ଜେକେପୁର

ଉଇକିପିଡ଼ିଆ ରୁ
Jump to navigation Jump to search
ଜେକେପୁର
ଜେକେପୁର
ସହର
ଜେକେପୁର is located in ଓଡ଼ିଶା
ଜେକେପୁର
ଜେକେପୁର
Location in Odisha, India
ଅବସ୍ଥିତି: 19°15′3.5856″N 83°24′49.1436″E / 19.250996000°N 83.413651000°E / 19.250996000; 83.413651000Coordinates: 19°15′3.5856″N 83°24′49.1436″E / 19.250996000°N 83.413651000°E / 19.250996000; 83.413651000
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
ଉଚ୍ଚତା248 m (814 ft)
ଜନସଂଖ୍ୟା (2011)
 • ମୋଟ୧୮,୫୫୨
ଭାଷା
 • ସରକାରୀଓଡ଼ିଆ
IST (UTC+5:30)
ଗାଡ଼ି ପଞ୍ଜିକରଣOD 18

ଜେକେପୁର ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର ।[୧] ଜେକେ ଗୃପ୍ ଅଫ୍ କମ୍ପାନୀଦ୍ୱାରା ପ୍ରତିଷ୍ଠିତ କାଗଜ କଳ ପାଇଁ ସହରଟି ବେଶ୍‌ ଜଣାଶୁଣା । ଜେକେ ଗୃପ ଅଫ୍‌ କମ୍ପାନୀଦ୍ୱାରା ଜେକେ କାଗଜ କଳ ସ୍ଥାପିତ ହୋଇଥିବା ଅଞ୍ଚଳ ଜେକେପୁର ନାମରେ ନାମିତ । ଜେକେପୁର ସହରଟି ସଂଲଗ୍ନ ଛୋଟ ସହର ଚାନ୍ଦିଲିର ଅନତିଦୂରରେ ଗଢି ଉଠିଛି ।

ଭୂଗୋଳ[ସମ୍ପାଦନା]

ଏହି ସହର ଜିଲ୍ଲା ସଦର ମହକୁମାଠାରୁ ୧୦ କି.ମି ଦୂରରେ ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୩୨୬ କି.ମି ଦୂରରେ ଅବସ୍ଥିତ ।[୨] ଏହାର ନିକଟତମ ରେଳ ଷ୍ଟେସନ ହେଉଛି ରାୟଗଡ଼ା ଏବଂ ନିକଟତମ ବିମାନବନ୍ଦର ଭୁବନେଶ୍ୱର । ଓଡ଼ିଶା ରାଜ୍ୟ ରାଜପଥ ୪ ଓ ୫ ଏହି ସହର ଦେଇ ଯାଇଅଛି ।

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁଯାୟୀ ଏଠାକାର ମୋଟ ଲୋକସଂଖ୍ୟା ହେଉଛି ୧୮,୫୫୨ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୯୪୬୭ ଏବଂ ମହିଳା ସଂଖ୍ୟା ୯୦୮୫ ।[୩] ସାକ୍ଷରତା ହାର ୭୬.୪% ଯାହାକି ଓଡ଼ିଶାର ସାକ୍ଷରତା ହାର ଠାରୁ ଅଧିକ ।

ଶିକ୍ଷାନୁଷ୍ଠାନ[ସମ୍ପାଦନା]

ଏଠାରେ ଥିବା ଶିକ୍ଷନୁଷ୍ଠାନମାନଙ୍କ ମଧ୍ୟରୁ ଏକ ପ୍ରତିଷ୍ଠିତ ବିଦ୍ୟାଳୟ

  • ଲକ୍ଷ୍ମୀପତି ସିଂଘାଣିଆ ପବ୍ଳିକ ସ୍କୁଲ (LPS Public School)

ଆଧାର[ସମ୍ପାଦନା]

  1. "Chandili Population, Religion, Caste, Working Data Rayagada, Odisha - Census 2011". Retrieved 11 July 2017.
  2. "About Chndilli". Retrieved 11 July 2017.
  3. "Chandili Population Census 2011". Govt of India. Retrieved 11 July 2017.

ବାହାର ତଥ୍ୟ[ସମ୍ପାଦନା]