ଅଶ୍ୱିନୀ ବ୍ରହ୍ମା
ଅଶ୍ୱିନୀ ବ୍ରହ୍ମା | |
---|---|
ବୃତ୍ତି | (ଓଡ଼ିଆ) ଅଭିନେତା |
ସକ୍ରିୟ ବର୍ଷ | ୧୯୯୮ - ଏବେଯାଏଁ |
ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
ଅଶ୍ୱିନୀ ବ୍ରହ୍ମା ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଏବଂ ମଞ୍ଚ ନାଟକରେ ଅଭିନୟ କରନ୍ତି । ସେ ପ୍ରଥମେ ବିଭିନ୍ନ ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରେ ୧୯୯୮ ମସିହାରେ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ସେ ଗଡ଼ବଡ଼ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଉଭୟ କଥାଚିତ୍ର ଏବଂ ଧାରାବାହିକ ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।[୧]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ଅଶ୍ୱିନୀ ବ୍ରହ୍ମା ପୁରୀ ଜିଲ୍ଲାର ରାମଚନ୍ଦ୍ରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ପରମାନନ୍ଦ ରାଜଗୁରୁ ଜଣେ ମଞ୍ଚ ଅଭିନେତା ଥିଲେ । ତାଙ୍କ ବାପାଙ୍କ ଯେତେବେଲେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅଭିନୟ କରୁଥିଲେ, ସେତେବେଳେ ସେ ନାଟକ ଦେଖିବାକୁ ଯାଉଥିଲେ ଏବଂ ଧୀରେ ଧୀରେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]ଅଶ୍ୱିନୀ ପ୍ରଥମେ ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ଶତାବ୍ଦୀର କଳାକାରରେ କାମ କରିବା ଆରମ୍ଭ କରିଥିଲେ । ସେ ଧୀର ମଲ୍ଲିକଙ୍କର ଏକ ନାଟକରେ ତାଙ୍କୁ ମିଳିଥିଲା ତାଙ୍କର ପ୍ରଥମ ମଞ୍ଚ ନାଟକ । ସେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ କିଛି ନାଟକରେ ମଧ୍ୟ ଅଭିନୟ କରିଛନ୍ତି ।[୧][୨]
୧୯୯୮ ମସିହାରେ ଅଶ୍ୱିନୀ ଦୂରଦର୍ଶନ ଧାରାବାହିକ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ମୁଁ ଭଲପାଏ, ଯାହାର ନିର୍ଦ୍ଦେଶନା ଦେଇଥିଲେ ହରିଶ ମହାନ୍ତି । ଏହାପରେ ସେ ପାଖାପାଖି ୨୦ଟିରୁ ଅଧିକ ଧାରାବାହିକରେ ଅଭିନୟ କରିଛନ୍ତି ।
୨୦୧୩ ମସିହାରେ ଅଶ୍ୱିନୀ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଗଡ଼ବଡ଼, ଯେଉଁଥିରେ ସେ ଦୁଇଟି ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହାପରେ ସେ ସୁପରଷ୍ଟାରରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୩ | ଗଡ଼ବଡ଼ | ଦୀପକ/ଦୀପା | |
ସୁପରଷ୍ଟାର |
ଅଭିନୀତ ଧାରାବାହିକ
[ସମ୍ପାଦନା]ଧାରାବାହିକ | ଚେନାଲ୍ | ଭୂମିକା | ମନ୍ତବ୍ୟ |
---|---|---|---|
ମୁଁ ଭଲପାଏ | ପ୍ରଥମ ଧାରାବାହିକ | ||
ଏ ଗପ ମଲା ଜହ୍ନର | |||
ପ୍ରତିଘାତ | |||
ସକାଳର ଅପେକ୍ଷାରେ | |||
ସଞ୍ଜ ସଳିତା | |||
ସଂସ୍କାର | ଇ ଟିଭି ଓଡ଼ିଆ | ||
ଶାମୁକା | |||
ସିନ୍ଦୂର | |||
ତୁଳସୀ | ଇ ଟିଭି ଓଡ଼ିଆ | ବିଭୁ | |
ଉଆଁସୀ କନ୍ୟା | ତରଙ୍ଗ ଟିଭି | ||
ସବୁ ଠିକ୍ ଠାକ୍ | ଇ ଟିଭି ଓଡ଼ିଆ | ଡାକ୍ତର ବାବୁ | |
ତୋ ଅଗଣାର ତୁଳସୀ ମୁଁ | ସାର୍ଥକ ଟିଭି | ବିଶୁ | |
ମାନିନୀ | ସାର୍ଥକ ଟିଭି | ଅର୍ଜୁନ | ୨୭ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
ତାରା ତାରିଣୀ | ତରଙ୍ଗ ଟିଭି |
ପୁରସ୍କାର
[ସମ୍ପାଦନା]- ୨୦୧୪: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ଶ୍ରେଷ୍ଠ ନବାଗତ (ଗଡ଼ବଡ଼)
- ୨୦୧୫: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ଶ୍ରେଷ୍ଠ ଧାରାବାହିକ ଅଭିନେତା (ମାନିନୀ)[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ Das, Rashmi Rekha (21 June 2018). "A Natural Actor". OrissaPOST (in English). Bhubaneswar. Archived from the original on 22 September 2020. Retrieved 22 September 2020.
{{cite news}}
: CS1 maint: unrecognized language (link) - ↑ "କଳିଙ୍ଗ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ପରଧନର ମୋହ ଜୀବନ ନେଇଗଲା". ସମ୍ବାଦ. sambad.in. 5 February 2018. Retrieved 22 September 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଶ୍ୱିନୀ ବ୍ରହ୍ମା