ଗୁପ୍‌ଚୁପ୍ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଗୁପ୍‌ଚୁପ୍
ନିର୍ଦ୍ଦେଶକପୃଥ୍ୱୀରାଜ ପଟ୍ଟନାୟକ
ପ୍ରଯୋଜକଅନିକେତ ଦାସ, ସଂଘମିତ୍ରା ମହାନ୍ତି
ଚିତ୍ରନାଟ୍ୟପୃଥ୍ୱୀରାଜ ପଟ୍ଟନାୟକ
କାହାଣୀମାନସ ପଡ଼ିହାରୀ
କଳାକାରଅମ୍ଳାନ ଦାସ
ସନ୍‌ମିରା ନାଗେଶ
ଶୈଳେନ୍ଦ୍ର ସାମନ୍ତରାୟ
ଅନନ୍ୟା ମିଶ୍ର
ସଙ୍ଗୀତନବ୍ସ, ସରୋଜ
ଚିତ୍ରଗ୍ରହଣଅକ୍ଷୟ କୁମାର ନାୟକ
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୧୦ ଜୁନ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଗୁପ୍‌ଚୁପ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅନିକେତ ଦାସ ଓ ସଂଘମିତ୍ରା ମହାନ୍ତି ।[୨] ଏହି କଥାଚିତ୍ରଟି ବ୍ଲାକ ଆଣ୍ଡ୍ ହ୍ୱାଇଟ୍ ମୋସନ୍ ପିକ୍‌ଚର୍ଜ ବ୍ୟାନରରେ ନିର୍ମାଣ କରାଯାଇଥିଲା ।[୩] ମାସନ ପଡ଼ିହାରୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପୃଥ୍ୱୀରାଜ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ସନ୍‌ମିରା ନାଗେଶ ।[୪] ଶୈଳେନ୍ଦ୍ର ସାମନ୍ତରାୟ, ଅନନ୍ୟା ମିଶ୍ର, ଅରୋଶିଖା ମିଶ୍ର, ହିମାଙ୍ଗି ଦତ୍ତ, ପପୁ ପମ ପମ, ମିହିର ଦାସ, ବଣ୍ଟି ଆର୍. ସାମଲ, ସନ୍ତୁ ନିଜେ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୧୦ ତାରିଖରେ ମୁକ୍ତିଲାଭ କରିଥିଲା ।[୫]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଇଲେ ନବ୍ସ ଓ ସରୋଜ । ଅରୁଣ ମନ୍ତ୍ରୀ, ତପୁ ନାୟକ, ଦେବଦାସ ଛୋଟରାୟ, ଅପ୍ତକମ ରଥ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ଅମ୍ରିତା ନାୟକ, ଶଶାଙ୍କ ଶେଖର, ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ମାହି ମାହି"ଅପ୍ତକମ ରଥସ୍ୱୟମ ପାଢ଼ୀ 
2."ଚାନ୍ଦର ଚାନ୍ଦିନୀ ପରି"ଅରୁଣ ମନ୍ତ୍ରୀଶଶାଙ୍କ ଶେଖର, ଅମ୍ରିତା ନାୟକ 
3."ତୋ ଆଖି ତୀର"ଅପ୍ତକମ ରଥସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା 
4."ତୋ ଆଖି ମୋ ଆଇନା"ଅପ୍ତକମ ରଥସତ୍ୟଜିତ ପ୍ରଧାନ, ଅମ୍ରିତା ନାୟକ 

ଆଧାର[ସମ୍ପାଦନା]

  1. "ପାଖେଇ ଆସୁଛି ରଜ, ଚାରିଆଡେ ଉତ୍ସବର ମାହୋଲ୍". Argus News. 9 June 2022. Archived from the original on 11 June 2022. Retrieved 11 June 2022.
  2. ୨.୦ ୨.୧ "ସିନେ ଦୁନିଆରେ ରଜ ଉତ୍ସବ, ଫିଲ୍ମ ଫ୍ରାଇଡେ ରିଲିଜ୍‌ କଲା 'ଦିଲ୍‌ ମୋର ମାନେନା' ଓ 'ଗୁପ୍‌ଚୁପ୍‌'". Prameya. ଭୁବନେଶ୍ୱର. 10 June 2022. Archived from the original on 11 June 2022. Retrieved 11 June 2022.
  3. "'ଟୁଆଁ ଟୁଇଁ' ସାଜିବେ ଶୈଳେନ୍ଦ୍ର-ସନ୍‌ମୀରା". ପ୍ରମେୟ. 16 February 2022. p. 6. Archived from the original on 6 January 2023. Retrieved 6 January 2023.
  4. "ଗୁପ୍‌ଚୁପ୍ ଯୋଡ଼ି". ସକାଳ. 19 June 2022. p. ୨. Archived from the original on 20 June 2022. Retrieved 20 June 2022.
  5. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.

ବାହାର ଆଧାର[ସମ୍ପାଦନା]