ଜେକେପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଜେକେପୁର
ଜେକେପୁର
ସହର
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Elevation
248 m (814 ft)
Population
 (2011)
 • Total୧୮,୫୫୨
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣOD 18

ଜେକେପୁର ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର ।[୧] ଜେକେ ଗୃପ୍ ଅଫ୍ କମ୍ପାନୀଦ୍ୱାରା ପ୍ରତିଷ୍ଠିତ କାଗଜ କଳ ପାଇଁ ସହରଟି ବେଶ୍‌ ଜଣାଶୁଣା । ଜେକେ ଗୃପ ଅଫ୍‌ କମ୍ପାନୀଦ୍ୱାରା ଜେକେ କାଗଜ କଳ ସ୍ଥାପିତ ହୋଇଥିବା ଅଞ୍ଚଳ ଜେକେପୁର ନାମରେ ନାମିତ । ଜେକେପୁର ସହରଟି ସଂଲଗ୍ନ ଛୋଟ ସହର ଚାନ୍ଦିଲିର ଅନତିଦୂରରେ ଗଢ଼ି ଉଠିଛି ।

ଭୂଗୋଳ[ସମ୍ପାଦନା]

ଏହି ସହର ଜିଲ୍ଲା ସଦର ମହକୁମାଠାରୁ ୧୦ କି.ମି ଦୂରରେ ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ୩୨୬ କି.ମି ଦୂରରେ ଅବସ୍ଥିତ ।[୨] ଏହାର ନିକଟତମ ରେଳ ଷ୍ଟେସନ ହେଉଛି ରାୟଗଡ଼ା ଏବଂ ନିକଟତମ ବିମାନବନ୍ଦର ଭୁବନେଶ୍ୱର । ଓଡ଼ିଶା ରାଜ୍ୟ ରାଜପଥ ୪ ଓ ୫ ଏହି ସହର ଦେଇ ଯାଇଅଛି ।

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା ଅନୁଯାୟୀ ଏଠାକାର ମୋଟ ଲୋକସଂଖ୍ୟା ହେଉଛି ୧୮,୫୫୨ । ତନ୍ମଧ୍ୟରୁ ପୁରୁଷ ସଂଖ୍ୟା ୯୪୬୭ ଏବଂ ମହିଳା ସଂଖ୍ୟା ୯୦୮୫ ।[୩] ସାକ୍ଷରତା ହାର ୭୬.୪% ଯାହାକି ଓଡ଼ିଶାର ସାକ୍ଷରତା ହାରଠାରୁ ଅଧିକ ।

ଶିକ୍ଷାନୁଷ୍ଠାନ[ସମ୍ପାଦନା]

ଏଠାରେ ଥିବା ଶିକ୍ଷନୁଷ୍ଠାନମାନଙ୍କ ମଧ୍ୟରୁ ଏକ ପ୍ରତିଷ୍ଠିତ ବିଦ୍ୟାଳୟ

  • ଲକ୍ଷ୍ମୀପତି ସିଂଘାଣିଆ ପବ୍ଳିକ ସ୍କୁଲ (LPS Public School)

ଆଧାର[ସମ୍ପାଦନା]

  1. "Chandili Population, Religion, Caste, Working Data Rayagada, Odisha - Census 2011". Retrieved 11 July 2017.
  2. "About Chndilli". Retrieved 11 July 2017.
  3. "Chandili Population Census 2011". Govt of India. Retrieved 11 July 2017.

ବାହାର ତଥ୍ୟ[ସମ୍ପାଦନା]