Jump to content

ମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳ

ଉଇକିପିଡ଼ିଆ‌ରୁ
ଓଡ଼ିଶାର ୩୧ତମ ମନ୍ତ୍ରୀମଣ୍ଡଳ
ଓଡ଼ିଶାର ରାଜପ୍ରତୀକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳ
ଗଠନ୧୨ ଜୁନ ୨୦୨୪
କାର୍ଯ୍ୟକାଳ ବର୍ଷ, ୯୫ ଦିନ
ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ
ଉପ-ମୁଖ୍ୟମନ୍ତ୍ରୀକନକ ବର୍ଦ୍ଧନ ସିଂହ ଦେଓ
ପ୍ରଭାତୀ ପରିଡ଼ା
ରାଜ୍ୟପାଳରଘୁବର ଦାସ ଏବଂ କମ୍ଭମପତି ହରି ବାବୁ
ମନ୍ତ୍ରୀମାନଙ୍କ ସଂଖ୍ୟା୧୬ (ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀଙ୍କ ସହିତ)
ସରକାର ସ୍ଥିତିବିଧାନ ସଭା
୮୨ / ୧୪୭
ଶାସକ ଦଳ  ଭାଜପା
ବିରୋଧୀ ଦଳ  ବିଜଦ
ବିରୋଧୀ ଦଳ ନେତାନବୀନ ପଟ୍ଟନାୟକ
ନିର୍ବାଚନ୨୦୨୪
ପୂର୍ବ ମନ୍ତ୍ରୀମଣ୍ଡଳନବୀନ ପଟ୍ଟନାୟକଙ୍କ ୫ମ ମନ୍ତ୍ରୀମଣ୍ଡଳ

ମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳ ହେଉଛି ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ପରେ ଗଢ଼ାଯାଇଥିବା ଓଡ଼ିଶା ସରକାରର ୩୧ତମ ମନ୍ତ୍ରୀମଣ୍ଡଳ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତ୍ରୀମଣ୍ଡଳର ସୂଚୀ । ୧୧ ଜୁନ ୨୦୨୪ରେ ମୋହନ ଚରଣ ମାଝୀ ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ।[] ମଇ ଏବଂ ଜୁନ ମାସରେ ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୧୪୭ଟି ଆସନ ମଧ୍ୟରୁ ୭୮ଟି ଆସନ ହାସଲ କରି ସରକାର ଗଠନ କରିଥିଲା । ଜୁନ ୪ ତାରିଖରେ ଏହି ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା, ଯାହାର ଆଧାରରେ ୧୭ଶ ଓଡ଼ିଶା ବିଧାନ ସଭା ଗଠନ ହୋଇଥିଲା ।[] ଏହି ସରକାରଙ୍କୁ ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ ପ୍ରଦାନ କରିଛନ୍ତି ।

ସଂକ୍ଷିପ୍ତ ଇତିହାସ

[ସମ୍ପାଦନା]
୨୦୨୪ ମସିହାରେ ମୋହନ ଚରଣ ମାଝୀ ମନ୍ତ୍ରୀମଣ୍ଡଳର ପ୍ରଥମ କ୍ୟାବିନେଟ ବୈଠକ

୧୨ ଜୁନ ୨୦୨୪ରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇ ଉପ-ମୁଖ୍ୟମନ୍ତ୍ରୀ, ୮ ଜଣ କ୍ୟାବିନେଟ ମନ୍ତ୍ରୀ ଏବଂ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ଙ୍କ ସହ ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଶପଥ ଗ୍ରହଣ କରିଥିଲେ । ରାଜ୍ୟପାଳ ରଘୁବର ଦାସ ସେମାନଙ୍କୁ ଶପଥପାଠ କରାଇଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ୧୦ଟି ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଗଣ ଉପସ୍ଥିତ ଥିଲେ ।[][][]

ମନ୍ତ୍ରୀମଣ୍ଡଳ

[ସମ୍ପାଦନା]

ଜୁନ ୧୫ ତାରିଖରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରାଯାଇଥିଲା ।[]

ବିଭାଗଚିତ୍ରନାମ
ନିର୍ବାଚନ ମଣ୍ଡଳୀ
କାର୍ଯ୍ୟକାଳ ଆରମ୍ଭକାର୍ଯ୍ୟକାଳ ଶେଷଦଳ
  • ମୁଖ୍ୟମନ୍ତ୍ରୀ
  • ଗୃହ
  • ସାଧାରଣ ପ୍ରଶାସନ ଓ ଅଭିଯୋଗ
  • ଅର୍ଥ
  • ସୂଚନା ଏବଂ ଲୋକସମ୍ପର୍କ
  • ଜଳ ସମ୍ପଦ
  • ଯୋଜନା ଓ ସମନ୍ୱୟ
  • ଆବଣ୍ଟନ ହୋଇନଥିବା ସମସ୍ତ ବିଭାଗ
ମୋହନ ଚରଣ ମାଝୀ
ବିଧାୟକ, କେନ୍ଦୁଝର
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
କ୍ୟାବିନେଟ ମନ୍ତ୍ରୀ
  • ଉପ-ମୁଖ୍ୟମନ୍ତ୍ରୀ
  • କୃଷି ଓ କୃଷକ ସଶକ୍ତିକରଣ
  • ଶକ୍ତି
କନକ ବର୍ଦ୍ଧନ ସିଂହଦେଓ
ବିଧାୟକ, ପାଟଣାଗଡ଼
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  • ଉପ-ମୁଖ୍ୟମନ୍ତ୍ରୀ
  • ମହିଳା ଓ ଶିଶୁ ବିକାଶ
  • ମିଶନ ଶକ୍ତି
  • ପର୍ଯ୍ୟଟନ
ପ୍ରଭାତୀ ପରିଡ଼ା
ବିଧାୟକ, ନିମାପଡ଼ା
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  • ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
ସୁରେଶ ପୂଜାରୀ
ବିଧାୟକ, ବ୍ରଜରାଜନଗର
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  • ଗ୍ରାମ୍ୟ ଉନ୍ନୟନ
  • ପଞ୍ଚାୟତିରାଜ ଓ ପାନୀୟ ଜଳ
ରବି ନାରାୟଣ ନାଏକ
ବିଧାୟକ, କୁଚିଣ୍ଡା
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  • ବିଦ୍ୟାଳୟ ଓ ଗଣଶିକ୍ଷା
  • ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ
  • ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ
  • ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
ନିତ୍ୟାନନ୍ଦ ଗଣ୍ଡ
ବିଧାୟକ, ଉମରକୋଟ
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  • ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ
  • ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା
କୃଷ୍ଣ ଚନ୍ଦ୍ର ପାତ୍ର
ବିଧାୟକ, ଢେଙ୍କାନାଳ
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  • ଆଇନ
  • ଅବକାରୀ
  • ପୂର୍ତ୍ତ
ପୃଥ୍ୱୀରାଜ ହରିଚନ୍ଦନ
ବିଧାୟକ, ଚିଲିକା
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  • ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
  • ସଂସଦୀୟ ବ୍ୟାପାର
  • ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା
ମୁକେଶ ମହାଲିଙ୍ଗ
ବିଧାୟକ, ଲୋଇସିଂହା
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  • ବାଣିଜ୍ୟ ଓ ପରିବହନ
  • ଇସ୍ପାତ ଓ ଖଣି
ବିଭୂତି ଭୂଷଣ ଜେନା
ବିଧାୟକ, ଗୋପାଳପୁର
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  • ଗୃହ ନିର୍ମାଣ ଓ ନଗର ଉନ୍ନୟନ
  • ସାର୍ବଜନୀନ ଉଦ୍ୟୋଗ
କୃଷ୍ଣ ଚନ୍ଦ୍ର ମହାପାତ୍ର
ବିଧାୟକ, ମୋରଡ଼ା
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)
  • ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ
  • ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା
ଗଣେଶ ରାମ ସିଂହ ଖୁଣ୍ଟିଆ
ବିଧାୟକ, ଯଶିପୁର
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  • ଉଚ୍ଚଶିକ୍ଷା
  • କ୍ରୀଡ଼ା ଓ ଯୁବସେବା
  • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି
ସୂର୍ଯ୍ୟବଂଶୀ ସୂରଜ
ବିଧାୟକ, ଧାମନଗର
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  • ସମବାୟ
  • ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ
ପ୍ରଦୀପ ବଳସାମନ୍ତ
ବିଧାୟକ, ସୁକିନ୍ଦା
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  • ମତ୍ସ୍ୟ ଓ ପଶୁସମ୍ପଦ ବିକାଶ
  • ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
ଗୋକୁଳାନନ୍ଦ ମଲ୍ଲିକ
ବିଧାୟକ, ପୋଲସରା
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  • ଶିଳ୍ପ
  • ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା
ସମ୍ପଦ ଚନ୍ଦ୍ର ସ୍ୱାଇଁ
ବିଧାୟକ, ପାରାଦୀପ
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାଜପା
  1. "Tribal Leader Mohan Majhi Is Odisha's New CM: 5 Things You Need To Know About This 4-Time MLA". News18 (in ଇଂରାଜୀ). 2024-06-11. Retrieved 2024-06-13.
  2. "Mohan Charan Majhi Cabinet in Odisha: Full list of BJP ministers who took oath today". www.indiatvnews.com. 2024-06-12.
  3. "Highlights: BJP Tribal Leader, 4-Time MLA Mohan Majhi Sworn In As Odisha Chief Minister". NDTV.com. Retrieved 2024-06-13.
  4. Barik, Satyasundar (2024-06-12). "Mohan Charan Majhi sworn in as Odisha's first BJP Chief Minister". The Hindu (in Indian English). ISSN 0971-751X. Retrieved 2024-06-13.
  5. "Odisha Cabinet portfolios: CM Mohan Charan Majhi keeps Home". India News (in Indian English). 2024-06-13. ISSN 0971-751X. Retrieved 2024-06-15.
  6. "Odisha Cabinet portfolios: CM Mohan Charan Majhi keeps Home". India News (in Indian English). 2024-06-13. ISSN 0971-751X. Retrieved 2024-06-15.