ଅଅଁଳା

ଉଇକିପିଡ଼ିଆ‌ରୁ

ଅଅଁଳା
ଗଛ ଡାଳ
ଫଳ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ୟୁଡିକୋଟ
ଗୋଷ୍ଠୀ: ରୋସିଡ
Order: Malpighiales
Family: Phyllanthaceae
Genus: Phyllanthus
ଜାତି: P. emblica
ବାଇନୋମିଆଲ ନାମ
Phyllanthus emblica
Synonyms[୨]
  • Cicca emblica (L.) Kurz
  • Diasperus emblica (L.) Kuntze
  • Dichelactina nodicaulis Hance
  • Emblica arborea Raf.
  • Emblica officinalis Gaertn.
  • Phyllanthus glomeratus Roxb. ex Wall. nom. inval.
  • Phyllanthus mairei H.Lév.
  • Phyllanthus mimosifolius Salisb.
  • Phyllanthus taxifolius D.Don


ଅଅଁଳା,[୩] ଏକ ଦ୍ରୁମ ଜାତୀୟ ଉଦ୍ଭିଦ । ଭାରତରେ ସର୍ବତ୍ର ଏହା ଦେଖିବାକୁ ମିଳିଥାଏ । ପତ୍ରଗୁଡ଼ିକ ତେନ୍ତୁଳି ପତ୍ର ପରି ଦିଶିଲେ ବି ଏହାଠାରୁ ଟିକିଏ ବଡ଼ ଆକାରର ହୋଇଥାନ୍ତି । ଏହା ମଧ୍ୟମ ଉଚ୍ଚତା ବିଶିଷ୍ଟ ଗଛ । ଅନ୍ୟ ନାମ ଅଏଁଳା ।

ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]

ଏହା ଅଳ୍ପ ମଧୁର ମିଶ୍ରିତ କଷାୟରସ, ରସାୟନ, ଶୀତବୀର୍ଯ୍ୟ, କେଶବର୍ଦ୍ଧକ, ମେଧାବର୍ଦ୍ଧକ, ଚକ୍ଷୁପ୍ରୀତିକାରୀ, ସୌନ୍ଦର୍ଯ୍ୟବର୍ଦ୍ଧକ, ଶୀତଳ, ତୃପ୍ତିପ୍ରଦ, ବାତ, ପିତ୍ତ, ଶ୍ଳେଷ୍ମ, ମେହ, ପ୍ରମେହ, ଦାହ, ତୃଷ୍ଣାବମନ, ଅମ୍ଳପିତ୍ତ, ରକ୍ତଦୋଷ, ଧାତୁଦୋଷ, ମୂତ୍ରାକ୍ଷୟ ପୀଡ଼ା, ଅଜୀର୍ଣ୍ଣ, ବାୟୁଶୂଳ ଓ ଅନିଦ୍ରା ନିବାରକ ଅଟେ ।

ଅନ୍ୟାନ୍ୟ ଭାଷାରେ ନାମ[ସମ୍ପାଦନା]

ଓଡ଼ିଆରେ ଅଅଁଳା, ଅଏଁଳା
ବଙ୍ଗଳାରେ ଆମଲା, ଆମଲକୀ,
ହିନ୍ଦୀରେ ଆମଲା, ଅଶୋରା
ତେଲୁଗୁରେ ଉସରକାୟ ,
ସଂସ୍କୃତରେ ଧାତ୍ରୀ, ଆମଳକୀ, ଅମୃତ ଆମଳକ ଓ ତିଷ୍ୟଫଳା ଆଦି କୁହାଯାଏ ।

ବ୍ୟବହାର[ସମ୍ପାଦନା]

ଏହାର ମଞ୍ଜିକୁ ବାହାର କରି ଏହାର ଔଷଧୀୟ ବ୍ୟବହାର କରାଯାଏ । ଏହା ପେଟରୋଗ, ସର୍ଦ୍ଦି ଓ ପ୍ରମେହ ଆଦିପାଇଁ ଗୁଣକାରୀ । ଏହା ଜୀବସାର ଗର ଉତ୍ସ। ଏହା ଚ୍ୟବନପ୍ରାଶର ମୁଖ୍ୟ ଉପାଦାନ (ଶତକଡା ୯୦ ଭାଗରୁ ଅଧିକ)।

ତ୍ରିଫଳାର ତିନୋଟି ଉପାଦାନ ମଧ୍ୟରୁ ଏହା ଗୋଟିଏ ।

ଆଧାର[ସମ୍ପାଦନା]

  1. "Phyllanthus emblica", Germplasm Resources Information Network (GRIN), Agricultural Research Service (ARS), United States Department of Agriculture (USDA), retrieved 2008-03-06 {{citation}}: Invalid |mode=CS1 (help)
  2. "The Plant List: A Working List of All Plant Species". Archived from the original on 9 November 2021. Retrieved 14 July 2014.
  3. "ଅଅଁଳା". ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. Retrieved 27 May 2020.

ଅଧିକ ତଥ୍ୟ[ସମ୍ପାଦନା]

  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।

ଆହୁରି ଦେଖନ୍ତୁ[ସମ୍ପାଦନା]