ଅଟଳ ବିହାରୀ ପଣ୍ଡା

ଉଇକିପିଡ଼ିଆ‌ରୁ
ଅଟଳ ବିହାରୀ ପଣ୍ଡା
୨୦୧୪ ମସିହାରେ ଭୁବନେଶ୍ୱରଠାରେ ୨୬ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଅଟଳ ବିହାରୀ ପଣ୍ଡା
ଭୁବନେଶ୍ୱରରେ ଅଟଳ ବିହାରୀ ପଣ୍ଡା
Born(1931-12-01)୧ ଡିସେମ୍ବର ୧୯୩୧
Died୫ ଜୁନ ୨୦୨୧(2021-06-05) (ବୟସ ୮୯)
Occupation(s)ନାଟ୍ୟକାର, ଗୀତିକାର ଓ ଅଭିନେତା
Years activeମଞ୍ଚ ଅଭିନେତା ଭାବେ ୧୯୪୪-୨୦୧୨
ଚଳଚ୍ଚିତ୍ର ଅଭିନେତା ଭାବେ ୨୦୧୩-୨୦୨୧
Known forମଞ୍ଚ ଓ ଚଳଚ୍ଚିତ୍ର ଅଭେତା
Notable workଶଲାବୁଢ଼ା, ଆଦିମ ବିଚାର
Spouseଲଳିତା
Children୩ ପୁଅ ଓ ୩ ଝିଅ
Parent(s)ବାସୁଦେବ ପଣ୍ଡା, ଲକ୍ଷ୍ମୀ ପ୍ରିୟା ପଣ୍ଡା

ଅଟଳ ବିହାରୀ ପଣ୍ଡା (୧ ଡିସେମ୍ବର ୧୯୩୧ - ୫ ଜୁନ ୨୦୨୧) ଜଣେ ଭାରତୀୟ ନାଟ୍ୟକାର, ଗୀତିକାର ଓ ଅଭିନେତା ଥିଲେ । ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକାଠାରେ ସେ ୧୯୩୧ ମସିହା ଡିସେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୪୪ ମସିହାରୁ ସେ ମଞ୍ଚ ନାଟରେ ଅଭିନୟ କରିଆସୁଥିଲେ ଓ ୨୦୧୩ ମସିହାରେ ଶଲାବୁଢ଼ା ଜରିଆରେ ପ୍ରଥମ କରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ଉଭୟ ଶଲାବୁଢ଼ା ଓ ଆଦିମ ବିଚାର ଚଳଚ୍ଚିତ୍ରରେ ଅଭିନୟ ପାଇଁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।[୧] ସେ ପ୍ରଧାନତଃ ସମ୍ବଲପୁରୀରେ ନାଟକ ରଚନା କରୁଥିଲେ ଓ ୬୫ରୁ ଅଧିକ ମଞ୍ଚ ଓ ବେତାର ନାଟକ ରଚନା କରିଥିଲେ । ତାଙ୍କ ରଚିତ ନାଟକ "ଫଟା କପାଲ" ଥିଲା ପ୍ରଥମ ସମ୍ବଲପୁରୀ ମୁଦ୍ରିତ ନାଟକ । ୨୦୧୯ ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଭିନୟ ଓ ନାଟ୍ୟକଳାରେ ତାଙ୍କର ଅବଦାଙ୍କୁ ଭିତ୍ତି କରି ତାଙ୍କୁ ଡି. ଲିଟ ଉପାଧି ପ୍ରଦାନ କରିଥିଲେ ।[୨][୩]

୨୦୨୧ ମସିହା ଜୁନ ୫ ତାରିଖରେ ସମ୍ବଲପୁରଠାରେ ସେପ୍ଟିସିମିଆ ରୋଗର ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[୪]

ଜୀବନୀ[ସମ୍ପାଦନା]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅଟଳ ବିହାରୀ ପଣ୍ଡା ୧୯୩୧ ମସିହା ଡିସେମ୍ବର ୧ତାରିଖ ଦିନ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ବିନିକାଠାରେ ଜନ୍ମଗ୍ରହଣ କରିଥିଲେ ।[୫][୬] ତାଙ୍କ ପିତା ଥିଲେ କବିରାଜ ବାସୁଦେବ ପଣ୍ଡା ଓ ମାତା ଲକ୍ଷ୍ମୀ ପ୍ରିୟା ପଣ୍ଡା । ସେ ଥିଲେ ପରିବାରର ଜ୍ୟେଷ୍ଠ ପୁତ୍ର । ତାଙ୍କ ପତ୍ନୀଙ୍କ ନାମ ଥିଲା ଲଳିତା । ତାଙ୍କର ୩ଟି ପୁଅଙ୍କ ନାମ ଆର୍ତ୍ତତ୍ରାଣ, ଅଶ୍ୱିନୀ ଓ ଅରୁଣ । ତାଙ୍କର ୩ଟି ଝିଅ ମଧ୍ୟ ଅଛନ୍ତି । ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବା ପରେ ବୁର୍ଲା ସହରରେ ବସବାସ କରୁଥିଲେ ।

୨୦୨୧ ମସିହା ଜୁନ ୫ ତାରିଖରେ ସେପ୍ଟିସିମିଆ ରୋଗର ପୀଡ଼ିତ ହୋଇ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।[୪]ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।

କଳାକାର ଜୀବନ[ସମ୍ପାଦନା]

ପିଲାଦିନରୁ ଅଟଳ ବିହାରୀ ପଣ୍ଡା ନାଟକ ପ୍ରତି ଆକର୍ଷିତ ଥିଲେ ଓ ୧୯୪୪ ମସିହାରୁ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୮୫ ମସିହାରେ ସେ ଆକାଶବାଣୀ ସମ୍ବଲପୁରଆକାଶବାଣୀ କଟକ କେନ୍ଦ୍ରରୁ ଗୀତିକାର ଭାବେ ସ୍ୱୀକୃତି ଲାଭ କରି ସଙ୍ଗୀତ ରଚନା କରିଆସୁଥିଲେ ।[୭] ସେ ୧୦୦ରୁ ଅଧିକ ମଞ୍ଚନାଟକରେ ଅଭିନୟ କରିଥିଲେ । ସେ ମୁଖ୍ୟତଃ ସମ୍ବଲପୁରୀରେ ନାଟକ ରଚନା କରୁଥିଲେ ଓ ୬୫ରୁ ଅଧିକ ମଞ୍ଚ ଓ ବେତାର ନାଟକ ରଚନା କରିଥିଲେ । ତାଙ୍କଦ୍ୱାରା ରଚିତ ନାଟକ "ଫଟା କପାଲ" ସମ୍ବଲପୁରୀ ଭାଷାର ପ୍ରଥମ ମୁଦ୍ରିତ ନାଟକ ଥିଲା । ତାଙ୍କଦ୍ୱାରା ରଚିତ ଅନ୍ୟ କିଛି ସମ୍ବଲପୁରୀ ନାଟକ ଥିଲା "ଭଏଁଷ ଆଗେ ନାଗଧୁନି", "ଫଟା ମଣ୍ଡଳ", "କୂଆଁ ଭିତରେ ଦେଣ୍ଡୁ" ଓ "ଲେଞ୍ଜାତାରା" ।[୮] ସେ "ମଣି ସଂଗ୍ରହ" ଓ "କ୍ଳାନ୍ତ ଅପରାହ୍ନ" ନାମରେ ଦୁଇଟି ଓଡ଼ିଆ ନାଟକ ମଧ୍ୟ ରଚନା କରିଥିଲେ । ତାଙ୍କ ରଚିତ ଏକ ଲୋକପ୍ରିୟ ଅପେରା ନାଟକ ଥିଲା "ବାଘ ମାତିଛି" । ସେ ଅନେକ ସମ୍ବଲପୁରୀ ଗୀତ ଲେଖିଥିଲେ ଏବଂ ସେଥିରୁ ଅଧିକାଂଶ ଗୀତ ଫକୀର ପଟ୍ଟନାୟକ ଗାୟନ କରିଥିଲେ ।[୯] ୨୦୧୩ ମସିହାରେ ସବ୍ୟସାଚୀ ମହାପାତ୍ର ନିଜ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଶଲାବୁଢ଼ାରେ ସଂଳାପ ଲେଖିବା ପାଇଁ ଅଟଳ ବିହାରୀ ପଣ୍ଡାଙ୍କୁ ପ୍ରସ୍ତାବ ଦେଇଥିଲେ ଏବଂ ପରେ ପଣ୍ଡାଙ୍କୁ ହିଁ ମୁଖ୍ୟ ଅଭିନେତା ଭାବରେ ଚୟନ କରିଥିଲେ । ପରେ ସେ ମହାପାତ୍ରଙ୍କ "ଆଦିମ ବିଚାର" ଓ "ଶଲାବୁଢ଼ାର ବଦଲା" ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Veteran Actor, Sala Budha Fame Atal Bihari Panda No More". www.sambadenglish.com. Eastern Media. Archived from the original on 5 June 2021. Retrieved 5 June 2021.
  2. ୨.୦ ୨.୧ "Honorary D Litt conferred on Atal Bihari Panda". newindianexpress.com. Retrieved 6 June 2021.
  3. ୩.୦ ୩.୧ "ବରିଷ୍ଠ ଅଭିନେତା ଅଟଳ ବିହାରୀ ପଣ୍ଡା ଆଉ ନାହାନ୍ତି". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 5 June 2021. Retrieved 5 June 2021.
  4. ୪.୦ ୪.୧ "ଫିଲ୍ମ "ଶଲାବୁଢ଼ା"ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ". www.khabar.odishatv.in. ଓଡ଼ିଶା ଟେଲିଭିଜନ. Archived from the original on 5 June 2021. Retrieved 5 June 2021.
  5. "ଆରପାରିରେ ଅଟଳ". ସମାଜ. ୬ ଜୁନ ୨୦୨୧. p. ୪. Archived from the original on ୬ ଜୁନ ୨୦୨୧. Retrieved 6 June 2021. {{cite web}}: Check date values in: |date= and |archivedate= (help)
  6. "ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖୁଥିଲେ ଅଟଳ". ଧରିତ୍ରୀ. ୬ ଜୁନ ୨୦୨୧. p. ୭. Retrieved 6 June 2021. {{cite web}}: Check date values in: |date= (help)
  7. "ଦୁଃଖସାଗରରେ ଭସାଇ ଆରପାରିରେ ନାଟ୍ୟକାର, ଗୀତିକାର ଏବଂ ସମ୍ବଲପୁରୀ ଚଳଚ୍ଚିତ୍ର ଅଭିନେତା ଡ ଅଟଳ ବିହାରୀ ପଣ୍ଡା". www.samajalive.in. ସମାଜ. Archived from the original on 5 June 2021. Retrieved 5 June 2021.
  8. Chitrasen Pasayat (1998). Tribe, Caste, and Folk Culture. Rawat Publications. ISBN 978-81-7033-457-6.
  9. "ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା : ୯୨ ବର୍ଷ ବୟସରେ ଦେହାନ୍ତ; ସିନେମା 'ଶଲା ବୁଢ଼ାର ବଦଲା'ରେ ଅଭିନୟ ଦେଇଥିଲା ନୂଆ ପରିଚୟ". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 5 June 2021. Retrieved 5 June 2021.
  10. Arihant Experts (4 June 2019). Know Your State Odisha. Arihant Publications India limited. pp. 179–. ISBN 978-93-131-9327-2.
  11. "Mohapatra's 'Sala Budha' bags awards in 7 categories". timesofindia.indiatimes.com. Retrieved 6 June 2021.
  12. "Adim Vichar sweeps state film honours". telegraphindia.com. Retrieved 6 June 2021.
  13. "ବିଜୟ ମହାନ୍ତିଙ୍କୁ ଜୟଦେବ ପୁରସ୍କାର". ଧରିତ୍ରୀ. ୧୩ ଡିସେମ୍ବର ୨୦୧୫. p. ୨. Retrieved 6 June 2021. {{cite web}}: Check date values in: |date= (help)
  14. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 6 June 2021.