ମଙ୍ଗଳୁ ଚରଣ ବିଶ୍ୱାଳ

ଉଇକିପିଡ଼ିଆ ରୁ
Jump to navigation Jump to search
ମଙ୍ଗଳୁ ଚରଣ ବିଶ୍ୱାଳ
ଜନ୍ମ ଓ ଜନ୍ମସ୍ଥାନ
ମଙ୍ଗଳୁ ଚରଣ ବିଶ୍ୱାଳ

(1935-05-04) ୪ ମଇ ୧୯୩୫ (ବୟସ ୮୫)
ଜାତୀୟତାଭାରତୀୟ
ଶିକ୍ଷାଏମ.ଏ, ବି.ଏଡ଼[୧]
ପ୍ରସିଦ୍ଧିସାହିତ୍ୟିକ ଓ ଶିକ୍ଷାବିତ
ଜୀବନସାଥିଶୈଳବାଳା
ବାପା ବୋଉଶ୍ରୀବତ୍ସ, ଭଗବତୀ

ମଙ୍ଗଳୁ ଚରଣ ବିଶ୍ୱାଳ(ଜନ୍ମ : ୪ ମେ ୧୯୩୫), ଜଣେ ଓଡ଼ିଆ ଓ କୋଶଳୀ ଭାଷାରେ ଲେଖୁଥିବା ସାହିତ୍ୟିକ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ । ଗଳ୍ପ, କବିତା, ନାଟକ, ଶିଶୁସାହିତ୍ୟ ଆଦି ସାହିତ୍ୟର ବହୁ ବିଭାଗରେ ତାଙ୍କର ପ୍ରବେଶ ରହିଛି ।[୨]

ଜୀବନୀ[ସମ୍ପାଦନା]

ମଙ୍ଗଳୁ ଚରଣ ୧୯୩୫ ମସିହା ମେ ୪ ତାରିଖରେ ସମ୍ବଲପୁର ଜିଲ୍ଲାର ପିତାପଲିଠାରେ ଜନ୍ମଗ୍ରହଣ କରିଥିଲେ ।[୩] ପିତାଙ୍କ ନାମ ଥିଲା ଶ୍ରୀବତ୍ସ ଓ ମାତାଙ୍କ ନାମ ଭଗବତୀ । ୧୯୫୫ ମସିହାରେ ସେ ଶୈଳବାଳାଙ୍କୁ ବିବାହ କରିଥିଲେ । ବିବାହ ଉପରାନ୍ତେ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୫୬ ମସିହାରେ ହୀରାକୁଦ ବନ୍ଧ ନିର୍ମାଣ ଯୋଗୁ ତାଙ୍କ ଗ୍ରାମ ପାଣିରେ ଲିନ ହୋଇଥିଲା ଓ ତାଙ୍କ ପରିବାରକୁ ବିସ୍ଥାପିତ ହେବାକୁ ପଡିଥିଲା । ଜଣେ ଶିକ୍ଷକ ଭାବରେ ସେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରେ ଉଚ୍ଚଶିକ୍ଷା ଲାଭ କରିଥିଲେ ମଧ୍ୟ, ସେ ଶିକ୍ଷକତାକୁ ହିଁ ନିଜର ବୃତ୍ତି ଭାବରେ ଜାରି ରଖିଥିଲେ । ୩୮ବର୍ଷର ଶିକ୍ଷକତା ମଧ୍ୟରେ ସେ ଦୁଇଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।[୪]

ସାହିତ୍ୟ କୃତି[ସମ୍ପାଦନା]

ମଙ୍ଗଳୁ ଚରଣ ୫୬ଟି ପୁସ୍ତକ ନିଜେ ରଚନା କରିଛନ୍ତି ଓ ୩୫୦ଟି ପୁସ୍ତକର ମୁଖବନ୍ଧ ରଚନା କରିଛନ୍ତି । ତାଙ୍କର ପ୍ରଥମ କବିତା "ଧୂମାଳ" ୧୯୫୧ ମସିହାରେ କଲିକତାରୁ ପ୍ରକାଶିତ "ଯୁଗଭାରତୀ" ପତ୍ରିକାରେ ପ୍ରକାଶ ପାଇଥିଲା । ସେତେବେଳକୁ ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ସେହିବର୍ଷ ତାଙ୍କର ପ୍ରଥମ କବିତା ସଂକଳନ "ବସନ୍ତ ଆସିଲା ଫେରି" ମଧ୍ୟ ପ୍ରକାଶ ପାଇଥିଲା ।

କବିତା[ସମ୍ପାଦନା]

  • ବସନ୍ତ ଆସିଲା ଫେରି
  • ଦରିଆ ପାରିର କବିତା
  • ବରଫ ଦେଶର କନ୍ୟା
  • ମଗ୍ନ ମାଟିର ମେଖଳା

ଗଳ୍ପ[ସମ୍ପାଦନା]

  • ଅସ୍ତରାଗର କବି
  • ଅଗ୍ନିସମ୍ଭବା
  • ଦି'ଧାର ଲୁହ

ଉପନ୍ୟାସ[ସମ୍ପାଦନା]

  • ଦୂର ବସନ୍ତ

ଶିଶୁ ସାହିତ୍ୟ[ସମ୍ପାଦନା]

  • ଆ'ଲୋ ନିଦ ମାଉସୀ ଆ
  • ଦେଖ କଇଁଚ କାଢିଛି ବେକ[୫]
  • ଦେ କଉଡି ଖା ପିଠା
  • କଟକ ଚିନ୍ତା ବାଇମୁଣ୍ଡି କି[୬]

ପ୍ରବନ୍ଧ[ସମ୍ପାଦନା]

  • ଚିନ୍ତା ଓ ଚୈତନ୍ୟ

ନାଟକ[ସମ୍ପାଦନା]

  • ଭୁଖା[୭]
  • ଉଡଲା ପତର ବୁଡଲା ଡଙ୍ଗା
  • ଲୁରା
  • ସୁନା ନେଉଳ

ଆତ୍ମଜୀବନୀ[ସମ୍ପାଦନା]

  • ହଜିଲା ଦିନ

ଅନୁବାଦ[ସମ୍ପାଦନା]

  • ରୋମର ରୂପସୀ[୮]

ଆଧାର[ସମ୍ପାଦନା]

  1. Bhagirathi Nepak (1974*). Bhima Bhoi, the greatest adivasi poet prophet. Publication Committee. Check date values in: |date= (help)
  2. Navin Menon; Bhavana Nair (1999). Children's literature in India. Children's Book Trust. ISBN 978-81-7011-872-5.
  3. Orissa reference: glimpses of Orissa. TechnoCAD Systems. 2001.
  4. Jagannatha Mahanti; Jagannātha Mahānti; Oḍiśā Sāhitya Ekāḍemī (1993). Children's literature of Orissa. Orissa Sahitya Akademi.
  5. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  6. The Indian Publisher and Bookseller. Sadanand G. Bhatkal. 1972.
  7. http://www.caluniv.ac.in/global-mdia-journal/COMMENTARY-DEC%202013/Commentary_2_Alok_Baral.pdf
  8. "ପିତାପାଲିର ମିଠା ମଣିଷ". ନିତିଦିନ ୦୨/୧୦/୨୦୧୬ ପୃଷ୍ଠା ୧୦. Retrieved 3 October 2016.