ଦିଲ୍ କା ରାଜା
ଦିଲ୍ କା ରାଜା | |
---|---|
ନିର୍ଦ୍ଦେଶକ | ଦିଲ୍ଲୀପ ପଣ୍ଡା |
ପ୍ରଯୋଜକ | ରବିନ୍ଦ୍ର ପଣ୍ଡା |
ସଂଳାପ | ରଜନୀ ରଞ୍ଜନ |
କାହାଣୀ | ସୁରାଗିନି ପାଠକ |
କଳାକାର | ଜ୍ୟୋତି ରଞ୍ଜନ ନାୟକ, ପିଙ୍କି ପ୍ରିୟଦର୍ଶନୀ, ଦୀପିକା, ଉତ୍ତମ ମହାନ୍ତି, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପପୁ ପମ ପମ |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ମୁକ୍ତିଲାଭ ତାରିଖ | ୧୦ ଫେବୃଆରୀ ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦିଲ୍ କା ରାଜା ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩][୪] ଏହି କଥାଚିତ୍ରଟି ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା । ବୈଦ୍ୟନାଥ ଦାଶ ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ରବିନ୍ଦ୍ର ପଣ୍ଡା ଚଳଚ୍ଚିତ୍ରଟିକୁ ପ୍ରଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତିରଞ୍ଜନ । ଚଳଚ୍ଚିତ୍ରଟି ଏକ ତ୍ରିକୋଣୀୟ ପ୍ରେମକାହାଣୀକୁ ନେଇ ନିର୍ମିତ ହୋଇଥିଲା, ଯେଉଁଥିରେ ପିଙ୍କି ପ୍ରିୟଦର୍ଶନୀ ଏବଂ ଦୀପିକା ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ ।[୫]
ପ୍ରେମ, ପ୍ରଣୟ, ଭଲ ପାଇବା, ତ୍ୟାଗ, ସଭିଙ୍କୁ ଖୁସି ରଖିବା, ନିଜର ଦୁଃଖକୁ ନିଜ ଭିତରେ ଚାପି ରଖିବା ଭଳି ଥିବା କଥା ରହିଥିବା ଏହି ଚଳଚ୍ଚିତ୍ରଟି ଭାଲେଣ୍ଟାଇନ୍ ଡେରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]ଏହି ଚଳଚ୍ଚିତ୍ରରେ ନାୟକ ରୂପେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ । ଜ୍ୟୋତି ପୂର୍ବରୁ ଦୁଇଟି ଚଳଚ୍ଚିତ୍ର ଦେଲେ ଧରା କଥା ସରେ ଏବଂ ନିଝୁମ ରାତିର ସାଥିରେ ଅଭିନୟ କରିସାରିଥିଲେ । ଏହା ଥିଲା ତାଙ୍କର ୩ୟ ଚଳଚ୍ଚିତ୍ର । ତାଙ୍କର ଦୁଇଜଣ ନାୟିକା ଭାବରେ ଅଭିନୟ କରିଥିଲେ ପିଙ୍କି ପ୍ରିୟଦର୍ଶନୀ ଏବଂ ଦୀପିକା । ପ୍ରଥମରେ ଦେବସ୍ମିତା ପଣ୍ଡାକୁ ଦୀପିକାଙ୍କ ସ୍ଥାନରେ ନିଆଯାଇଥିଲା । ମହୁରତ ସମୟରେ ଦେବସ୍ମିତା ଉପସ୍ଥିତ ଥିଲେ, ମାତ୍ର ପରେ ପରେ ତାଙ୍କ ବଦଳରେ ଦୀପିକାଙ୍କୁ ସ୍ଥାନ ମିଳିଥିଲା । ଅନ୍ୟାନ୍ୟ କଳାକାର ଭାବରେ ବିରଷ୍ଠ ଅଭିନେତା ମିହିର ଦାସ, ଉତ୍ତମ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା ଏବଂ ପପୁ ପମ ପମ ଆଦି ମଧ୍ୟ ଅଭିନୟ କରିଥିଲେ ।[୬] ଅନ୍ୟତମ ବରିଷ୍ଠ ଅଭିନେତା ବାବୁ ପ୍ରଧାନ ଏବଂ ତାଙ୍କ ପୁଅ ପପୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ପପୁଙ୍କର ଏହା ଥିଲା ପ୍ରଥମ ଚଳଚ୍ଚିତ୍ର ।
- ଜ୍ୟୋତି ରଞ୍ଜନ ନାୟକ[୭]
- ପିଙ୍କି ପ୍ରିୟଦର୍ଶନୀ
- ଦୀପିକା
- ଉତ୍ତମ ମହାନ୍ତି
- ପ୍ରଦ୍ୟୁମ୍ନ ଲେଙ୍କା
- ପପୁ ପମ ପମ
- ମିହିର ଦାସ
- ଜୀବନ ପଣ୍ଡା
- ମନୋଜ ଦାସ
- ଭୂପତି ତ୍ରିପାଠୀ
- ଚୁଙ୍ଗା
- ଶୋଭା
- ପ୍ରତିଭା ପଣ୍ଡା
- କାଳିଆ
- ବାବୁ ପ୍ରଧାନ
- ପପୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ପୁଲକ, ଅଞ୍ଜଳି ଦତ୍ତ ଏହି ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ ଗାୟକ- ଗାୟିକା ରୂପେର ପ୍ରଥମ କରି ସୁଯୋଗ ପାଇଥିଲେ । ସୁଧାକର ବସନ୍ତ ମଧ୍ୟ ଏହି ଚଳଚ୍ଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୮]
ଗୀତ
[ସମ୍ପାଦନା]ଗୀତ | ରଚନା | କଣ୍ଠଦାନ |
---|---|---|
ଦେ ଚୁମା | ||
ଦିଲ୍ ଦିଲ୍ ମୁଁ ଦିଲ୍ କା ରାଜା | ||
ଏ ବନର ଛାଇ | ||
ଏ ଦୁନିଆ ଥିବ ନ ଥିବ | ଅରୁଣ ମନ୍ତ୍ରୀ | ପୁଲକ, ଅଞ୍ଜଳି ଦତ୍ତ |
ମୁଁ ଯେ ଫଗୁଣ ବନର ପକ୍ଷୀ | ||
ଓରେ ସାଥିରେ ଶୁଣ ମେରେ ମିତରେ |
ଆଧାର
[ସମ୍ପାଦନା]- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "ଫେବ୍ରୁଆରୀରେ 'ଦିଲ୍କା ରାଜା'". ପ୍ରମେୟ. 8 January 2017. Archived from the original on 10 January 2017. Retrieved 1 March 2017.
- ↑ {{cite news|title=Mahurat of Odia movie ‘Dil Ka Raja’ held in city|url=http://pragativadi.com/mahurat-odia-movie-dil-ka-raja-held-city/%7Caccessdate=1 March 2017|newspaper=[[ପ୍ରଗତିବାଦୀ|date=25 October 2016}}
- ↑ "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
- ↑ "Dil Ka Raja Odia Movie Full HD Premiere - CineCritics". CineCritics. Retrieved 1 March 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦିଲ୍ କା ରାଜା