ହାଏ କୃଷ୍ଣ
ହାଏ କୃଷ୍ଣ | |
---|---|
ନିର୍ଦ୍ଦେଶକ | ହାପି ଚନ୍ଦନ |
ପ୍ରଯୋଜକ | ମନୋଜ ମିଶ୍ର, ଚିନ୍ମୟ ମିଶ୍ର |
ସଂଳାପ | ପ୍ରଣବ ରଥ |
ଚିତ୍ରନାଟ୍ୟ | ହାପି ଚନ୍ଦନ |
କାହାଣୀ | ପ୍ରଣବ ରଥ |
କଳାକାର | ଶୈଳେନ୍ଦ୍ର ସାମନ୍ତରାୟ ଜସ୍ମିନ ରଥ ମନୋଜ ମିଶ୍ର ସୁକାନ୍ତ ରଥ ରାକ୍ଷୀ ଦାଶ ଶ୍ୱେତା ଆଚାର୍ଯ୍ୟ |
ସଙ୍ଗୀତ | ବନି-ଗୌରବ |
ଚିତ୍ରଗ୍ରହଣ | ବିଶ୍ୱଜିତ କୁଲଡି |
ସମ୍ପାଦକ | ହାପି ଚନ୍ଦନ |
ମୁକ୍ତିଲାଭ ତାରିଖ | ୧୪ ଅଗଷ୍ଟ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ହାଏ କୃଷ୍ଣ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମନୋଜ ମିଶ୍ର ଓ ଚିନ୍ମୟ ମିଶ୍ର । ପ୍ରଣବ ରଥ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ହାପି ଚନ୍ଦନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶୈଳେନ୍ଦ୍ର ସାମନ୍ତରାୟ ଓ ଜସ୍ମିନ ରଥ । ମନୋଜ ମିଶ୍ର, ସୁକାନ୍ତ ରଥ, ରାକ୍ଷୀ ଦାଶ, ଶ୍ୱେତା ଆଚାର୍ଯ୍ୟ, ଆକାଶ, ବାପି, ମାମୁନି ବାରିକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୨୦୨୨ ମସିହା ଅଗଷ୍ଟ ୧୪ ତାରିଖରେ ଏହି କଥାଚିତ୍ରଟି ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।[୧][୨]
ଅଭିନୟ
[ସମ୍ପାଦନା]- ଶୈଳେନ୍ଦ୍ର ସାମନ୍ତରାୟ - ଜିତ୍
- ଜସ୍ମିନ ରଥ[୩] - ଅନୁ
- ମନୋଜ ମିଶ୍ର - ପୋଲିସ ଅଧିକାରୀ
- ସୁକାନ୍ତ ରଥ - ଜିତ୍ର ବାପା
- ରାକ୍ଷୀ ଦାଶ - ଅନୁର ମା'
- ଶ୍ୱେତା ଆଚାର୍ଯ୍ୟ - ମହାବିଦ୍ୟାଳୟ ଅଧକ୍ଷା
- ଶୁଭ୍ରାଂଶୁ ନାୟକ - ଅନୁର ବାପା
- ଆକାଶ ହୋତା - ପିନା
- ବାପି
- ମାମୁନି ବାରିକ - ଜିତ୍ର ମା'
- ମନ୍ନତ ମଲ୍ଲିକ - କ୍ରିଷ୍ଣା
- ସର୍ବେଶ୍ୱର ସୁତାର - କଲେଜ ପିଅନ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବନି-ଗୌରବ । ସୁମିତ ପଣ୍ଡା, ସତ୍ୟରଞ୍ଜନ ବଳ,ସ୍ଥିତ ପଟ୍ଟନାୟକ, ସନ୍ଦୀପ ପଣ୍ଡା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ପପୁ ପମ ପମ, ଅର୍ପିତା ଚୌଧୁରୀ, ଗୌରବ ଆନନ୍ଦ, କୁଳଦୀପ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ସବୁ ଫିଲ୍ମ ଫିଲ୍ମ ଲାଗୁଚି" | ଅର୍ପିତା ଚୌଧୁରୀ, କୁଳଦୀପ ପଟ୍ଟନାୟକ | ୩:୪୦ |
2. | "ହିରୋ ଟୋକା ସେ ଆମର" | ଗୌରବ ଆନନ୍ଦ | ୩:୨୦ |
3. | "ଶୋ'ରେ ବାୟା ତୁ" | ପପୁ ପମ ପମ | ୩:୩୯ |
4. | "ତୋ କଥା ଭାବି ହସେ" | ଗୌରବ ଆନନ୍ଦ | ୪:୫୮ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଶୈଳେନ୍ଦ୍ରଙ୍କ ଆଶା". ସକାଳ. No. ଭୁବନେଶ୍ୱର. 7 August 2022. p. ୨. Archived from the original on 3 November 2022. Retrieved 3 November 2022.
- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ Das, Rashmi Rekha (27 July 2022). "Actress Jasmine can do anything for the sake of her love!". OTV News (in English). Archived from the original on 3 December 2022. Retrieved 3 December 2022.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ହାଏ କୃଷ୍ଣ