ସୂର୍ଯ୍ୟବଂଶୀ ସୂରଜ

ଉଇକିପିଡ଼ିଆ‌ରୁ
ସୂର୍ଯ୍ୟବଂଶୀ ସୂରଜ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୬ ନଭେମ୍ବର ୨୦୨୨ – ଏବେଯାଏଁ
ପୂର୍ବ ଅଧିକାରୀବିଷ୍ଣୁ ଚରଣ ସେଠୀ
ନିର୍ବାଚନ ମଣ୍ଡଳୀଧାମନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1995-05-18) ୧୮ ମଇ ୧୯୯୫ (ବୟସ ୨୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବାପା/ବୋଉବିଷ୍ଣୁ ଚରଣ ସେଠୀ (ବାପା)
ଉର୍ମିଳାରାଣୀ ପାଣିଗ୍ରାହୀ (ମାଆ)
ବୃତ୍ତିରାଜନୀତିଜ୍ଞ

ସୂର୍ଯ୍ୟବଂଶୀ ସୂରଜ (ଜନ୍ମ: ୧୮ ମଇ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସୂରଜ ୧୯୯୫ ମସିହାର ମଇ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପା ବିଷ୍ଣୁ ଚରଣ ସେଠୀ ଜଣେ କବି ତଥା ରାଜନେତା ଥିଲେ, ଯିଏକି ଓଡ଼ିଶା ବିଧାନ ସଭାକୁ ଦୁଇଥର ନିର୍ବାଚିତ ହୋଇଥିଲେ[୨] ଓ ତାଙ୍କ ମାଆ ଉର୍ମିଳାରାଣୀ ପାଣିଗ୍ରାହୀ ଜଣେ ଶିକ୍ଷୟିତ୍ରୀ ।

ରାଜନୈତିକ ଜୀବନ[ସମ୍ପାଦନା]

ସୂରଜ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୨ ମସିହାରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୩] ଏହି ନିର୍ବାଚନରେ ସେ ୮୦,୩୫୧ ଖଣ୍ଡ ଭୋଟ ପାଇଥିଲେ[୪] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୯,୮୮୧ ଖଣ୍ଡ ଭୋଟରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]

ଆଧାର[ସମ୍ପାଦନା]

  1. "Shri Suryabanshi Suraj". odishaassembly.nic.in. Odisha Assembly. Retrieved 26 August 2023.
  2. Das, Haraprasad (2022-10-11). "Dhamnagar by-election: BJP candidate Suryavanshi Suraj files nomination". Pragativadi (in ଆମେରିକୀୟ ଇଂରାଜୀ). Retrieved 2022-12-20.
  3. Nayak, Subadh (2022-11-06). "Dhamnagar bypoll counting ends, BJP's Suryavanshi Suraj wins". Kalinga TV (in ଆମେରିକୀୟ ଇଂରାଜୀ). Retrieved 2022-12-20.
  4. Singh, Pradeep. "BJP's Suryavanshi Suraj wins by 9881 votes". Odisha TV (in ଇଂରାଜୀ). Retrieved 2022-12-20.
  5. Singh, Pradeep. "BJP's Suryavanshi Suraj wins by 9881 votes". Odisha TV (in ଇଂରାଜୀ). Retrieved 2022-12-20.

ବାହାର ଆଧାର[ସମ୍ପାଦନା]