Jump to content

ଗଣେଶ ରାମ ସିଂ ଖୁଣ୍ଟିଆ

ଉଇକିପିଡ଼ିଆ‌ରୁ
ଗଣେଶ ରାମ ସିଂ ଖୁଣ୍ଟିଆ
ବିଧାୟକ: ୧୬ଶ, ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀମଙ୍ଗଳ ସିଂ ମୁଦି
ନିର୍ବାଚନ ମଣ୍ଡଳୀଜଶୀପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1975-04-10) ୧୦ ଅପ୍ରେଲ ୧୯୭୫ (ବୟସ ୪୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀମୁକ୍ତାମଣୀ ଖୁଣ୍ଟିଆ
ସନ୍ତାନ
ବାପା/ବୋଉଲକ୍ଷ୍ମଣ ସିଂ ଖୁଣ୍ଟିଆ (ବାପା)
ବୃତ୍ତିରାଜନୀତିଜ୍ଞ

ଗଣେଶ ରାମ ସିଂ ଖୁଣ୍ଟିଆ (ଜନ୍ମ: ୧୦ ଅପ୍ରେଲ ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ । ଗଣେଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ ଓ ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଜଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୬ଶ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଗଣେଶ ୧୯୭୫ ମସିହାର ଅପ୍ରେଲ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମଣ ସିଂ ଖୁଣ୍ଟିଆ ଓ ପତ୍ନୀଙ୍କ ନାମ ମୁକ୍ତାମଣୀ ଖୁଣ୍ଟିଆ ।[୧]

ରାଜନୈତିକ ଜୀବନ

[ସମ୍ପାଦନା]

ଗଣେଶ ରାମ ସିଂ ଖୁଣ୍ଟିଆ ଓଡ଼ିଶା ରାଜନୀତିରେ ଭାରତୀଯ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଜଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୮୫,୩୮୪ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ଚନ୍ଦ୍ରଶେଖର ହେମ୍ବ୍ରମଙ୍କୁ ୩୪,୬୬୭ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ଜଣେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବରେ କାର୍ଯ୍ୟ କରୁଛନ୍ତି ।[୩] ସେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।[୪][୫]

  1. ୧.୦ ୧.୧ "Shri Ganesh Ram Singh Khuntia". odishaassembly.nic.in. Odisha Assembly. Retrieved 16 October 2019.
  2. "General Election to Assembly Constituencies 2024: Jashipur (Odisha)". Election Commission of India. Retrieved 30 June 2024.
  3. "Highlights: BJP Tribal Leader, 4-Time MLA Mohan Majhi Sworn In As Odisha Chief Minister". NDTV.com. Retrieved 2024-06-13.
  4. Barik, Satyasundar (2024-06-12). "Mohan Charan Majhi sworn in as Odisha's first BJP Chief Minister". The Hindu (in Indian English). ISSN 0971-751X. Retrieved 2024-06-13.
  5. "Odisha Cabinet portfolios: CM Mohan Charan Majhi keeps Home". India News (in Indian English). 2024-06-13. ISSN 0971-751X. Retrieved 2024-06-15.