Jump to content

ପୁରୁଷୋତ୍ତମ ମିଶ୍ର

ଉଇକିପିଡ଼ିଆ‌ରୁ

ପୁରୁଷୋତ୍ତମ ମିଶ୍ର (୧୯୬୮ (ଶ୍ରାବଣ ପୂର୍ଣ୍ଣିମା) ଜଣେ ଦ୍ୱିଭାଷୀ କବି, ନାଟ୍ୟକାର, ଗବେଷକ ଓ କଳାକାର । ସେ ଉଭୟ ଓଡ଼ିଆସମ୍ବଲପୁରୀ ଭାଷାରେ ଲେଖାଲେଖି କରନ୍ତି । ସେ ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ।

ସଂକ୍ଷିପ୍ତ ଜୀବନୀ

ପୁରୁଷୋତ୍ତମ ମିଶ୍ରଙ୍କ ପେଶା ଅଧ୍ୟାପନା ଓ ନିଶା ହେଉଛି ଅଭିନୟ । ଏଯାବତ୍ ପଚାଶରୁ ଉର୍ଧ୍ବ ନାଟକରେ ନିର୍ଦେଶନା, ଶହେରୁ ଉର୍ଧ୍ବ ନାଟକର ସହ-ନିର୍ଦେଶକ ଏବଂ ଶହେରୁ ଉର୍ଧ୍ବ ନାଟକରେ ଅଭିନେତା ଭାବରେ ଭାରତର ବିଭିନ୍ନ ପ୍ରଦେଶ ତଥା ଓଡ଼ିଶାର ବିଭିନ୍ନ ମଂଚରେ ନାଟକ ପରିବେଷଣ କରି ସଫଳତା ଅର୍ଜନ କରିବା ସହିତ ବିଭିନ୍ନ ମଂଚରେ ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କର ରଚିତ, ନିର୍ଦେଶିତ ଓ ଅଭିନୀତ ନାଟକ କୁଆଁରୀ ଓ ଡଙ୍ଗର୍ ତଲେ ଡମରୁ ରଜା ଦୂରଦର୍ଶନ ଦ୍ବାରା ପ୍ରଦର୍ଶିତ ହୋଇଥିଲା । ସେ ଜଣେ ଚଳଚିତ୍ର ଅଭିନେତା ଭାବରେ ସବ୍ୟସାଚୀ ମହାପାତ୍ରଙ୍କ "ଶଲାବୁଢ଼ା", "ଆଦିମ ବିଚାର", "ଶଲା ବୁଢ଼ାର ବଦ୍‌ଲା", ଲିଟୁ ମହାନ୍ତିଙ୍କ "ଅଲାର୍", ମନୁଆ ଦାଶଙ୍କ "ଜିତାନି"ରେ ଅଭିନୟ କରିଛନ୍ତି ।

ତାଙ୍କ ନିର୍ଦେଶନାରେ ଯମ୍ ପୁରର୍ କଥାନି, ପର୍ଶୁରାମ ଓ କାମୁଡ଼ା ଘୋଡ଼ା ମୁଖେ ଦେଲି ଚୁମ୍ବନ ନାଟକ ନାଟ୍ୟଧାରା କ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଓ ଓଡ଼ିଶା ନାଟ୍ୟ ସଂଘର ପ୍ରଯୋଜନାରେ ରବୀନ୍ଦ୍ର ମଣ୍ଡପ ଏବଂ ଭଂଜକଳା ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା । ନିକଟ ଅତୀତରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ "ରଂଗ ସଂଗମ"ରେ କୁଆଁରୀ ନାଟକ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ତାଙ୍କ ରଚିତ ନାଟକଗୁଡ଼ିକ ହେଲା ବନାଲହ, କାମୁଡ଼ା ଘୋଡ଼ାମୁଖେ ଦେଲି ଚୁମ୍ବନ, ଚବ୍ରା ଘୁଡ଼ା, ଧାରେ ସପନ୍, ବୋଲେ ହୁଁ ଟି, ଧର୍ମକ୍ଷେତ୍ରେ, ଡଁଗର୍ ତଲେ ଡମରୁ ରଜା, କୁଆଁରୀ ଓ ପର୍ଶୁରାମ ।

ପ୍ରକାଶିତ ପୁସ୍ତକ

  • ଶବ୍ଦକୁ ଚାରିପାଦ, ପ୍ରକାଶକ -ମହାନଦୀ ସାହିତ୍ୟ ସଂସଦ, ସୁବର୍ଣ୍ଣପୁର (ମୋ ସହିତ ତିନିଜଣ କବିଙ୍କର କବିତା ସଂକଳନ )
  • କୁଆଁରୀ, ପ୍ରକାଶକ - ଈଶାନୀ ପବ୍ଲିକେସନ୍, ସୁବର୍ଣ୍ଣପୁର (କୋଶଳି, ହିନ୍ଦି ଓ ଇଂରାଜୀ ଭାଷାରେ ଏକତ୍ର ପ୍ରକାଶିତ ନାଟକ )
  • ତିନୋଟି ନାଟକ, ପ୍ରକାଶକ - ପଶ୍ଚିମା ପବ୍ଲିକେଶନ୍, ଭୁବନେଶ୍ବର (ତିନୋଟି ଓଡ଼ିଆ ନାଟକ )
  • ଚନ୍ଦନବନର ଗପ, ପ୍ରକାଶକ -ପଶ୍ଚିମା ପବ୍ଲିକେଶନ୍, ଭୁବନେଶ୍ବର (କବିତା ସଂକଳନ)
  • ସୁବର୍ଣ୍ଣପୁରର ଲୋକସଂସ୍କୃତି, ପ୍ରକାଶକ - ବୀଣାପାଣି ପବ୍ଲିକେସନ୍, ବଲାଂଗୀର (ଗବେଷଣାଲବ୍ଧ ପୁସ୍ତକ)
  • ଲୋକସଂସ୍କୃତି ପରିକ୍ରମା -୨୦୨୩, ପ୍ରକାଶକ - ଆଦିତ୍ୟ ଭାରତ, ଭୁବନେଶ୍ବର

ସମ୍ମାନ ଓ ସମ୍ବର୍ଦ୍ଧନା

  • ଯୁବ ନାଟ୍ୟକାର ସମ୍ମାନ -୨୦୦୧ (ବାପୁଜୀ କ୍ଲବ୍ ,ସୋନପୁର  ,ସୁବର୍ଣ୍ଣପୁର)
  • କୃପାଂଜଳି କଳା ସମ୍ମାନ ,ବଲାଂଗୀର -୨୦୦୩
  • ପାଖୁଡ଼ା ସମ୍ମାନ ,ବୌଦ୍ଧ -୨୦୦୪
  • ନସୃଲ୍ଲା ନାଟ୍ୟ ସମ୍ମାନ -୨୦୦୯ ,
  • ସୁର ସଂଗମ ସାଂସ୍କୃତିକ ସଂସଦ ,ଲୋଇସିଂହା ,ବଲାଂଗୀର
  • ପୁର୍ଣ୍ଣଚନ୍ଦ୍ର ରଥ ସ୍ମୃତିସମ୍ମାନ - ୨୦୧୧ ,ଭୀମଭୋଇ ସମାଧି ପୀଠ ଟ୍ରଷ୍ଟ ,ଖଲିଆପାଲି ,ସୁବର୍ଣ୍ଣପୁର
  • ନାଟ୍ୟ ପ୍ରତିଭା ମାନପତ୍ର -୨୦୧୨, ଓଡ଼ିଶା ଥିଏଟର ଏକାଡ଼େମୀ ,ଜ୍ୟୋତିବିହାର, ବୁର୍ଲା, ସମ୍ବଲପୁର
  • ସୁବର୍ଣ୍ଣ ନାଟ୍ୟଜ୍ୟୋତି ସମ୍ମାନ-୨୦୧୬, ଓଡ଼ିଶା ଥିଏଟର୍ ଏକାଡ଼େମୀ ,ଜ୍ୟୋତିବିହାର,ବୁର୍ଲା, ସମ୍ବଲପୁର ଓ ନାଟ୍ୟଚକ୍ର ,ସୁବର୍ଣ୍ଣପୁର
  • ଶରତ ସମ୍ମାନ -୨୦୧୭
  • ନୂଆଁଖାଇ ଭେଟଘାଟ୍ ,ରବୀନ୍ଦ୍ର ମଣ୍ଡପ ,ଭୁବନେଶ୍ବର
  • ସୁର୍ ଭାଇବ୍ରେସନ୍, ଭୁବନେଶ୍ବର ଓ ରୁମକୁଝୁମାନା ,ସୁବର୍ଣ୍ଣପୁର
  • ଦଣ୍ଡପାଣି ମହାଖୁଡ଼ ସ୍ମୃତି ସମ୍ମାନ, ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ,ରାମପୁର ,କଳାହାଣ୍ଡି -୨୦୧୮
  • ମହକ ନାଟ୍ୟ ସମ୍ମାନ -୨୦୧୮, ପଲଶାଗୋରା ଆଂଚଳିକ ଲୋକ ମହୋତ୍ସବ ,ପଲଶାଗୋରା ,ବୌଦ୍ଧ
  • ପରବାସି ସମ୍ମାନ -୨୦୧୮, ନୂଆଁଖାଇ ଭେଟଘାଟ୍, ପରବାସି କୁଟୁମ୍, ବଲାଂଗୀର
  • ପ୍ରଥମ ଅଟଳ ସ୍ମୃତି ସମ୍ମାନ -୨୦୨୧, ଜୁହାର୍ ପରିବାର ,ଦିଲ୍ଲୀ
  • ସୁରେଶ ସୃଜନ ସମ୍ମାନ -୨୦୨୨, ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍ ,ଭୁବନେଶ୍ବର
  • ଲରମ୍ଭା ମହାବିଦ୍ୟାଳୟ ,ଲରମ୍ଭା ,ବରଗଡ଼ ୨୦୨୦
  • ଓଡ଼ିଆ ସ୍ନାତକୋତ୍ତର ଛାତ୍ରସଂଘ
  • ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବ ବିଦ୍ୟାଳୟ ,ସୁବର୍ଣ୍ଣପୁର ୨୦୨୧
  • ନଟରାଜ କଳାପରିଷଦ ,ବଲାଂଗିର ୨୦୨୨
  • ପଂଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲେଟ ,ବରଗଡ଼ ୨୦୨୩