍ର ସେ ଜାଣିନଥାଏ ସେ କିଏ ବୋଲି ଆଉ ତା'କୁ ମନେ ମନେ ଭଲ ପାଇବସେ ମଧ୍ୟ । ସ୍ୱପ୍ନାର ଭାଇ ସୁବ୍ରତକୁ ଏକ ହୋଟରେ ବଂଶୀ ବଜାଇବା କାମରେ ଲଗାଇଦେଇଥିଲା । ସେ ଦୁଇଜଣ ବନ୍ଧୁ ହେଇଯିବା ପରେ ସୁବ୍ରତ କେବେ କେବେ ସ୍ୱପ୍ନାର ଘରକୁ ଆସେ ଆଉ ସ୍ୱପ୍ନା ତାକୁ ଯାହା କୁହେ ସେ ଯାଇକି ଆଉ ଜଣଙ୍କ ପାଖରୁ ତା'ର ଓଡ଼ିଆ ଅର୍ଥ ବୁଝେ । ମାତ୍ର ସେ ସେହି ସବୁର ଅର୍ଥକୁ ଭୁଲ କ‌ହିଦେଇଥାଏ । ସେଥିପାଇଁ ସୁବ୍ରତ ସ୍ୱପ୍ନାର ପ୍ରେମରେ ପଡ଼ିଯାଏ । ମାତ୍ର ଥରେ ସେ ସ୍ୱପ୍ନାର ଘରକୁ ଆସିଥିଲାବେଳେ ସ୍ୱପ୍ନାର ବାହାଘର ବିଷୟରେ ଜାଣେ ଆଉ ତା' ପରଠାର ସେ ତା'ଠାରୁ ଦୂରେଇ ଦୂରେଇ ରହେ । ମନ ଦୁଃଖ ପାଇଁ ସେ ମଧ୍ୟ ବଂଶୀ ବଜାଇବା ବନ୍ଦ କରିଦିଏ, ଫଳରେ ସ୍ୱପ୍ନା ଖାଇବା ପିଇବା ବନ୍ଦ କରିଦିଏ ଆଉ ତା'ର ଦେହ ଖରାପ ହେଇଯାଏ । ଏହା ଜାଣିବା ପରେ ସୁବ୍ରତ ପୁଣିଥରେ ବଂଶୀ ବଜାଏ । ଆଉ ସ୍ୱପ୍ନା ସୁବ୍ରତକୁ ସେ ବଂଶୀବାଦକୁ ଖୋଜିବାକୁ କୁହେ । ଆଉ ପରେ ସୁବ୍ରତ ସ୍ୱପ୍ନା ଆଗରେ ତା'ର ପ୍ରେମ କଥା କୁହେ, ମାତ୍ର ସ୍ୱପ୍ନା ତାକୁ ଅସ୍ୱୀକାର କରେ ।

ସୁବ୍ରତ ଯେଉଁ ହୋଟେଲରେ ବଂଶୀ ବଜାଉଥିଲା, ସେଠାରେ ମଧ୍ୟ ଲୋକ କମିଯାବା ଫଳରେ ସେ ଏକ ବ୍ୟାଙ୍କ‌ର କିଛି ଉତ୍ସବରେ ବଂଶୀ ବଜାଇବା ପାଇଁ ତା'ର ରେକର୍ଡ଼ିଂ ଦେଇକି ଆସିଥାଏ । ସେଠାରେ ସେହି ରେକର୍ଡ଼ିଂ ବାଜୁଥିବାବେଳେ ସ୍ୱପ୍ନା ଯାଇଥାଏ ଆଉ ସେ ତା'ର ଫୋନ ନମ୍ବର ମାଗିକି ନିଏ । ଆଉ ସେ ସୁବ୍ରତକୁ ଫୋନ କରିବାପରେ ଯେତେବେଳେ ତା'ର ପରିଚୟ ଦିଏ, ସେତେବେଳେ ସେ ଆଉ କିଛି କ‌ହେନି କି ତା'ର ଉତ୍ତର ଦିଏନି । ସେ ସ୍ଥିର କରେ କି ସେ ପୁଣିଥରେ କଲିକତା ଫେରିଯିବ । ସେ ଯିବାପୂର୍ବରୁ ସୀତାଂଶୁକୁ ଦେଖାକରିବାକୁ ତା'ର ଘରକୁ ଯାଇଥାଏ, ମାତ୍ର ସେ ନ ଥିବାରୁ ସେ ସ୍ୱପ୍ନା ସ‌ହ ଦେଖାକରେ ଏବଂ ସେଦିନ ପାଇଁ ସ୍ୱପ୍ନାଠାରୁ କ୍ଷମା ମାଗେ । ଏହାପରେ ସେ ସ୍ୱପ୍ନାର ଶୁଭମାନସୀ ତା'ଠାରୁ ବିଦାୟ ନେଇଯାଏ । ମାତ୍ର ସେ ଯିବାପରେ ସେଦିନ ରାତିରେ ତା'ର ଗୋଟିଏ କାର୍ଯ୍ୟକ୍ରମରେ ସ୍ୱପ୍ନା ତାକୁ ପାଇଯାଏ । ଏହାପରେ ସୁବ୍ରତ କଲିକତା ଚାଲିଯାଏ ଆଉ ଦୁହେଁ ମୋବାଇଲେ କଥାବାର୍ତ୍ତା କରନ୍ତି । ସେମାନଙ୍କ ସମ୍ପର୍କ ବିଷୟରେ କିନ୍ତୁ ତା'ର ଭାଇ ଜାଣିଯାଏ, ସେଥିପାଇଁ ତା' ଭାଇ ତା' ମୋବାଇଲ ନେଇଯାଏ ଆଉ ତା' ମାଆ ତା'ର କଲେଜ ଆଉ ଡ୍ୟାନ୍ସ କ୍ଲାସ ବନ୍ଦ କରିଦିଏ । ଆଉ ତା' ଭାଇ ତା'ର ବାହାଘର ଜୁନ ବଦଳରେ ଫେବୃଆରୀରେ କରାଇଦେବାକୁ ଚାହେଁ ।

ସେତେବେଳେ ସେ ସୁବ୍ରତକୁ ଫୋନ କରିବାକୁ ଚାହେଁ ମାତ୍ର ତା'ଠାରୁ କିହି ଉତ୍ତର ମିଳେନି । ମାତ୍ର ତା' ଭାଇ ସୁବ୍ରତ ଆଉ ତା'ର ବାହାଘର ପାଇଁ ସବୁ ବନ୍ଦୋବସ୍ତ କରିଦେଇଥାଏ । ଆଉ ସେ ସୁବ୍ରତ ସ‌ହ ତା'ର ବାହାଘର ପାଇଁ ମଧ୍ୟ ସେହି ଦିନ ନିର୍ଦ୍ଧାରଣ କରିଥିଲା । ସେତେବେଳକୁ ସୁବ୍ରତ ଏକ ବଡ଼ କଳାକାର ହୋଇସାରିଥାଏ । ଏହାପରେ ସୁବ୍ରତର ମାଆ (ଅପରାଜିତା ମହାନ୍ତି) ଏବଂ ବାପା (ପୃଥୀରାଜ) ଆସି ସ୍ୱପ୍ନା ଏବଂ ସୁବ୍ରତର ବାହାଘର କରାନ୍ତି ।

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ସଙ୍ଗୀତ ନିର୍ଦ୍ଦେଶକ ବିଶ୍ୱସ୍ୱରୂପ ମହାପାତ୍ର କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଗୀତିକାର ଦେବିଦତ୍ତ ମହାନ୍ତି ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଇରା ମହାନ୍ତି, ଯସସ୍ୱିନୀ ନାୟକ, ସାର୍ଥକ କୁମାର, ଅସୀମା ପଣ୍ଡା, ସଶାଙ୍କ, ବିଶ୍ୱସ୍ୱରୂପ ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

All lyrics written by ଦେବିଦତ୍ତ ମହାନ୍ତି.

କ୍ରମଗୀତଗାୟକସମୟ
1."ସମୟ ରହିଯା ଟିକେ"ଯସସ୍ୱିନୀ ନାୟକ, ସାର୍ଥକ କୁମାର 
2."ଲାଗେନା ଭଲ ଲାଗେନା"ଅସୀମା ପଣ୍ଡା, ସଶାଙ୍କ 
3."ଲାଗେରେ"ଯସସ୍ୱିନୀ ନାୟକ 
4."ହେଲୋ ହେଲୋ"  

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଦୁଇ ନାୟିକାଙ୍କ ସହ ଆସୁଛନ୍ତି ଏହି ଓଲିଉଡ ନାୟକ". sambad.in. 12 January 2018. Retrieved 15 March 2018.
  2. "Hello - In Love". Odia Movie Database. Archived from the original on 19 July 2017. Retrieved 11 August 2017.
  3. "ସୋନୁଙ୍କ ନିୟତି". ସମ୍ବାଦ (ରବିବାର). 29 January 2023. p. 8. Archived from the original on 11 February 2023. Retrieved 11 February 2023.
  4. "ସାନୁଙ୍କ 'ନିୟତି'". ପ୍ରମେୟ. No. ଭୁବନେଶ୍ୱର. 8 February 2023. p. 22. Archived from the original on 11 February 2023. Retrieved 11 February 2023.
  5. "ଦୁଇ ଜଣଙ୍କ ସହ ରୋମାନ୍‌ସ କରୁଛନ୍ତି ଏହି ଓଲିଉଡ ନାୟକ". sambad.in. 24 May 2018. Retrieved 6 June 2018.

ବାହାର ଆଧାର[ସମ୍ପାଦନା]