ଭାରତର ନୃତ୍ୟକଳା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଭାରତର ନୃତ୍ୟକଳା ଏକ ସର୍ବପୁରାତନ କାଳରୁ ଭିନ୍ନ ଭିନ୍ନ ଭାବ ଭଙ୍ଗୀରେ ସୃଷ୍ଟି ହୋଇ ଆସିଛି । ଭାରତୀୟ ନୃତ୍ୟକଳା ଓ ଏହାର ସ୍ଥାପତ୍ୟ ସର୍ବ ଜନସାଧାରଣ ମାନଙ୍କୁ ଏକତ୍ର କରି ରଖିପାରିଛି । ସମଗ୍ର ଭାରତ ବର୍ଷରେ କାହିଁ କେଉଁ ଯୁଗରୁ ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ଯାଇ ସଂସ୍କୃତି ସମ୍ପନ୍ନ ନୃତ୍ୟକୁ ପରିବେଷଣ କରିଥାନ୍ତି । ଏହା ଦ୍ଵାରା ସେମାନଙ୍କ ମଧ୍ୟରେ ଏକତା ଓ ମାନସିକ ଶାନ୍ତି ଉଜ୍ଜୀବିତ ହୁଏ । ସମସ୍ତ ପ୍ରକାରର ପର୍ବପର୍ବାଣି, ଆଡମ୍ବର ଅନୁଷ୍ଠାନ ଏବଂ ମନର ଶାନ୍ତି ଭାବନାକୁ ଉଜ୍ଜୀବିତ କରି ରଖିବା ପାଇଁ ଲୋକମାନେ ନିଜ ନିଜ ସାଂସ୍କୃତିକ ଶୈଳୀ ରେ ନୃତ୍ୟ ପରିବେଷଣ କରିଥାନ୍ତି । ଏହା ଦ୍ୱାରା ଧାର୍ମିକ , ସାଂସ୍କୃତିକ ଓ ଶାସ୍ତ୍ରୀୟ ନୃତ୍ୟର ମାର୍ଜନା ହୋଇଥାଏ ।

ଓଡ଼ିଶୀ[ସମ୍ପାଦନା]

ଓଡ଼ିଶୀ ନୃତ୍ୟ ଆମ ଓଡ଼ିଶାର ମୁଖ୍ୟ ନୃତ୍ୟକଳା ଅଟେ । ଏହା ଆମ ସଂସ୍କୃତି ଓ କଳାକୁ ଆହୁରି ସମୃଦ୍ଧ କରିଛି । ଏହି ନୃତ୍ୟକଳା କେବଳ ଆମ ରାଜ୍ୟ, ଆମ ଦେଶ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ଏହା ଉଡ୍ର-ମଗଧ ଶୈଳୀର ଶାସ୍ତ୍ରୀୟ ନୃତ୍ୟ ରୁ ଉତ୍ପତି ଲାଭ କରିଥିବା କଥିତ ଅଛି । ଏହା ନୃତ୍ୟକଳାକୁ ଗୁରୁ କେଳୁଚରଣ ମହାପାତ୍ର ଏକ ନୂତନ ପରିଚୟ ପ୍ରଦାନ କରିଥିଲେ । ସେ ଓଡ଼ିଶୀ ନୃତ୍ୟକଳାର କ୍ରମ ବିକାଶ କରିବାସହ ଏହାର ପ୍ରଚାର ଓ ପ୍ରସାର ମଧ୍ୟ କରିଥିଲେ । ତେବେ ଆଜିର ସମୟରେ ଏହି ନୃତ୍ୟକଳା ଦେଶବିଦେଶରେ ଆଦୃତ ହେବାସହ ଆମ ରାଜ୍ୟକୁ ଜାତୀୟ ଗୌରବ ଆଣି ଦେଇଛି । ଏହିନୃତ୍ୟର ବିଶେଷତ୍ୱ ହେଲା ଏଥିରେ ପାଦର ଚଳନ ଏବଂ ମୁଦ୍ରା । ତ୍ରିଭଙ୍ଗୀ ଓ ଚୌକ ଠାଣୀ ଏହି ନୃତ୍ୟକୁ ଆକର୍ଷଣୀୟ କରିଥାଏ । ମୁଖ୍ୟତଃ ଏଥିରେ ୫ଟି ପର୍ଯ୍ୟାୟ ଥାଏ, ଯଥା:

  • ମଙ୍ଗଳାଚରଣ
  • ବାଟୁ ନୃତ୍ୟ
  • ପଲ୍ଲବୀ
  • ଅଭିନୟ
  • ମୋକ୍ଷ

ଏହି ନୃତ୍ୟରେ ମଙ୍ଗଳାଚରଣରେ ଭୂମି ପ୍ରଣାମ ଓ ଗୁରୁବନ୍ଦନା କରାଯାଏ । ଏହାପରେ ଶୁଦ୍ଧନୃତ୍ୟ ବା ବାଟୁନୃତ୍ୟ ପରିବେଷଣ କରାଯାଏ । ଏହାପରେ ବିବିନ୍ନ ରାଗ ଉପରେ ପଲ୍ଲବୀ ଆଧାରିତ । ପଲ୍ଲବୀ ପରେ ଅଭିନୟ ନୃତ୍ୟ ପରିବେଷଣ କରାଯାଇଥାଏ। ସାଧାରଣତଃ ପୁରାତନ ସଂସ୍କୃତ ରଚନା ଗୀତଗୋବିନ୍ଦ ଉପରେ ଏହା ସଂଯୋଜନା କରାଗଲା। ଓଡ଼ିଶୀ ନୃତ୍ୟର ବୈଶିଷ୍ଟ ହେଲା ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ଓ ଏହାର ପାଞ୍ଚଗୋଟି ପର୍ଯ୍ୟାୟ ହେଲା : ମଙ୍ଗଳାଚରଣ,ବଟୁ,ପଲ୍ଲବୀ,ଅଭିନୟ ଓ ମୋକ୍ଷ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳୀ ଦ୍ଵାରା ପ୍ରଣାମ ନିବେଦନ କରେ ଓ ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାଏ। ଏହି ନୃତ୍ୟରେ ପଖଉଜ,ବେହେଲା,ଗିନି,ଝାଞ୍ଜ,ବଂଶୀ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଆଜି ଓଡ଼ିଶୀ ନୃତ୍ୟ ସମଗ୍ର ଭାରତ ବର୍ଷ ଓ ପୃଥିବୀରେ ବିଶେଷଭାବେ ଆଦୃତ ହୋଇପାରିଛି । ଓଡ଼ିଶୀ ଭାରତର ଆଠଟି ଶାସ୍ତ୍ରୀୟ ନାଟ ଭିତରୁ ଗୋଟିଏ । ଏହା ଓଡ଼ିଶାରୁ ଜନ୍ମ ଲାଭ କରିଛି । ପୁରାତନ ତତ୍ଵ ଅନୁସାରେ ଏହା ଭାରତର ଜୀବନ୍ତ ନୃତ୍ୟକଳା ଭିତରୁ ଗୋଟିଏ ।[୧][୨] ଭାରତୀୟ ନୃତ୍ୟକଳାର ପୋଥି ନାଟ୍ୟ ଶାସ୍ତ୍ର ଏହାକୁ ଓଡ୍ର-ମାଗଧି ବୋଲି କହେ । ପ୍ରଥମ ଖ୍ରୀଷ୍ଟପୂର୍ବ ବେଳକୁ ଭୁବନେଶ୍ୱରର ଖଣ୍ଡଗିରିଉଦୟଗିରି ଠାରେ ଓଡ଼ିଶୀ ଏକ ଉନ୍ନତ ନୃତ୍ୟକଳାରେ ପରିଣତ ହୋଇସାରିଥିଲା ଯାହା ସେ କେତେ ପୁରୁଣା ସେକଥା ପ୍ରମାଣ କରେ । ପରାଧୀନ ଭାରତରେ ଫିରିଙ୍ଗିମାନଙ୍କ ଦେଇ ଏହା କିଛି ପରିମାଣରେ ଦବିଯାଇଥିଲେ ହେଁ ସ୍ଵାଧୀନତା ପରେ ଓଡ଼ିଶୀ ପୁଣି ତାର ଆଗର ଗୌରବ ଫେରିପାଇଥିଲା । ଏହାର ତ୍ରିଭଙ୍ଗୀ ଠାଣି ବା ଦେହର ତିନୋଟି ଅଙ୍ଗ- ମୁଣ୍ଡ , ଛାତି ଓ ଅଣ୍ଟାର ସ୍ଵାଧୀନ ଗତି ଏହାକୁ ବାକି ଭାରତୀୟ ନାଟ ଠାରୁ ପୁରାପୁରି ନିଆରା କରି ଗଢ଼ିତୋଳିଛି ।[୩][୪] ଆଉ ମୌଳିକ ଚଉକୋଣ ନାଚକୁ ଚଉକା କୁହାଯାଏ ।

ସାହିଯାତ[ସମ୍ପାଦନା]

ଶ୍ରୀଜଗନ୍ନାଥଙ୍କ ରାମାବତାରଲୀଳାର ଅଂଶବିଶେଷ ସାହି ଯାତ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ । ପୁରୀରେ ସାହିଯାତ ଚୈତ୍ର ଶୁକ୍ଳ ଅଷ୍ଟମୀ [୫]ଠାରୁ ବୈଶାଖ କୃଷ୍ଣ ଦ୍ଵିତୀୟା ପର୍ଯ୍ୟନ୍ତ ୯ କିମ୍ବା ୧୦ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ । ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବଙ୍କ ସମୟରୁ ଏହା ଆରମ୍ଭ ହୋଇଥିଲା । [୬]ଏହି ସାହି ଯାତ ସମୟରେ ପୁରୀ ସହରର ସାତଟି ସାହିରୁ ବାହାରୁ ଥିବା ପଟୁଆର ଓ ଯାତ୍ରା ଆଦି ବାଦି ସାହିଗୁଡ଼ିକରେ ସେମାନଙ୍କ କଳାକୌଶଳ ଆଦି ପ୍ରଦର୍ଶନ କରିଥାଆନ୍ତି । ସାହିଯାତରେ ସମରକଳା, ଲୋକକଳା, ଲୋକନୃତ୍ୟ, ଲୋକଗୀତ ତଥା ଲୋକବାଦ୍ୟ ପରମ୍ପରାର ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ ।[୭] ଶ୍ରୀକ୍ଷେତ୍ରର ସାହି ଯାତର ପରମ୍ପରା ସହ ବାଲ୍ମିକୀ ରାମାୟଣର ପର୍ଶୁରାମଙ୍କ ବର୍ଣ୍ଣିତ ରୂପ ସହ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସାଦୃଶ୍ଯ ରହି ଥିବାରୁ ତାହା ରାମାନନ୍ଦଙ୍କ ପ୍ରଭାବରେ ଆରମ୍ଭ ହେଇଛି ବୋଲି ଅନୁମାନ କରାଯାଉଛି। ଶ୍ରୀରାମ ନବମୀଠାରୁ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷହେବା ପରେ ଆଜ୍ଞାମାଳ ପାଇ ରାମ ଓ ଲକ୍ଷ୍ମଣଙ୍କ ଚଳନ୍ତି ବିଗ୍ରହ ପାଲିଙ୍କିରେ ବିଜେହୋଇ ଜଗନ୍ନାଥବଲ୍ଲଭ ମଠକୁ ଯାଇଥାନ୍ତି । ସେଠାରେ ଯଜ୍ଞରକ୍ଷା, ଶିବଧନୁ ଭଙ୍ଗ, ସୀତା ବିବାହ, ପର୍ଶୁରାମ ଲୀଳା, ବନବାସ ଲୀଳା, ମାୟାମୃଗ ଲୀଳା, ଲଙ୍କାପୋଡ଼ି ହନୁମାନ ଲୀଳା ଓ ରାବଣ ବଦ୍ଧ ଆଦି ସାହିଯାତର ପ୍ରମୁଖ ଲୀଳାମାନ ସମ୍ପନ୍ନ ହୋଇଥାଏ । ଲୀଳା ସମ୍ପନ୍ନ ହେବାପରେ ପୁନଃ ଶ୍ରୀମନ୍ଦିରକୁ ବାହୁଡ଼ନ୍ତି ।

  • ରାମ ନବମୀ ଅବସରରେ କାଳିକାଦେବୀ ସାହିରୁ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ବିଶ୍ଵାମିତ୍ର ବାହାରି ଶ୍ରୀମନ୍ଦିରକୁ ଯିବା ସହ ସହର ପରିକ୍ରମା କରିଥାନ୍ତି ।
  • ଦଶମୀ ତିଥିରେ ହରଚଣ୍ଡିସାହି ଆଖେଡ଼ା ପକ୍ଷରୁ ଯଜ୍ଞରକ୍ଷା ପର୍ବ ଓ ଋଷ୍ୟଶୃଙ୍ଗ ଯାତ୍ରା ଲାଗି ନାକ କାନ ନୃତ୍ୟ ଅନୁଷ୍ଠିତ ହୋଇଥାଏ । ଏହି ନାକ କାନକୁ ଶୁବାହୁ ଓ ମାରିଚ ବୋଲି କୁହାଯାଏ ।
  • ଏକାଦଶୀ ତିଥିରେ ହରଚଣ୍ଡିସାହି ଆଖେଡ଼ା ପକ୍ଷରୁ ପର୍ଶୁରାମ ଲୀଳା ପ୍ରସର୍ଶିତ ହୋଇଥାଏ । [୮]

ଲୀଳା[ସମ୍ପାଦନା]

ଜନପ୍ରିୟ ଲୋକ ନାଟକ ହିସାବରେ ମଣିପୁରୀ [[ରାସଲୀଳା]ର ସ୍ଥାନ ଖୁବ୍ ଉଚ୍ଚରେ । ପରଂବ୍ରହ୍ମ ଭଗବାନଙ୍କ ବିଭିନ୍ନ ଅବତାର ଅଲୌକିକ ଘଟଣା କୁ ଉପଜିବ୍ୟ କରି ଯେଉଁ ଲାଳିତ୍ୟପୂର୍ଣ୍ଣ ସଙ୍ଗୀତମୟ ତଥା ରସମୟ ଅଭିନୟୋପଯୋଗୀ ରଚନା ସୃଷ୍ଟି ହୁଏ ତାହା ଲୀଳା ନାମରେ ଅଭିହିତ । ଲୀଳା ଗୁଡିକ ଛନ୍ଦ ଯୁକ୍ତ କାବ୍ୟ ବା ଗୀତ ଗୁଣ ରୂପେ ଗ୍ରହଣ କରାଯାଏ । ମୁଖ୍ୟତଃ ୨ ଆରାଧ୍ୟ ଦେବତା କୃଷ୍ଣ ଏବଂ ରାମଙ୍କ କୌତୁକ ପୂର୍ଣ୍ଣ ଜୀବନବୃତ୍ତାନ୍ତ ଭିତ୍ତି କରି ଓଡ଼ିଆ ଲୀଳା ସମୃଦ୍ଧ । ଲୀଳା (ରାଧାପ୍ରେମ ଲୀଳା, ରାମ ଲୀଳା, କୃଷ୍ଣ ଲୀଳା, ଗୋପ ଲୀଳା, ଭାରତ ଲୀଳା) ଆଦି ପ୍ରମୁଖ।

ଆଧାର[ସମ୍ପାଦନା]

  1. http://www.dancesofindia.co.in/classic-dances-india/odissi.html
  2. http://odissi.itgo.com/
  3. ୨୦୦୮ର୍ଡେଏ ଭିଡି କଟିନିଙ୍କ ଏକ ଲେଖା
  4. ସେହେଗାଲ, ସୁନିଳ (୧୯୯୯). ହିନ୍ଦୁଧର୍ମର ଭାଷାକୋଷ: (H - Q). Sarup & Sons. p. ୮୬୮. ISBN ୮୧୭୬୨୫୦୬୪୩. 
  5. Panda, Namita (2011). "The Telegraph - Calcutta (Kolkata) | Orissa | Sahi Jata fervour hits Puri". telegraphindia.com. Retrieved 12 April 2013. Sahi Jata begins a day before Ram Navami. 
  6. "Sahi Jatra – Open Theater, Orissan Ramalila | PURIWAVES". puriwaves.nirmalya.in. Retrieved 12 April 2013. “Sahi Yatra” is believed to have begun in 1230 AD. 
  7. Panda, Namita (2011). "<I>Sahi jata</I> regales audience in Puri". telegraphindia.com. Retrieved 12 April 2013. sahi jata is a combination of martial and folk dance forms. 
  8. ସମାଜ, ୦୨ଅପ୍ରେଲ ୨୦୧୨, ପୃଷ୍ଠା:୦୭

ବାହାର ତଥ୍ୟ[ସମ୍ପାଦନା]