ଫେରି ଆସୁଥିବି କୋଳକୁ ତୋ'ର
ଫେରି ଆସୁଥିବି କୋଳକୁ ତୋ'ର | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ରବି ମିଶ୍ର |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ସଞ୍ଜୟ ନାୟକ |
କଳାକାର | ଜ୍ୟୋତିପ୍ରକାଶ ପଣ୍ଡା ପୁନମ ମିଶ୍ର ବିଜୁ ବଡ଼ଜେନା ପ୍ରେମାଞ୍ଜନ ପରିଡ଼ା ବିରେନ ମିଶ୍ର |
ସଙ୍ଗୀତ | ଗୁଡ୍ଲୀ ରଥ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୧୮ ସେପ୍ଟେମ୍ବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଫେରି ଆସୁଥିବି କୋଳକୁ ତୋ'ର ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ରବି ମିଶ୍ର । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ଗୁଡ୍ଲୀ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତିପ୍ରକାଶ ପଣ୍ଡା ଓ ପୁନମ ମିଶ୍ର ।[୩] ସଲୋନି, ରବି ମିଶ୍ର, ବିରେନ ମିଶ୍ର, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ଗୁଡି, ଧିରେନ ମିଶ୍ର, ଶୈଳେନ୍ଦ୍ର, ଭିକାରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ସେପ୍ଟେମ୍ବର ୧୮ ତାରିଖରେ ଜୀ ସାର୍ଥକରେ ପ୍ରସାରିତ ହୋଇଥିଲା ।[୪]
ଅଭିନୟ
[ସମ୍ପାଦନା]- ଜ୍ୟୋତିପ୍ରକାଶ ପଣ୍ଡା
- ପୁନମ ମିଶ୍ର
- ସଲୋନି
- ବିଜୁ ବଡ଼ଜେନା
- ପ୍ରେମାଞ୍ଜନ ପରିଡ଼ା
- ବିରେନ ମିଶ୍ର
- ଗୁଡି
- ଧିରେନ ମିଶ୍ର
- ଶୈଳନ୍ଦ୍ର
- ଭିକାରୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲୀ ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୩] ସ୍ୱୟମ ପାଢ଼ୀ, ନେହା ନିହାରିକା, ମଣ୍ଟୁ ଛୁରୀଆ, ଲିପ୍ସା ମହାପାତ୍ର, ସିଧିସ୍ନା ବିନ୍ଧାଣୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ । ୭ ସେପ୍ଟେମ୍ବର ୨୦୨୨ରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "କଥା ଥିଲା" | ସ୍ୱୟମ ପାଢ଼ୀ, ନେହା ନିହାରିକା | |
2. | "ଆଖି ନାହିଁ କାନ ନାହିଁ" | ମଣ୍ଟୁ ଛୁରୀଆ, ଲିପ୍ସା ମହାପାତ୍ର | |
3. | "ଫେରି ଆସୁଥିବି କୋଳକୁ ତୋ'ର" | ସିଧିସ୍ନା ବିନ୍ଧାଣୀ, ଲିପ୍ସା ମହାପାତ୍ର |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଜୀ ସାର୍ଥକର ନୂଆ ସିନେମା 'ଫେରି ଆସୁଥିବି କୋଳକୁ ତୋର'ର ଅଡିଓ ଲୋକାର୍ପିତ". News18 Odia. 7 September 2022. Archived from the original on 13 December 2022. Retrieved 13 December 2022.
- ↑ "ଫେରି ଆସୁଥିବି କୋଳକୁ ତୋର". ପ୍ରମେୟ. 7 September 2022. Archived from the original on 12 December 2022. Retrieved 12 December 2022.
- ↑ ୩.୦ ୩.୧ "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଫେରି ଆସୁଥିବି କୋଳକୁ ତୋର'". ସମ୍ବାଦ. sambad.in. 11 September 2021. Archived from the original on 13 December 2022. Retrieved 13 December 2022.
- ↑ "ଜୀ ସାର୍ଥକର ନୂଆ ସିନେମା 'ଫେରି ଆସୁଥିବି କୋଳକୁ ତୋର'ର ଅଡିଓ ଲୋକାର୍ପିତ". Argus News. 7 September 2022. Archived from the original on 13 December 2022. Retrieved 13 December 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଫେରି ଆସୁଥିବି କୋଳକୁ ତୋ'ର