ଅଧାଲେଖା ଗପ
ଅଧାଲେଖା ଗପ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ପ୍ରଦ୍ୟୁମ୍ନ ଲେଙ୍କା |
ସଂଳାପ | ବି. ଚନ୍ଦନ କୁମାର |
ଚିତ୍ରନାଟ୍ୟ | ଦେବୀଦତ୍ତ ମହାନ୍ତି |
କାହାଣୀ | ବି. ଚନ୍ଦନ କୁମାର |
କଳାକାର | ଅଭିଶେକ ଗିରି ଆର୍ଲିନ୍ ଅଙ୍କିତା ସାତ୍ୟକି ମିଶ୍ର ମଧୁମିତା ମହାନ୍ତି ପ୍ରଦ୍ୟୁମ୍ନ ଲେଙ୍କା ଚୌଧୁରୀ ବିକାଶ ଦାସ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ରବୀନ୍ଦ୍ର ବେହେରା |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୩ ଫେବୃଆରୀ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଧାଲେଖା ଗପ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ଗିରି ଓ ଆର୍ଲିନ୍ ଅଙ୍କିତା ।[୩][୪] ସାତ୍ୟକି ମିଶ୍ର, ମଧୁମିତା ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ଚୌଧୁରୀ ବିକାଶ ଦାସ, ଅନନ୍ତ ମିଶ୍ର, ଦେବୀ ବାରିକ, ଐଶ୍ୱର୍ଯ୍ୟ, ବିଜୟଲକ୍ଷ୍ମୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୨ ମସିହାର ଫେବୃଆରୀ ୧୩ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟ
[ସମ୍ପାଦନା]- ଅଭିଶେକ ଗିରି[୫]
- ଅର୍ଲିନ ଅଙ୍କିତା[୬]
- ସାତ୍ୟକି ମିଶ୍ର
- ମଧୁମିତା ମହାନ୍ତି
- ପ୍ରଦ୍ୟୁମ୍ନ ଲେଙ୍କା
- ଚୌଧୁରୀ ବିକାଶ ଦାସ
- ଅନନ୍ତ ମିଶ୍ର
- ଦେବୀ ବାରିକ
- ଐଶ୍ୱର୍ଯ୍ୟ
- ବିଜୟଲକ୍ଷ୍ମୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ବିଶ୍ୱଜିତ ମହାପାତ୍ର, ସତ୍ୟଜିତ ପ୍ରଧାନ, ଦୀପ୍ତିରେଖା ପାଢ଼ୀ, ସୋହିନୀ ମିଶ୍ର, ବିଷ୍ଣୁମୋହନ କବି, ପ୍ରଜ୍ଞା ହୋତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "କହିବି କି କହିବିନି ଭାବି ହେଉଚି" | ବିଶ୍ୱଜିତ ମହାପାତ୍ର | ୦୩:୩୧ |
2. | "ତୋରି ପାଇଁ" | ସତ୍ୟଜିତ ପ୍ରଧାନ, ଦୀପ୍ତିରେଖା ପାଢ଼ୀ | ୦୩:୩୨ |
3. | "ଜୀଇଁବା ମରିବା ଆମେ ସାଥୀ ହୋଇ" | ସୋହିନୀ ମିଶ୍ର, ବିଷ୍ଣୁମୋହନ କବି | ୦୪:୧୨ |
4. | "ତୋରି ନାଁ'ରେ" | ବିଶ୍ୱଜିତ ମହାପାତ୍ର, ପ୍ରଜ୍ଞା ହୋତା | ୦୧:୨୫ |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ ୨.୦ ୨.୧ ୨.୨ "ଆଜି ଦୁଇ ଓଡ଼ିଆ ସିନେମାର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର, 'କୁରୁକ୍ଷେତ୍ର', 'ଅଧାଲେଖା ଗପ' - ONA Khabar | DailyHunt Lite". ONA Khabar. ଭୁବନେଶ୍ୱର: Dailyhunt. 13 February 2022. Archived from the original on 19 June 2022. Retrieved 19 June 2022.
- ↑ "କେବେ ପୂରଣ ହେବ ଅଧା ଲେଖା ଗପ, କାହିଁକି ରହିଲା ଅଧା?". କେବେ ପୂରଣ ହେବ ଅଧା ଲେଖା ଗପ, କାହିଁକି ରହିଲା ଅଧା?. 8 February 2022. Archived from the original on 19 June 2022. Retrieved 19 June 2022.
- ↑ "'ବିଛା ଗ୍ୟାଙ୍ଗ'ରେ ଅର୍ଲିନ ଅଙ୍କିତା". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.
- ↑ "Valentine Day 2022: ପରଦାକୁ ଆସିବ ଜହ୍ନ ଗୋଟେ ମିଠା ବିସ୍କୁଟ ଓ ଅଧାଲେଖା ଗପ". ETV Bharat News. ଭୁବନେଶ୍ୱର. 9 February 2022. Archived from the original on 19 June 2022. Retrieved 19 June 2022.
- ↑ "ଜଗଜିତଙ୍କ ସହ ଅର୍ଲିନ ଅଙ୍କିତା". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଧାଲେଖା ଗପ