ଶଲାବୁଢ଼ା

ଉଇକିପିଡ଼ିଆ‌ରୁ
ଶଲାବୁଢ଼ା
ନିର୍ଦ୍ଦେଶକସବ୍ୟସାଚୀ ମହାପାତ୍ର
ପ୍ରଯୋଜକସୁଶାନ୍ତ ମହାପାତ୍ର
ସଂଳାପକପିଳେଶ୍ୱର ପ୍ରସାଦ ମହାପାତ୍ର
କାହାଣୀକପିଳେଶ୍ୱର ପ୍ରସାଦ ମହାପାତ୍ର
କଳାକାରଅଟଳ ବିହାରୀ ପଣ୍ଡା,ରତନ ମେହେର,ପୃଥ୍ୱୀରାଜ
ସଙ୍ଗୀତପଙ୍କଜ ଜାଲ, ଘାସିରାମ ମିଶ୍ର
ଚିତ୍ରଗ୍ରହଣଓମପ୍ରକାଶ ମହାପାତ୍ର
ସମ୍ପାଦକରାଜେନ୍ଦ୍ର ମହାପାତ୍ର
ମୁକ୍ତିଲାଭ ତାରିଖ
୨୦୧୨
କଥାଚିତ୍ରର ସମୟ
୯୦ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ

ଶଲାବୁଢ଼ା ୨୦୧୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଳାଧଳା ସିନେମା । ଏହା ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା ।[୧]

ଗ୍ରାମୀଣ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ରଟିର ନାୟକ ଜଣେ ଉଦାର ବୟସ୍କ ବ୍ୟକ୍ତି । ଦୁର୍ଭିକ୍ଷ ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ କିପରି ଗ୍ରାମବାସୀମାନଙ୍କୁ ସାହାଯ୍ୟ କରିବା ଜାରୀ ରଖିପାରିଛନ୍ତି ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ।[୨]

କଥାଚିତ୍ରଟିର କାହାଣୀ ସବ୍ୟସାଚୀଙ୍କ ପିତା କପିଳେଶ୍ୱର ପ୍ରସାଦ ମହାପାତ୍ରଙ୍କଦ୍ୱାରା ଲିଖିତ । ଏହାର ପ୍ରଯୋଜନା କରିଛନ୍ତି ତାଙ୍କ ଭାଇ ସୁଶାନ୍ତ ମହାପାତ୍ର । ଭାଇ ଓମପ୍ରକାଶ ଓ ରାଜେନ୍ଦ୍ର ଯଥାକ୍ରମେ କ୍ୟାମେରା ପରିଚାଳନା ଓ ସମ୍ପାଦନା ଦାୟିତ୍ୱରେ ଅଛନ୍ତି । ସବ୍ୟସାଚୀଙ୍କ ପୁତ୍ର ଚୋଡ଼ଗଙ୍ଗ ମହାପାତ୍ର ଏହି ଚଳଚ୍ଚିତ୍ରର ସହନିର୍ଦ୍ଦେଶକ ଅଟନ୍ତି । ଚଳଚ୍ଚିତ୍ରରେ ସ୍ୱର ସଂଯୋଜନା କରିଛନ୍ତି ପଙ୍କଜ ଜାଲ ଓ ଘାସିରାମ ମିଶ୍ର । ମୁଖ୍ୟ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ୮୩ ବର୍ଷ ବୟସ୍କ ନାଟ୍ୟକର୍ମୀ ଅଟଳ ବିହାରୀ ପଣ୍ଡା । ଚଳଚ୍ଚିତ୍ରଟିରେ ଅଟଳ ବିହାରୀଙ୍କ ସମେତ ଅନେକ ନୂଆ କଳାକାରମାନଙ୍କୁ ସୁଯୋଗ ଦିଆଯାଇଛି ।[୩]

ଅଭିନୟରେ[ସମ୍ପାଦନା]

‘ଶଲାବୁଢ଼ା’ କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରବୃନ୍ଦ  :

ପୁରସ୍କାର ଏବଂ ସମ୍ମାନ[ସମ୍ପାଦନା]

  • ଭାରତୀୟ ପାନୋରାମା ଓ କଲିକତା ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ।[୪] [୫]
  • ଜାକର୍ତ୍ତା ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ଫର ସ୍ପିରିଚୁଆଲିଟି, ରିଲିଜିୟନ ଆଣ୍ଡ ଭିଜିଓନାରୀ-୨୦୧୩ରେ 'ଆୱର୍ଡ ଅଫ ଏକ୍ସଲେନ୍ସି' ସମ୍ମାନ ।[୬]

ଆଧାର[ସମ୍ପାଦନା]

  1. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
  2. http://www.telegraphindia.com/1131019/jsp/odisha/story_17468715.jsp#.UrFWICesdJE
  3. http://www.orissadiary.com/CurrentNews.asp?id=45802
  4. http://www.dailypioneer.com/state-editions/bhubaneswar/sala-budha--a-tale-of-human-values-generosity-sabyasachi.html
  5. http://articles.timesofindia.indiatimes.com/2013-11-24/goa/44411648_1_film-crew-memorable-film-cast-and-crew
  6. ସମାଜ ୧୮୧୨୨୦୧୩ ପୃଷ୍ଠା ୧୪

ଅଧିକ ତଥ୍ୟ[ସମ୍ପାଦନା]