ବାପା ସୁପର୍‌ମ୍ୟାନ୍

ଉଇକିପିଡ଼ିଆ‌ରୁ
ବାପା ସୁପର୍‍ମ୍ୟାନ୍
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକପ୍ରକାଶ ରଞ୍ଜନ ଜେନା
ସଂଳାପପ୍ରିୟବ୍ରତ ପଣ୍ଡା
ଚିତ୍ରନାଟ୍ୟପ୍ରିୟବ୍ରତ ପଣ୍ଡା
କାହାଣୀପ୍ରିୟବ୍ରତ ପଣ୍ଡା
କଳାକାରସିଦ୍ଧାନ୍ତ ମହାପାତ୍ର
ସୁପ୍ରିୟା ନାୟକ
ଶୁଭ୍ରାଂଶୁ ନାୟକ
ସୋଫିଆ ଆଲାମ
ସଙ୍ଗୀତସୌମିତ୍ରୀ ପଲାଇ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୩ ମାର୍ଚ୍ଚ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ବାପା ସୁପର୍‍ମ୍ୟାନ୍ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରକାଶ ରଞ୍ଜନ ଜେନା । ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ ।[୨] ସଙ୍ଗୀତକାର ସୌମିତ୍ରୀ ପଲାଇ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ସୁପ୍ରିୟା ନାୟକ । ସୁଭ୍ରାଂଶୁ, ସୋଫିଆ ଆଲାମ, ଅଶ୍ୱିନୀ ବ୍ରହ୍ମା, ପ୍ରକାଶ ଜେନା, ଶୁଭମ, ପ୍ରଶାନ୍ତ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଶିଶୁ କଳାକାର ଭାବରେ ଶୁଭମ, ତ୍ରିଶା, ରିଷିକ ଓ ତେଜ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟି ୨୦୨୩ ମସିହାର ମାର୍ଚ୍ଚ ୩ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୫][୬]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସୌମିତ୍ରୀ ପଲାଇ । ଗୀତିକାର ଗୁରୁ ଶତପଥୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧୦] ସୁଶୀଲ କୁମାର, ପପୁ, ଗୁଗୁଲ, ତ୍ରିଶା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ମୋ ବାପା ସୁପର୍‌ମ୍ୟାନ୍"ସୁଶୀଲ କୁମାର, ପପୁ, ଗୁଗୁଲ, ତ୍ରିଶା 

ଆଧାର[ସମ୍ପାଦନା]

  1. "ବାପା ସୁପରମ୍ୟାନ୍ ବନାମ ବାଜିବ ଲୋ ସାହାନାଇ". ଧରିତ୍ରୀ. No. ଭୁବନେଶ୍ୱର. 2 March 2023. p. ୧୫. Archived from the original on 20 March 2023. Retrieved 20 March 2023.
  2. "ବାପା ସୁପରମ୍ୟାନର ଟ୍ରେଲର ରିଲିଜ୍ ଜାନୁଆରୀରେ ପରଦାକୁ ଆସିବ ଫିଲ୍ମ". ETV Bharat News. ଭୁବନେଶ୍ୱର. Archived from the original on 20 March 2023. Retrieved 20 March 2023.
  3. NEWS, OMMCOM (23 August 2022). "Sidhant Mohapatra Starrer 'Bapa Superman' To Hit Screens Soon | Entertainment". Odisha News, Odisha Breaking News, Odisha Latest News (in English). Bhubaneswar. Archived from the original on 20 March 2023. Retrieved 20 March 2023.{{cite news}}: CS1 maint: unrecognized language (link)}
  4. "ବାପା ସୁପରମ୍ୟାନ୍". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
  5. "Bapa SupermanU". The Times of India. ISSN 0971-8257. Retrieved 2023-03-20.
  6. Rath, Rosalin (4 March 2023). "'ରିଲିଜ ହେଲା ଫିଲ୍ମ ବାପା ସୁପରମ୍ୟାନ'". ନନ୍ଦିଘୋଷ ଟିଭି. Archived from the original on 20 March 2023. Retrieved 20 March 2023.
  7. BEHERA, PRAMOD (4 March 2023). "OTV Foresight 2023: ବକ୍ସି ଜଗବନ୍ଧୁ ଓ ଖାରବେଳଙ୍କ ଉପରେ ଫିଲ୍ମ ନ ହେବା ପଛରେ ଆମେ ଦାୟୀ; ସିଦ୍ଧାନ୍ତ ମହାପାତ୍ର". ଓଟିଭି ଖବର. Archived from the original on 20 March 2023. Retrieved 20 March 2023.
  8. "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
  9. "କମ୍‌ବ୍ୟାକ୍‌ରେ ଖୁସି". ପ୍ରମେୟ. 15 March 2023. p. 8. Archived from the original on 28 August 2023. Retrieved 28 August 2023.
  10. "ଆସୁଛି ବାପା ସୁପରମ୍ୟାନ୍; ଶୀର୍ଷକ ଭୂମିକାରେ ସିଦ୍ଧାନ୍ତ ମହାପାତ୍ର". Sambad. 26 February 2023. Archived from the original on 20 March 2023. Retrieved 20 March 2023.

ବାହାର ଆଧାର[ସମ୍ପାଦନା]