କହିବିନି ତତେ ଆଇ ଲଭ୍ ୟୁ

ଉଇକିପିଡ଼ିଆ‌ରୁ
କହିବିନି ତତେ ଆଇ ଲଭ୍ ୟୁ
ନିର୍ଦ୍ଦେଶକଲୁବୁନ୍-ଟୁବୁନ୍
ପ୍ରଯୋଜକପ୍ରୀତିଶ ମହାନ୍ତି
ସଂଳାପବାପୁ ଗୋସ୍ୱାମୀ
ଚିତ୍ରନାଟ୍ୟଲୁବୁନ୍-ଟୁବୁନ୍
କାହାଣୀପ୍ରୀତିଶ ମହାନ୍ତି
କଳାକାରଲୁବୁନ
ମନସ୍ୱିନୀ
ସୋନା
ସନ୍ଦୀପ ମିଶ୍ର
ଅର୍ପିତା କର
ସରୋଜ ଦାସ
ସଙ୍ଗୀତବୈଦ୍ୟନାଥ ଦାଶ
ଦେଶ ଭାରତ
ଭାଷାଓଡ଼ିଆ

କହିବିନି ତତେ ଆଇ ଲଭ୍ ୟୁ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ପ୍ରୀତିଶ ମହାନ୍ତି ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ବାପୁ ଗୋସ୍ୱାମୀ । ଲୁବୁନ୍-ଟୁବୁନ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲୁବୁନ୍, ସୋନା ଓ ମନସ୍ୱିନୀ ।[୨] ସନ୍ଦୀପ ମିଶ୍ର, ଅର୍ପିତା କର, ରିସ୍ନା, ସରୋଜ ଦାସ, ପ୍ରଭାତି ସାହୁ, ଅଶୋକ ଦାସ, ପୁଷ୍ପା ପଣ୍ଡା, ମିଲି ମହାନ୍ତି, କାଳିଆ, ନନ୍‌ସେନ୍ସ ମଣି, ରବି, ଅମର, ଚିକୁ, ବିଜୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୨୦୨୨ ମସିହାର ଜୁଲାଇ ୧୭ ତାରିଖରେ ମୁକ୍ତିଲାଭ କରିଥିଲା ।[୪] ଭୁବନେଶ୍ୱର ସ୍ୱାତୀ ଓ କଟକରେ ବୃନ୍ଦାବନ ହଲରେ ଦିନ ୧୧ଟାରେ ଏହି କଥାଚିତ୍ରଟିର ପ୍ରିମିୟର ହୋଇଥିଲା ।[୫]


ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶନିର୍ମଳ ନାୟକବାପୁ ଗୋସ୍ୱାମୀ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅର୍ପିତା ଚୌଧୁରୀ, ଦୀପ୍ତିରେଖା ପାଢ଼ୀ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ପାଗଳ ଏତେ ଆଗରୁ ନଥିଲି ପିଲାଦିନରୁ" ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
2."ତୋ ପାଇଁ ଖାଇବି ପଛେ ଶାଗ ପଖାଳ"ନିର୍ମଳ ନାୟକହ୍ୟୁମାନ ସାଗର, ଅର୍ପିତା ଚୌଧୁରୀ 
3."ଫାର୍ଷ୍ଟ ଟାଇମ୍ ଆଜି କାଇଁ ମନ" ହ୍ୟୁମାନ ସାଗର 
4."ପାପୁଲିରେ ପଡ଼ିଲାକି ସୁନା ସରଗ ଚାନ୍ଦ" ହ୍ୟୁମାନ ସାଗର 
5."ଏତେ ଖୁସି ଯଦି ଭାଗ୍ୟରେ ମୋ ଥିଲା" ଅର୍ପିତା ଚୌଧୁରୀ 

ଆଧାର[ସମ୍ପାଦନା]

  1. "ମୁକ୍ତିଲାଭ କଲା‌ ଓଡ଼ିଆ ଚଳଚ୍ଚିତ୍ର କହିବିନି ତତେ ଆଇ ଲଭ୍‌ ୟୁ". ETV Bharat News. 17 July 2022. Archived from the original on 28 October 2022. Retrieved 28 October 2022.
  2. ୨.୦ ୨.୧ "'କହିବିନି ତତେ ଆଇ ଲଭ୍ ୟୁ'". ପ୍ରମେୟ. 17 July 2022. Archived from the original on 28 October 2022. Retrieved 28 October 2022.
  3. "ମୁମ୍ବାଇ ଝିଅ ସୋନାଙ୍କ ପ୍ରେମରେ ଓଡ଼ିଆ ହିରୋ ଲୁବୁନ୍ ; କହିବିନି ତତେ ଆଇ ଲଭ ୟୁ". News18 Odia. ଭୁବନେଶ୍ୱର. 9 July 2022. Archived from the original on 28 October 2022. Retrieved 28 October 2022.
  4. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  5. "ଓଡ଼ିଆ ସିନେମା 'କହିବିନି ତତେ ଆଇ ଲଭ୍ ୟୁ' ସାରା ଓଡ଼ିଶାରେ ୨୦ଟି ହଲ୍‌ରେ ରିଲିଜ୍ ହୋଇଯାଇଛି". Argus News. 17 July 2022. Archived from the original on 28 October 2022. Retrieved 28 October 2022.

ବାହାର ଆଧାର[ସମ୍ପାଦନା]