ବିଭ୍ରାନ୍ତ

ଉଇକିପିଡ଼ିଆ‌ରୁ
ବିଭ୍ରାନ୍ତ
ନିର୍ଦ୍ଦେଶକବିଶ୍ୱଭୂଷଣ ମହାପାତ୍ର
ପ୍ରଯୋଜକହର ପ୍ରସାଦ ସାହୁ
ସଂଳାପଅମିତ କୁମାର ଦାସ
ଚିତ୍ରନାଟ୍ୟବିଶ୍ୱଭୂଷଣ ମହାପାତ୍ର
କାହାଣୀବିଶ୍ୱଭୂଷଣ ମହାପାତ୍ର
କଳାକାରଜ୍ୟୋତି ରଞ୍ଜନ ନାୟକ
ତମନ୍ନା ବ୍ୟାସ
ପ୍ରଜ୍ଞା ଖଟୁଆ
ସଙ୍ଗୀତଅଭିଜିତ ମଜୁମଦାର
ଗୌରବ ଆନନ୍ଦ
ଚିତ୍ରଗ୍ରହଣବିଟୁଲ ଦାସ
ସମ୍ପାଦକଅମରେନ୍ଦ୍ର ମହାନ୍ତି
ମୁକ୍ତିଲାଭ ତାରିଖ
୧୦ ଫେବୃଆରୀ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ବିଭ୍ରାନ୍ତ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହର ପ୍ରସାଦ ସାହୁ ।[୧] ଅମିତ କୁମାର ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ବିଶ୍ୱଭୂଷଣ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ଅଭିଜିତ ମଜୁମଦାର ଓ ଗୌରବ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ତମନ୍ନା ବ୍ୟାସ ।[୨] ପ୍ରଜ୍ଞା ଖଟୁଆ, ଦୀପନ ବରୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟିର ଟ୍ରେଲର୍ କୋଏମ୍ବଟୁରର ଇଶାଯୋଗା ସେଣ୍ଟରରେ ଥିବା ଆଦିଯୋଗୀ ଅଡ଼ିଟୋରିଅମ୍‌ରେ ମୁକ୍ତିଲାଭ କରିଥିଲା ।[୧] ୨୦୨୩ ମସିହାର ଫେବୃଆରୀ ୧୦ ତାରିଖରେ ଏହି କଥାଚିତ୍ରଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାରଗୌରବ ଆନନ୍ଦ[୪] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀରଞ୍ଜନ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୌରବ ଆନନ୍ଦ, ତାରିକ୍ ଅଜିଜ୍, ଦୀପ୍ତିରେଖା ପାଢ଼ୀ, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩][୫]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ବିଭ୍ରାନ୍ତ"ରଞ୍ଜନ ନାୟକଗୌରବ ଆନନ୍ଦ 
2."ଆହିସ୍ତା ଆହିସ୍ତା"ନିର୍ମଳ ନାୟକସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ 
3."ଖୁଦା ମାନିଲି"ନିର୍ମଳ ନାୟକସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "'ବିଭ୍ରାନ୍ତ'ର ଟ୍ରେଲର". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  2. "ଜ୍ୟୋତିଙ୍କ ଭୂମିକା". ସମ୍ବାଦ. No. ରବିବାର. 5 February 2023. p. 8. Archived from the original on 23 March 2023. Retrieved 23 March 2023.
  3. ୩.୦ ୩.୧ "୧୦ରେ 'ବିଭ୍ରାନ୍ତ'". ପ୍ରମେୟ (ରବିବାର). 5 February 2023. p. 8. Archived from the original on 23 March 2023. Retrieved 23 March 2023.
  4. "'ବିଭ୍ରାନ୍ତ'ରେ ଜ୍ୟୋତି-ତମନ୍ନା". ନିର୍ଭୟ. 11 February 2023. p. 10. Archived from the original on 23 March 2023. Retrieved 23 March 2023.
  5. "ଜ୍ୟୋତି-ତମନ୍ନାଙ୍କ 'ବିଭ୍ରାନ୍ତ'". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.

ବାହାର ଆଧାର[ସମ୍ପାଦନା]