ଶନିବାର

ଉଇକିପିଡ଼ିଆ‌ରୁ

ଶନିବାର ହେଉଛି ସପ୍ତାହର ଶେଷ ତଥା ସପ୍ତମ ଦିନ । ଏହା ଶୁକ୍ରବାର ପରେ ଏବଂ ରବିବାର ପୂର୍ବରୁ ଆସିଥାଏ । ଏହି ନାମ ଶନିରୁ ଆସିଛି ଯାହା ଏକ ହିନ୍ଦୁ ଦେବତାଙ୍କ ନାମକୁ ସୂଚାଇଥାଏ ।[୧][୨] ସମାନ ନାମ ଥିବା ଏକ ଗ୍ରହ ମଧ୍ୟ ଅଛି । ଅନେକ କାର୍ଯ୍ୟାଳୟରେ, ଏହି ଦିନଟି ପୂର୍ଣ୍ଣ କିମ୍ବା ଅର୍ଦ୍ଧ ଛୁଟିଦିନ ।

ହିନ୍ଦୁ ଧର୍ମରେ ଶନି ବାର ଏକ ଅଶୁଭ ଦିନ ବା ସଙ୍କଟ ସମୟ ଭାବେ ଜଣାଶୁଣା । କୁହାଯାଏ ଶନିଦେବଙ୍କ କ୍ରୋଧ ଏହି ଦିନରେ ରହିଥାଏ ।

ଆନ୍ତର୍ଜାତୀୟ ମାନକ ISO 8601 ଶନିବାରକୁ ସପ୍ତାହର ଷଷ୍ଠ ଦିନ ଭାବରେ ମାନ୍ୟତା ଦିଏ । ତେବେ ତିନୋଟି ଅନ୍ୟ ଧର୍ମ (ଯିହୁଦା ଧର୍ମ, ଖ୍ରୀଷ୍ଟିଆନ ଏବଂ ଇସଲାମ) ଶନିବାରକୁ ସପ୍ତାହର ସପ୍ତମ ଦିନ ବୋଲି ମାନନ୍ତି ।

ଆଧାର[ସମ୍ପାଦନା]

  1. "How every day of the week got its name". TheFreeDictionary.com. Retrieved 13 February 2022.
  2. "week | Origin, History, & Facts | Britannica". www.britannica.com (in ଇଂରାଜୀ). Retrieved 11 February 2022.