କଟକ ୱେଡ୍ସ୍ ସମ୍ବଲପୁର

ଉଇକିପିଡ଼ିଆ‌ରୁ
କଟକ ୱେଡ୍ସ୍ ସମ୍ବଲପୁର
ନିର୍ଦ୍ଦେଶକବାପି ଡେଭିଡ୍
ପ୍ରଯୋଜକରମେଶ ବାରିକ
କେ. ତମନ୍ନା
ସଂଳାପଜିତେନ୍ଦ୍ର ପ୍ରଧାନ
ଜିତେନ୍ଦ୍ର ଦାଶ
ଚିତ୍ରନାଟ୍ୟବାପି ଡେଭିଡ୍
କାହାଣୀଜିତେନ୍ଦ୍ର ପ୍ରଧାନ
ଜିତେନ୍ଦ୍ର ଦାଶ
କଳାକାରସମ୍ବିତ ଆଚାର୍ଯ୍ୟ
ସୁସ୍ମିତା ପ୍ରଧାନ
କୁନା ତ୍ରିପାଠୀ
ପିଣ୍ଟୁ ନନ୍ଦ
ଗୁଡ୍ଡୁ
ପ୍ରଦୀପ ଦେବତା
ମହାପ୍ରଦସାଦ କର
ସଙ୍ଗୀତବୈଦ୍ୟନାଥ ଦାଶ
କମଳେଶ ଚକ୍ରବର୍ତ୍ତୀ
ଚିତ୍ରଗ୍ରହଣଅମରେଶ ଜେନା
ସମ୍ପାଦକଅମରଜିତ ଓଝା
ଦେଶ ଭାରତ
ଭାଷାଓଡ଼ିଆ

କଟକ ୱେଡ୍ସ୍ ସମ୍ବଲପୁର, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ[୧] ଓ କେ. ତମନ୍ନା ।[୨][୩] ଜିତେନ୍ଦ୍ର ପ୍ରଧାନ ଓ ଜିତେନ୍ଦ୍ର ଦାଶ ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ବାପି ଡେଭିଡ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଓ କମଳେଶ ଚକ୍ରବର୍ତ୍ତୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ସୁସ୍ମିତା ପ୍ରଧାନ । କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ଗୁଡ୍ଡୁ, ପ୍ରଦୀପ ଦେବତା, ମହାପ୍ରସାଦ କର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

କାହାଣୀର ନାୟକ ସମୀର ଜଣେ ମଞ୍ଚ କଳାକାର । ସେ ସମ୍ବଲପୁରରେ ତା' ଜେଜେ (ଦାଦା ବୁଢ଼ା) ସହିତ ରହେ । ଭାଇ ଭାଉଜ ରହନ୍ତି ବାଙ୍ଗାଲୋରରେ । କାଳକ୍ରମେ କାହାଣୀର ନାୟିକା କନିକା ଯିଏ କଟକର ଏକ କର୍ପୋରେଟ ଅଫିସରେ କାମ କରେ, କୌଣସି ଏକ ୱାର୍କସପରେ ଯୋଗ ଦେବା ପାଇଁ ସମ୍ବଲପୁର ଆସେ । ସେଠାରେ ସମୀର ସହ ତା'ର ଦେଖା ହୁଏ ଏବଂ ଦୁହେଁ ପରସ୍ପରକୁ ଭଲପାଇବସନ୍ତି । ଅଳ୍ପ ଦିନର ରହଣି ପରେ କନିକା ଫେରିଯାଏ କଟକ । ଏପଟେ ଦାଦା ବୁଢ଼ା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ଓ ଶେଷ ଅବସ୍ଥାରେ ନାତୁଣୀ ବୋହୂର ଫୋଟୋକୁ ଦେଖି ଶେଷ ନିଶ୍ୱାସ ତ୍ୟାଗ କରନ୍ତି । ସମୀର କଣିକାକୁ ଫୋନ କରେ, ମେସେଜ ଦିଏ କିନ୍ତୁ କନିକା ତରଫରୁ କିଛି ଉତ୍ତର ପାଏନି । ସମୀର ଭାବେ କନିକା ତାକୁ ଭୁଲିଗଲା ଏବଂ କନିକା ଯେ ପର୍ଯ୍ୟନ୍ତ ତାକୁ କ୍ଷମା ମାଗି ନିଜ ଆଡୁ ଫୋନ ନ କରିଛି ସେ ପର୍ଯ୍ୟନ୍ତ ସମୀର ତା ସହ ସମ୍ପର୍କ ରଖିବନି ବୋଲି ଦାଦା ବୁଢ଼ାର ଦ୍ୱାହି ଦେଇ ରାଣ ଖାଏ । ଏପଟେ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଲାଗି ପଡ଼େ ସମୀର । ଖୁବ କମ ଦିନରେ ନିଜର ଅଧ୍ୟବସାୟ ବଳରେ ଆର । ଆର । ଇଭେଣ୍ଟସ ନାଁରେ ଏକ ସଂସ୍ଥା ଖୋଲି ସେ ହୋଇଯାଏ ସମ୍ବଲପୁରର ନମ୍ବର । ୧ ଇଭେଣ୍ଟ ଅର୍ଗାନାଇଜର । ସମୀରର ଭାଇ ଭାଉଜ ତା' ସାଙ୍ଗ ପପୁଠାରୁ ସମୀରର ପ୍ରେମ କାହାଣୀକୁ ଶୁଣିଲା ପରେ ସିଧା ପହଞ୍ଚି ଯାଆନ୍ତି କଟକ, କନିକାର ଘରେ । କନିକା କହେ ସେ ସମୀରକୁ ବହୁତ ଭଲ ପାଏ । ସେ ସମ୍ବଲପୁରରୁ ଫେରିଲା ପରେ ଫୋନ ମାଧ୍ୟମରେ ଅନେକ ଥର ସମୀର ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଛି ମାତ୍ର ସମୀର ତାର କୌଣସି ଉତ୍ତର ଦେଉନି । ଏହାପରେ ସେମାନେ ସମସ୍ତେ ମିଶି ଏକ ଯୋଜନା ପ୍ରସ୍ତୁତ କରନ୍ତି । କନିକାର ବାପା ବିଶ୍ୱନାଥ ବାବୁ ସମ୍ବଲପୁର ଆସି ତାଙ୍କ ସାଙ୍ଗ ପଞ୍ଚାନନ ବାବୁଙ୍କ ସାହାଯ୍ୟ ନେଇ ପହଞ୍ଚି ଯାଆନ୍ତି ସମୀର ପାଖକୁ ଓ କନିକାର ବାହାଘର ତାଙ୍କ ସାଙ୍ଗର ପୁଅ ସହିତ 'କଟକ ୱେଡ୍ସ ସମ୍ବଲପୁର' ନାଁରେ କରାଇବା ପାଇଁ ଆର । ଆର । ଇଭେଣ୍ଟସର ଅର୍ଗାନାଇଜର ସମୀର ସହିତ ଚୁକ୍ତି କରନ୍ତି ।

ସମୀର ବାହାଘର ମଣ୍ଡପରେ କନିକାକୁ ଦେଖି ସନ୍ଦେହରେ ପଡ଼ିଯାଏ । କନିକା ତାକୁ ଚିହ୍ନିକି ନ ଚିହ୍ନିବର ଅଭିନୟ କରେ । କାଳକ୍ରମେ ସେଇଠି ପହଞ୍ଚି ଯାଏ କାହାଣୀର ଖଳନାୟକ 'କୁନାଲ' ଏବଂ ପର୍ଦ୍ଦାଫାଶ କରେ ଯେ ସେ ହିଁ ଫୋନ ନମ୍ବର ଏପଟ ସେପଟ କରି କନିକା ଆଉ ସମୀର ଭିତରେ ମନାନ୍ତର ସୃଷ୍ଟି କରିଥିଲା, ଯେହେତୁ ସେ ନିଜେ କନିକାକୁ ଆଗରୁ ଭଲ ପାଉଥିଲା ଏବଂ ତାକୁ ବାହା ହେବାକୁ ଚାଁହୁଥିଲା । ଏହା ପରେ ସେ ସମସ୍ତଙ୍କୁ ବନ୍ଧୁକ ଦେଖାଇ କନିକାକୁ ସେଇଠୁ ଅପହରଣ କରିନିଏ । ଶେଷରେ ସମୀର କୁନାଲ ପାଖରୁ କନିକାକୁ ଉଦ୍ଧାର କରେ ଏବଂ ସେମାନଙ୍କ ପୁନର୍ମିଳନ ହୁଏ ।[୬]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୭] ଓ କମଳେଶ ଚକ୍ରବର୍ତ୍ତୀ ।[୪]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପରଦା ପଛରେ ରମେଶ". ସମାଜ. No. ରବିବାର. 1 October 2023. p. 8. Archived from the original on 8 October 2023. Retrieved 8 October 2023.
  2. "'କଟକ weds ସମ୍ବଲପୁର'ର ହେଲା ଶୁଭ ମହୁରତ୍‌". ETV Bharat. ବରଗଡ଼. 15 July 2021. Archived from the original on 19 November 2021. Retrieved 19 November 2021.
  3. "ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ | Sambad". ସମ୍ବାଦ. sambad.in. 12 November 2021. Archived from the original on 16 December 2021. Retrieved 16 December 2021. {{cite news}}: |archive-date= / |archive-url= timestamp mismatch; 14 ନଭେମ୍ବର 2021 suggested (help)
  4. ୪.୦ ୪.୧ "Ollywood Movie 'Cuttack Weds Sambalpur' Awaits Theatrical Release". Odisha Bytes (in English). Bhubaneswar. 26 July 2021. Archived from the original on 19 November 2021. Retrieved 19 November 2021.{{cite news}}: CS1 maint: unrecognized language (link)
  5. "Cuttack Weds Sambalpur Movie". Times of India. eTimes. Retrieved 19 November 2021.
  6. "Cuttack weds Sambalpur". Odia Movie Database - A Collate of Odia Cinema. Odia Movie Database. Retrieved 19 November 2021.
  7. "Baidyanath Das: Movies, Photos, Videos, News, Biography & Birthday | eTimes". Times of India. eTimes. Retrieved 19 November 2021.

ବାହାର ଆଧାର[ସମ୍ପାଦନା]