ହୁବଳି

ଉଇକିପିଡ଼ିଆ ରୁ
Jump to navigation Jump to search
ହୁବଳି
ಹುಬ್ಬಳ್ಳಿ
ମହାନଗରୀ
ହୁବଳି
ନୃପତୁଙ୍ଗା ପାହାଡ ଉପରୁ ପୂର୍ବ ହୁବଳିର ଦୃଶ୍ୟ ହୁବଳି କେନ୍ଦ୍ର ରେଳ ଷ୍ଟେସନ
ନୃପତୁଙ୍ଗା ପାହାଡ ଉପରୁ ପୂର୍ବ ହୁବଳିର ଦୃଶ୍ୟ
ଅନ୍ୟନାମ: ଛୋଟ ମୁମ୍ବାଇ,[୧] ଯାଆଁଳା ସହର, ହୁବଳି-ଧାରଓ୍ଵାଡ଼, ହୁବଳି-ଧାରଓ୍ଵାଡ଼ ମହାନଗରୀର କ୍ଷେତ୍ର ।
ହୁବଳି is located in କର୍ଣ୍ଣାଟକ
ହୁବଳି
ହୁବଳି
Place of Hubli
Coordinates: 15°21′42″N 75°05′06″E / 15.36167°N 75.08500°E / 15.36167; 75.08500Coordinates: 15°21′42″N 75°05′06″E / 15.36167°N 75.08500°E / 15.36167; 75.08500
ଦେଶ  ଭାରତ
ରାଜ୍ୟ କର୍ଣ୍ଣାଟକ
Government
 • ମେୟର୍ ଅଶ୍ଵିନୀ ମାଜଗୀ
କ୍ଷେତ୍ରଫଳ
 • ମହାନଗରୀ  km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା  m (2,201 ft)
Population (୨୦୧୧)
 • କ୍ରମାଙ୍କ ୧୪
 • ଘନତା /km2 (10,000/sq mi)
ଆଇ ଏସ୍ ଟି (UTC+୦୫:୩୦)
ପିନ କୋଡ଼ ୫୮୦୦୦୧ - ୫୮୦୦୬୪[ଧାରଓ୍ଵାଡ଼ ପଶ୍ଚିମ ସୀମା ପର୍ଯ୍ୟନ୍ତ]
Area code(s) +୯୧-୮୩୬
ଗାଡ଼ି ପଞ୍ଜିକରଣ କେଏ ୨୫[ହୁବଳି ମଧ୍ୟାଞ୍ଚଳ],କେଏ ୬୩[ହୁବଳି ପଶ୍ଚିମାଞ୍ଚଳ]
ଛାଞ୍ଚ:ନଓରାପ୍ କନ୍ନଡ
ୱେବସାଇଟ http://www.hdmc.gov.in

ହୁବଳି ସରକାରୀ ଭାବେ ଯାହା ହୁବାଲୀ ଭାବେ ପରିଚିତ, କର୍ଣ୍ଣାଟକରାଜ୍ୟର ଦ୍ଵିତୀୟ ବୃହତ୍ତମ ସହର । ଭାରତରେ ଦୃତଗତିରେ ବିକାଶ କରୁଥିବା କର୍ଣ୍ଣାଟକ,ଭାରତର ସହର ମାନଙ୍କ ମଧ୍ୟରେ ଏହା ଅନ୍ୟତମ । କନ୍ନଡ ଭାଷାରେ ହୁବାଲୀର ଅର୍ଥ ପୁଷ୍ପମୟ ଲତା । ଦୈତ ନଗରୀ ହୁବଳି ଓ ଧାରୱାଡ, ଏକସଙ୍ଗରେ ଯାହାକୁ ହୁବଳି-ଧାରୱାଡ କୁହାଯାଏ, ବେଙ୍ଗାଲୁରୁ ପାରେ କର୍ଣ୍ଣାଟକରର ସର୍ବବୃହତ ସହର । ଧାରଓ୍ଵାଡ ପ୍ରଶାସନିକ କ୍ଷେତ୍ରର ମୁଖ୍ୟ କାର୍ଯ୍ୟାଳୟ ହେଲାବେଳେ, ହୁବଳି, ଯାହାକି ଧାରଓ୍ଵାଡ ଠାରୁ ୨0 କିଲୋମିଟର୍ ଦକ୍ଷିଣ-ପୂର୍ବରେ ଅବସ୍ଥିତ, ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବାଣିଜ୍ୟ ଓ ବ୍ୟବସାୟର ମୁଖ୍ୟ କେନ୍ଦ୍ର । ଏଠାରେ ଗ୍ରାମ୍ୟ କୃଷିଭୂମିରେ, ଶସ୍ୟ ଯଥା ତୁଳା, ଗୋଲମରିଚଚିନାବାଦାମ ବହୁଳ ଭାବରେ ଚାଷ କରାଯାଏ ଓ ହୁବଳି ଏହିସବୁ ପଣ୍ୟଦ୍ରବ୍ୟର ମୁଖ୍ୟ ବାଣିକ୍ୟିକ କେନ୍ଦ୍ର । ଏହା ମଧ୍ୟ ଭାରତୀୟ ରେଳର ଏକ ମୁଖ୍ୟ ସହର ଅଟେ, କାରଣ ଏଠାରେ ଦକ୍ଷିଣ-ପଶ୍ଚିମ ରେଳକ୍ଷେତ୍ର ଓ ହୁବଳି ରେଳ ଡିଭିଜନ୍ର ମୁଖ୍ୟ କାର୍ଯ୍ୟାଳୟ ଅଛି । ହୁବଳି ଉତ୍ତର କର୍ଣ୍ଣାଟକର ଏକ ବୃହତ୍ତ ରେଳ ସଂଯୋଗସ୍ଥଳ ଅଟେ । ଏହା ମଧ୍ୟ ଉତ୍ତର ପଶ୍ଚିମ କର୍ଣାଟକ ରାସ୍ତା ପରିବହନ ନିଗମର ମୁଖ୍ୟ କାର୍ଯ୍ୟାଳୟ । ଏଠାରେ ମଧ୍ୟ ବେଙ୍ଗାଲୁରୁ ବାହାରେ ସର୍ବାଧିକ ସରକାରୀ କାର୍ଯ୍ୟାଳୟ ଅଛି । ଦୈତ ନଗରୀ ହୁବଳି-ଧାରୱାଡ ପ୍ରଧାନମନ୍ତ୍ରୀଙ୍କ ଯୋଜନା ସ୍ମାର୍ଟ ନଗରୀ ଲକ୍ଷ୍ୟରେ, ସ୍ମାର୍ଟ ନଗରୀ ଭାବେ ବିକଶିତ ହେବାକୁ ଥିବା ଶହେ ଭାରତୀୟ ସହର ମଧ୍ୟରେ ସ୍ଥାନ ପାଇଛି । [୩]

ହୁବଳି-ଧାରଓ୍ଵାଡ ସୌର ନଗରୀ/ ସବୁଜ ନଗରୀ ପାଇଁ ମଧ୍ୟ ବଛାଯାଇଚି । [୪]

ଇତିହାସ[ସମ୍ପାଦନା]

ରାୟରା ହୁବଳି ଯାହାକୁ, 'ଏଲିୟା ପୂର୍ବଡା ହାଲି' କିମ୍ବା 'ପୂର୍ବାଳି' ମଧ୍ୟ କୁହାଯାଏ, ପୂର୍ବତନ ହୁବଳି ଥିଲା, ଯେଉଁଠାରେ ଭବାନୀ ଶଙ୍କର ମନ୍ଦିର ଓ ଜୈନ ବସ୍ତି ଅଛି । ବିଜୟନଗର ରାୟସ ଅଧୀନରେ, ରାୟରା ହୁବଳି ଏକ ବାଣିଜ୍ୟ କେନ୍ଦ୍ର ରୂପେ ଗଢିଉଠିଲା, ଯାହା ତୁଳା, ଗୋଲମରିଚ ଓ ଲୁହାର ବାଣିଜ୍ୟ ପାଇଁ ପ୍ରସିଦ୍ଧ ଥିଲା । ଆଦିଲସାହିସଙ୍କ ଅଧୀନରେ, ବ୍ରିଟିସମାନେ ଏଠାରେ ଏକ ଗୋଦାମ ଘର ତିଆରି କରିଥିଲା । ୧୬୭୩ ମସିହାରେ ଏହି ଗୋଦାମ ଘରଟି ଶିବାଜୀଙ୍କଦ୍ୱାରା ଲୁଟ ହୋଇଥିଲା । ମୋଗଲମାନେ ରାୟରା ହୁବଳିକୁ ଅଧିକାର କରିଥିଲେ ଓ ସେହିଦିନ ଠାରୁ ଏହା ସାଭାନୁର ନବାବଙ୍କ ଶାସନ ଅଧୀନରେ ଥିଲା, ଯିଏ ଏଠାରେ ଏକ ନୂଆ ସମ୍ପ୍ରସାରଣ କରି ଏହାର ନାମ ମାଜିଦପୁର ଦେଇଥିଲେ । ପରେ ବ୍ୟବସାୟୀ ବସପ୍ପା ଶେଟ୍ଟାର ରାୟରା ହୁବଳିର ଏକ ଅଂଶ ଦୂର୍ଗାବେଲ (ମିଦାନ ଦୂର୍ଗ) ଚାରିପଟେ ଏକ ନୂତନ ହୁବଳିର ନିର୍ମାଣ କରିଥିଲେ । ହୁବଳିର ପ୍ରସିଦ୍ଧ ମୂରୁସାଭିରା ମଠ, ବସଭେସ୍ୱରଙ୍କ ସମୟରେ ପ୍ରତିଷ୍ଠା କରାଯାଇଥିବାର ଦାବି କରାଯାଏ । ୧୭୫୫-୫୬ ମସିହାରେ ହୁବଳି ସାଭାନୁରଙ୍କ ନବାବଙ୍କ ଠାରୁ ମରାଠା ମାନଙ୍କଦ୍ୱାରା ଅକ୍ତିଆର କାରାଯାଇଥିଲା ।ଏହା ପରେ ହାଇଦର ଅଲ୍ଲୀଙ୍କଦ୍ୱାରା ପୁନର୍ବାର ୧୭୯୦ ମସିହାରେ ଅକ୍ତିଆର କରାଯାଇଥିଲା । ଏହି ସମୟରେ ପୁରୁଣା ସହରଟି ପେଶଓ୍ଵାଙ୍କ ଅଧୀନରେ ଫାଡକେ ନାମକ ଜଣେ ବ୍ୟକ୍ତିଙ୍କଦ୍ୱାରା ଓ ନୂଆ ସହରଟି ସାଙ୍ଗଲି ପଟ୍ଟବର୍ଦ୍ଧନଙ୍କ ଅଧୀନରେ ଶାସନ କରାଯାଉଥିଲା । ୧୮୧୭ ମସିହାରେ ବ୍ରିଟିଶମାନେ ପେଶଓ୍ଵାଙ୍କ ଠାରୁ ପୁରୁଣା ହୁବଳିକୁ ନେଇ ଯାଇଥିଲେ । ୧୮୨୦ ମସିହାରେ, ୪୭ଟି ଗ୍ରାମ ସହ ନୂଆ ସହରଟିକୁ ସାଙ୍ଗଲି ପଟ୍ଟବର୍ଦ୍ଧନଙ୍କଦ୍ୱାରା ସାହାଯ୍ୟ ଅର୍ଥରେ ବ୍ରିଟିଶ ମାନଙ୍କୁ ଦିଆଯାଇଥିଲା । ପରେ ୧୮୮୦ ମସିହାରେ, ବ୍ରିଟିଶମାନେ ରେଳ କାରଖାନା ତିଆରି କଲେ ଓ ଏହା ସହିତ ହୁବଳି ଭାରତର ଏହି ଅଂଶରେ ଏକ ମୁଖ୍ୟ ଶିଳ୍ପାଞ୍ଚଳ ରୂପେ ପରିଣତ ହେଲା ।

ଉଙ୍କଳରେ ଥିବା ଚିତ୍ତାକର୍ଷକ ଚନ୍ଦ୍ରମୁଳେଶ୍ୱର/ ଚତୁର୍ଲିଙ୍ଗ ମନ୍ଦିର, ଚାଲୁକ୍ୟଙ୍କ ରାଜତ୍ୱ ସମୟର । କୁଣ୍ଡଗୋ ଯାହା, ହୁବଳିର 15 କିମି ଦକ୍ଷିଣରେ ଅଛି, ସେଠାରେ ଚାଲୁକ୍ୟଙ୍କ ସମୟର ବୃହତ୍ତ ଶମ୍ଭୁ ଲିଙ୍ଗ ମନ୍ଦିର ଅଛି ।[୫]

ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜଙ୍ଗଣନା ଅନୁଯାୟୀ ହୁବଳି-ଧାରଓ୍ଵାଡର ଜନସଂଖ୍ୟା ୧,୩୪୯,୫୬୩ ।[୬] ହୁବଳି-ଧାରଓ୍ଵାଡର ଜନସଂଖ୍ୟା ୧୯୮୧ରୁ ୧୯୯୧ ମସିହା ମଧ୍ୟରେ ୨୨.୯୯% ବୃଦ୍ଧି ପାଇ ୫୨୭,୧୦୮ରୁ ୬୪୮,୨୯୮କୁ ଓ ୧୯୯୧ରୁ ୨୦୦୧ ମସିହା ମଧ୍ୟରେ ୨୧.୨% ବୃଦ୍ଧି ପାଇଛି । ଏହି ନିଗମଟି ୨୦୨ କିମି ଅଞ୍ଚଳ ଅଧିକାର କରିଛି ।2 କର୍ଣ୍ଣାଟକରା ଏହା ଦ୍ୱିତୀୟ ସର୍ବବୃହତ ଓ ଦ୍ୱିତୀୟ ସର୍ବାଧିକ ଜନବହୁଳ ସହର । ଏହାର ଜନସଂଖ୍ୟା ୨ ଲକ୍ଷରୁ ଅଧିକ, ଯାହା ବେଙ୍ଗାଲୁରୁ ପରେ କର୍ଣ୍ଣାଟକରେ ଦ୍ୱିତୀୟ । ହୁବୁଳିର ଲୋକାମାନେ କଥାବାର୍ଟାରେ ବହୁଳ ଭାବେ କନ୍ନଡ ବ୍ୟବହାର କରିଥାନ୍ତି ।

ହୁବଳି-ଧାରଓ୍ଵାଡରେ ଧର୍ମ
ଧର୍ମ ପ୍ରତିଶତ
ହିନ୍ଦୁ
  
73%
ମୁସଲିମ
  
21%
ଖ୍ରୀଷ୍ଟିଆନ
  
5.5%
ଅନ୍ୟାନ୍ୟ†
  
0.4%
ଧର୍ମର ବଣ୍ଟନ
ଶିଖ୍ (0.2%), ବୌଦ୍ଧ (<0.2%). ଅନ୍ତର୍ଭୁକ୍ତ

ଜଳବାୟୁ[ସମ୍ପାଦନା]

ହୁବଳି-ଧାରୱାଡର ଜଳବାୟୁ କ୍ରାନ୍ତୀୟ ଆର୍ଦ୍ର ଓ ଶୁଷ୍କ ଜଳବାୟୁ ଅଟେ । ଗ୍ରୀଷ୍ମ ଗରମ ଓ ଶୁଷ୍କ ଏବଂ ଫେବୃଆରୀର ଶେଷଭାଗରୁ ଜୁନର ଆରମ୍ଭ ପର୍ଯ୍ୟନ୍ତ ଏହା ଲାଗି ରହିଥାଏ । ଏହା ମଦ୍ଧମ ତାପମାତ୍ରା ଓ ବହୁଳ ପରିମାଣରେ ଅଧଃପାତ ସହ ମୌସୁମୀ ଋତୁର ପରେ ପରେ ଆସିଥାଏ । ଅକ୍ଟୋବର ଶେଷରୁ ଫେବୃଅରୀର ଆରମ୍ଭ ପର୍ଯ୍ୟନ୍ତ, ପ୍ରାୟତଃ ବିନା ବର୍ଷାରେ, ତାପମାତ୍ରା ମଦ୍ଧମ ଧରଣର ରହିଥାଏ । ହୁବଳି ଏମ୍.ଏସ୍.ଏଲ୍.ର ୬୪୦ ମି ଉଚ୍ଚରେ ଅବସ୍ଥିତ । ବାର୍ଷିକ ହାରାହାରି ବୃଷ୍ଟିପାତ ୮୩୮ ମିମି ।[୭]

Climate data for ହୁବଳି
Month Jan Feb Mar Apr May Jun Jul Aug Sep Oct Nov Dec Year
Average high °C (°F) 29.1
(84.4)
31.7
(89.1)
34.5
(94.1)
36
(97)
34.5
(94.1)
28.2
(82.8)
25.9
(78.6)
25.6
(78.1)
27.7
(81.9)
29.2
(84.6)
28.7
(83.7)
28.2
(82.8)
29.94
(85.93)
Average low °C (°F) 14.5
(58.1)
15.7
(60.3)
18.6
(65.5)
22
(72)
22
(72)
20.9
(69.6)
20.9
(69.6)
20.2
(68.4)
19.6
(67.3)
18.8
(65.8)
16.5
(61.7)
14.3
(57.7)
18.67
(65.67)
Average rainfall mm (inches) 0
(0)
0
(0)
10
(0.39)
40
(1.57)
60
(2.36)
150
(5.91)
210
(8.27)
200
(7.87)
110
(4.33)
60
(2.36)
30
(1.18)
0
(0)
870
(34.24)
Source: source=YR

ହୁବଳି-ଧାରଓ୍ଵାଡ଼ ପୌରାଞ୍ଚଳ[ସମ୍ପାଦନା]

ହୁବଳି-ଧାରଓ୍ଵାଡ଼ ପୌରାଞ୍ଚଳ ୧୯୬୨ ମସିହାରେ ୨୦ କିମି ଦୂରତାରେ ଥିବା ଦୁଇଟି ସହରକୁ ମିଶାଯାଇ କରାଯାଇଥିଲା । ଏହି ପୌରାଞ୍ଚଳ  202.3 km2 ତଥା ୪୫ଟି ଗ୍ରାମର ଅଞ୍ଚଳରେ ପରିବ୍ୟାପ୍ତ ଏବଂ କର୍ଣ୍ଣାଟକରେ ଏହା ବେଙ୍ଗାଲୁରୁ ପରେ ଦ୍ଵିତୀୟ ସର୍ବବୃହତ ସହର । ୧୯୯୧ ଜନଗଣନା ଅନୁସାରେ ଏହି ସହରର ଜନସଂଖ୍ୟା ୭ ଲକ୍ଷ ଥିଲା । ବର୍ତ୍ତମାନର ଜନସଂଖ୍ୟା ୧୨ ଲକ୍ଷରୁ ଅଧିକ ।ହୁବଳି ପୌରାଞ୍ଚଳ 'ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ' ୧୮୫୦ ଅଧୀନରେ ତିଆରି କରାଯାଇଥିଲା ଓ ଧାରଓ୍ଵାଡ଼ ପୌରାଞ୍ଚଳ ୧୮୫୬ ମସିହା ଜାନୁଆରୀ ମାସରେ ତିଆରି କରାଯାଇଥିଲା । ପରେ ଉଭୟ ମିଶି ଯାଇଥିଲେ ଓ ରାଜଧାନୀ ସହର ବେଙ୍ଗାଲୁରୁ ପରେ ଏହା ରାଜ୍ୟର ବୃହତ୍ତମ ପୌରାଞ୍ଚଳ ।[୮][୮]

ଅର୍ଥନୀତି[ସମ୍ପାଦନା]

ହୁବଳି କର୍ଣ୍ଣଟକର ବାଣିଜ୍ୟ କେନ୍ଦ୍ର ଏବଂ ଏଠାରେ ୧ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ରହିଛି ।[୯] ଭାରତ ସରକାର ପୁନେ-ବେଙ୍ଗାଲୁରୁ ରାସ୍ତାରେ ଏକ ସଫ୍ଟଓ୍ଵେର ପ୍ରଯୁକ୍ତିବିଦ୍ୟା ପାର୍କ, ଭାରତ ଏବଂ ହୁବଳିର ନାଭାନଗର ଅଞ୍ଚଳରେ ଆର୍ଯ୍ୟଭଟ୍ଟ ପ୍ରଯୁକ୍ତିବିଦ୍ୟା ପାର୍କ ତିଆରି କରିଛନ୍ତି । ଏହି ସହରଟି ମଲନାଡ ଓ ଡେକାନ ମାଳଭୂମିର ସୀମାରେ ଅବସ୍ଥିତ । ମଲନାଡ, ଏହାର ଜଙ୍ଗଲ ଓ ଜଙ୍ଗଲ ଉପରେ ଆଧାରିତ ଶିଳ୍ପ ପାଇଁ ପ୍ରସିଦ୍ଧ । ଏହାର ଅନ୍ୟ ତିନୋଟି ଦିଗ କୃଷିଜାତ ଦ୍ରବ୍ୟ ଯଥା କପା, ଚିନାବାଦାମ ଓ ତୈଳବୀଜ ଏବଂ ମାଙ୍ଗାନିଜ ଓ ଗ୍ରାନାଇଟ ପାଇଁ ପ୍ରସିଦ୍ଧ । ଏହି ସହରରେ ଭାରତୀୟ ରେଳଦ୍ଵାରା ପ୍ରତିଷ୍ଠିତ ନୂତନ ପିଢିର ଡିଜେଲ ଇଞିନ କାରଖାନା, ଏହି ଅଞ୍ଚଳରେ ଶିଳ୍ପର ଉନ୍ନତି ପାଇଁ ଏକ ବୃହତ ଘଟଣା ଥିଲା, କାରଣ ଏହା ଭାରତୀୟ ରେଳ ଇତିହାସରେ ପ୍ରଥମ ଥିଲା । ହୁବଳିର ଏହି ଡିଜେଲ ଇଞିନ କାରଖାନା ୧୮୮୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା ଏବଂ ଭାରତରେ ଏହା ଇ ଏମ୍ ଡି ଇଞିନର ସର୍ବବୃହତ ଧାରକ । ହୁବଳିର ଆମାରଗୋଲରେ ଥିବା କୃଷି ଜାତୀୟ ଦ୍ରବ୍ୟର ବଜାର ଏସିଆର ସର୍ବବୃହତ ଓ ହୁବଳିର କପା ବଜାର ଭାରତର ସର୍ବବୃହତ ।


ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]