ସୀତା ବିବାହ
ସୀତା ବିବାହ | |
---|---|
ନିର୍ଦ୍ଦେଶକ | ମୋହନ ସୁନ୍ଦର ଦେବ ଗୋସ୍ୱାମୀ |
ପ୍ରଯୋଜକ | ମୋହନ ସୁନ୍ଦର ଦେବ ଗୋସ୍ୱାମୀ[୧] |
ସଂଳାପ | କାମପାଳ ମିଶ୍ର[୨] |
କାହାଣୀ | କାମପାଳ ମିଶ୍ର |
କଳାକାର | ମାଖନଲାଲ ବାନାର୍ଜୀ, ପ୍ରଭାବତୀ ଦେବୀ, ଅଦ୍ୱୈତ ଚରଣ ମହାନ୍ତି |
ସଙ୍ଗୀତ | ହରିଚରଣ ମହାନ୍ତି |
ମୁକ୍ତିଲାଭ ତାରିଖ | ୨୮ ଅପ୍ରେଲ ୧୯୩୬[୩] |
କଥାଚିତ୍ରର ସମୟ | ୨ଘଣ୍ଟା ୩୦ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୨୯ ହଜାର ୭୮୧ ଟଙ୍କା ୧୦ ଅଣା [୪] |
ସୀତା ବିବାହ ପ୍ରଥମ ଓଡ଼ିଆ କଥାଚିତ୍ର ।[୫] ୧୯୩୬ ମସିହା ଅପ୍ରେଲ ୨୮ତାରିଖରେ ପୁରୀର ଲକ୍ଷ୍ମୀ ସିନେମା ହଲରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା ।[୬] ଧ୍ୱନି ଥାଇ ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ।[୭]
କଳାଧଳା ଚଳଚ୍ଚିତ୍ରଟି ଥିଲା ସବାକ । ଉଲ୍ଲେଖଯୋଗ୍ୟ ଯେ, ଆମରାଜ୍ୟରେ ନିର୍ବାକ ଚଳଚ୍ଚିତ୍ର ଆଦୌ ନିର୍ମାଣ ହୋଇନଥିଲା । ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ଓଡ଼ିଶାବାସୀ ସୀତା ବିବାହ ମାଧ୍ୟମରେ ପ୍ରଥମ ସିନେମାର ସ୍ୱାଦ ଚାଖିଥିଲେ ।
କଥାଚିତ୍ରରେ ଚଉଦଟି ଗୀତ ଥିଲା ଓ ସେଗୁଡ଼ିକୁ ଅଭିନୟ କରିଥିବା କଳାକାର ମାନେହିଁ ଗାୟନ କରିଥିଲେ । ଏଥିରେ ଥିବା ୧୨ଟି ଗୀତକୁ ମୋହନ ସୁନ୍ଦର ରଚନା କରିଥିଲେ ।[୮]ରାମ ଓ ସୀତାଙ୍କ ବିବାହ ଉପରେ ଆଧାରିତ ଏହି ୧୨ରିଲ ବିଶିଷ୍ଟ ।[୯] କଲିକତାରେ ପ୍ରଦର୍ଶନ କରିବାକୁ ନେବା ଅବସରରେ ଅଗ୍ନିକାଣ୍ଡ ଯୋଗୁଁ ଏହାର ସମସ୍ତ ରିଲ ପୋଡ଼ି ନଷ୍ଟ ହେଇଯାଇଥିଲା ।[୧୦]
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ସୀତା ବିବାହ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[୧୧][୧୨]
- ମାଖନଲାଲ ବାନାର୍ଜୀ- ରାମ
- ପ୍ରଭାବତୀ ଦେବୀ- ସୀତା
- ଅଦ୍ୱୈତ ଚରଣ ମହାନ୍ତି- ଲକ୍ଷ୍ମଣ[୧୩]
- ମୋହନ ସୁନ୍ଦର ଦେବ ଗୋସ୍ୱାମୀ- ବିଶ୍ୱାମିତ୍ର
- ନରସିଂହ ନନ୍ଦ ଶର୍ମା- ନାଉରୀ
- କୃଷ୍ଣଚନ୍ଦ୍ର ସିଂହ
- ବୁଦ୍ଧିମତୀ
- ରାଧାରାଣୀ
- ଲକ୍ଷ୍ମୀପ୍ରିୟା
- ରାମଚନ୍ଦ୍ର ଲାଲ
ନିର୍ମାଣ
[ସମ୍ପାଦନା]୧୯୩୫ ମସିହା ପ୍ରଥମ ଭାଗରେ ପୁରୀଠାରେ କଳାକାରମାନେ ଅଭ୍ୟାସ ଆରମ୍ଭ କରିଥିଲେ । ସେହିବର୍ଷ ଜୁଲାଇ ୨୯ରେ ମୋହନ ସୁନ୍ଦର ସମସ୍ତଙ୍କୁ ଧରି କଲିକତା ଯାତ୍ରା କରିଥିଲେ । ସେପ୍ଟେମ୍ବର ୧୯ରେ କଲିକତାଠାରେ ଚିତ୍ର ଗ୍ରହଣ ଆରମ୍ଭ ହୋଇଥିଲା । ୨୩ ମାର୍ଚ୍ଚ ୧୯୩୬ରେ ନିର୍ମାଣ ଶେଷ ହୋଇଥିଲା । ମାସକ ପରେ ଦର୍ଶକ ଏହାକୁ ଦେଖିବାକୁ ପାଇଥିଲେ । ଚଳଚ୍ଚିତ୍ରଟିରେ ସମୁଦାୟ ଖର୍ଚ୍ଚ ହୋଇଥିଲା ୨୯ ହଜାର ୭୮୧ ଟଙ୍କା ୧୦ ଅଣା । ମୋହନ ସୁନ୍ଦର ଦେବ ଗୋସ୍ୱାମୀ ନିଜ ଘର ବନ୍ଧକ ରଖି ଏହି ଅର୍ଥ ଯୋଗାଡ କରିଥିଲେ ।[୧୪] ମାଖନଲାଲ ବାନାର୍ଜୀ, ରାମ ଚରିତ୍ରରେ ଅଭିନୟ କରିବା ପାଇଁ ୧୨୦ ଟଙ୍କା, ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଥିବା ଆଦିତ୍ୟ ବଲ୍ଲଭ ମହାନ୍ତି ଯିବା ଆସିବା ଖର୍ଚ୍ଚ ପାଇଁ ୩୫ଟଙ୍କା ଓ ପ୍ରଭାବତୀ ଦେବୀ ସୀତା ଚରିତ୍ରରେ ଅଭିନୟ କରିବା ପାଇଁ ୧୫୦ଟଙ୍କା ପାରିଶ୍ରମିକ ଗ୍ରହଣ କରିଥିଲେ । [୧୫]
ଚଳଚ୍ଚିତ୍ର ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରରେ ସ୍ଥାନିତ ଗୀତଗୁଡ଼ିକ:[୧୬]
- ଏହି ଯେ ଆଶ୍ରମ ଦେଖୁଛୁ ଶ୍ରୀରାମ
- କାହିଁକି ଗୋ ପ୍ରିୟ ସଖୀ
- ଦେବଙ୍କ ତାରଣେ ଦନୁଜ ମରଣେ
- ଅପୂର୍ବ କୁମାରୀ ତ୍ରିପୁରାସୁନ୍ଦରୀ
- କାଲି ଦେଖିଥିଲି ମଧୁର ଚାଲିକି
ଆଧାର
[ସମ୍ପାଦନା]- ↑ "The Hindu : National : Oriya film industry feted". hindu.com. 2010. Retrieved 17 October 2012.
the first Oriya film Sita Bibah was made way back in 1936 by Mohan Sunder Deb
- ↑ "Odia Cinemascope". destinationodisha.com. Archived from the original on 22 August 2013. Retrieved 17 October 2012.
Derived from a drama written by Kamapal Mishra the fil...
- ↑ "Sita Bibaha First oriya film - Sita Bibaha Posters, Photo, Videos". movies.fullorissa.com. 2012. Archived from the original on 12 October 2012. Retrieved 17 October 2012.
It premiered April 28, 1936 at the Laxmi Talkies of Puri.
- ↑ Odia cinema and Odia`s in Cinema
- ↑ "Sita Bibaha First oriya film". Fullodisha.com. Retrieved 2 May 2015.
- ↑ Palit, Ashok (2011). "Orissa: Mytholgy ends in Ollywood". orissadiary.com. Archived from the original on 18 October 2012. Retrieved 17 October 2012.
Mohan Sunder Dev Goswami made the first Oriya film Sita Bibaha
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. ISBN 978-1-135-94318-9.
- ↑ Bhuyan, Kapilas (2010). "PIB English Features". pib.nic.in. Retrieved 17 October 2012.
there were a total of 14 songs, all emanating from the native folk singing style, and were sung by the artists themselves
- ↑ Singha, Minati. "Bronze age of Odia cinema". Times of India. Retrieved 2 May 2015.
- ↑ ବେହେରା, ସୁକେଶ. "ସୀତା ବିବାହକୁ ପୂରିଲା ୭୮". ଧରିତ୍ରୀ. Retrieved 7 January 2017.
- ↑ Singha, Minati (2011). "Sita Bibaha prints lost - Times Of India". indiatimes.com. Retrieved 17 October 2012.
The 12-reel film, released in Puri at Laxmi Talkies, was based on a play written by Kamapal Mishra. Makhanlal Banerjee played the lead while Aditya Ballav Mohanty played Lakshman and Prabhabati Devi played Sita.
[permanent dead link] - ↑ ପ୍ରମେୟ[permanent dead link] ୨୮ ଅପ୍ରେଲ ୨୦୧୫, ପୃଷ୍ଠା ୫
- ↑ "'ସୀତା ବିବାହ'ର ନାଉରୀ". ନିତିଦିନ 'ନଜର୍'. Archived from the original on 2020-10-14. Retrieved 24 April 2017.
- ↑ "ଆଜି ବି ଅମଳିନ 'ସୀତା ବିବାହ'ର ସ୍ମୃତି". ସମ୍ବାଦ ୨୮/୦୪/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୭. Retrieved 28 April 2016.[permanent dead link]
- ↑ Renu Saran (4 March 2014). History of Indian Cinema. Diamond Pocket Books Pvt Ltd. pp. 265–. ISBN 978-93-5083-651-4.
- ↑ ଦେଓ, ସୂର୍ଯ୍ୟ (19 October 2023). "'ସୀତ ବିବାହ'ର ଗୀତ". ସକାଳ. No. ଭୁବନେଶ୍ୱର. p. ୧୧. Archived from the original on 19 October 2023. Retrieved 19 October 2023.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୀତା ବିବାହ