କୃଷ୍ଣ ଚନ୍ଦ୍ର ମହାପାତ୍ର
କୃଷ୍ଣ ଚନ୍ଦ୍ର ମହାପାତ୍ର | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ, ଗୋବିନ୍ଦ ମୁଣ୍ଡା |
ପର ଅଧିକାରୀ | ଜନାର୍ଦନ ଭଞ୍ଜ ଦେଓ |
ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜାନୁଆରୀ ୧୯୧୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱାଧୀନ |
ଜୀବନ ସାଥୀ | ଭାନୁମତି ଦେଇ |
ସନ୍ତାନ | ୩ ପୁଅ, ୪ ଝିଅ |
ବାପା/ବୋଉ | ପାଣ୍ଡବ ମହାପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
କୃଷ୍ଣ ଚନ୍ଦ୍ର ମହାପାତ୍ର (ଜନ୍ମ: ୧ ଜାନୁଆରୀ ୧୯୧୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]କୃଷ୍ଣ ଚନ୍ଦ୍ର ମହାପାତ୍ର ୧୯୧୭ ମସିହାର ଜାନୁଆରୀ ମାସ ୧ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପାଣ୍ଡବ ମହାପାତ୍ର । କୃଷ୍ଣଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ରୁ କମ । ତାଙ୍କ ପତ୍ନୀଙ୍କ ନାମ ଭାନୁମତି ଦେଇ ।
ରାଜନୈତିକ ଜୀବନ
[ସମ୍ପାଦନା]୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ କୃଷ୍ଣ ଚନ୍ଦ୍ର ମହାପାତ୍ର ସ୍ୱାଧୀନର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୮,୨୩୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ତାଙ୍କ ସହ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଜନାର୍ଦନ ଭଞ୍ଜ ଦେଓ ଏହି ବିଧାନ ସଭାକୁ ଯୁଗ୍ମ ଭାବରେ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Shri Krushna Chandra Mahapatro". odishaassembly.nic.in. Odisha Assembly. Retrieved 12 July 2019.
- ↑ ୨.୦ ୨.୧ "Orissa 1957". Election Commission of India (in Indian English). Retrieved 2019-06-27.