ମହାରାଷ୍ଟ୍ର ଟାଇମସ୍

ଉଇକିପିଡ଼ିଆ‌ରୁ
ମହାରାଷ୍ଟ୍ର ଟାଇମସ୍
महाराष्ट्र टाइम्स
Typeଦୈନିକ ଖବରକାଗଜ
Owner(s)ବେନେଟ୍, କୋଲେମନ୍ ଏଣ୍ଡ କୋ. ଲିମିଟେଡ୍
Publisherବେନେଟ୍, କୋଲିମନ୍ ଏଣ୍ଡ କୋ ଲିମିଟେଡ
Editorଅଶୋକ ପାନଭାଲକାର
Founded୧୮ ଜୁନ ୧୯୬୨
Languageମରାଠୀ
Headquartersମୁମ୍ବାଇ, ମହାରାଷ୍ଟ୍ର, ଭାରତ
Circulation୧,000,000 ଦୈନିକ
Websitemaharashtratimes.indiatimes.com

ମହାରାଷ୍ଟ୍ର ଟାଇମସ୍ (ମରାଠୀ: महाराष्ट्र टाइम्स), ଯାହା ଏହାର ମରାଠୀ ପ୍ରାରମ୍ଭରୁ 'ମ ଟା' (मटा) ରୂପେ ସମ୍ବୋଧିତ ହୋଇଥାଏ, ଏକ ମରାଠୀ ଖବରକାଗଜ ଯାହା ମୁମ୍ବାଇ, ଭାରତ ଉପରେ ଆଧାରିତ । ଏହା ଭାରତରେ ନବମ ବୃହତ ବିକ୍ରୟ[୧] ଦୈନିକ ଖବରକାଗଜ । ଏହା ଭାରତର ସର୍ବବୃହତ୍ତ ଗଣମାଦ୍ଧମ ବେନେଟ, କୋଲେମନ୍ ଏଣ୍ଡ୍ କୋ. ଲିମିଟେଡ୍ କିମ୍ବା ଦି ଟାଇମସ୍ ଗ୍ରୁପ୍ ଅଧୀନରେ ଅଛି ।

ଆଇ ଆର ଏସ୍ ୨୦୦୫ ଅନୁଯାୟୀ, ମହାରାଷ୍ଟ୍ର ଟାଇମସ୍ ମୁମ୍ବାଇରେ ଦ୍ୱିତୀୟ ସର୍ବବୃହତ ପଠିତ ଖବରକାଗଜ । ଦି ଟାଇମସ୍ ଅଫ୍ ଇଣ୍ଡିଆ, ବ୍ୟତୀତ ମହାରାଷ୍ଟ୍ର ଟାଇମସ୍ ମୁମ୍ବାଇରେ ଏକମାତ୍ର ଖବରକାଗଜ, ଯାହାର ପାଠକ ସଂଖ୍ୟା ୧ ମିଲିୟନରୁ ଅଧିକ ।

ମହାରାଷ୍ଟ୍ର ଟାଇମସ୍'ର ପ୍ରଥମ ସମ୍ପାଦକ ଥିଲେ ଡି ବି କାର୍ଣ୍ଣିକ । ୧୯୬୦ ମସିହାର ଶେଷ ଭାଗରେ ଗୋବିନ୍ଦରାଓ ତଲ୍ୱାଲକର ତାଙ୍କ ସ୍ଥାନ ନେଲେ । ୧୯୯୦ ମସିହା ପର୍ଯ୍ୟନ୍ତ ଥିବା ତଲ୍ୱାଲଙ୍କର କାର୍ଯ୍ୟକାଲ ମଦ୍ଧରେ ଏହି ଖବରକାଗଜ ତଲ୍ୱାରଙ୍କର ସମ୍ପାଦକୀୟତା ପାଇଁ, ପ୍ରାଥମିକ ଭାବେ ଶୀର୍ଷ ସ୍ଥାନ ଅଧିକାର କରିଥିଲା ।[ଆଧାର ଲୋଡ଼ା] ତଲ୍ୱାଲକର ଲେଖିଥିବା କେତକ ଅଗ୍ରଗଣ୍ୟ ସମ୍ପାଦକୀୟକୁ ସଂଗ୍ରହ କରାଯାଇଛି । ଏହାପରେ କୁମାର କେତକର ସମ୍ପାଦକ ଭାବେ କାର୍ଯ୍ୟ କଲେ । ଏହି ଖବରକାଗଜର ଅବଦାଙ୍କାରୀଙ୍କ ମଦ୍ଧରେ ମରାଠୀ ଭାଷାର ବହୁ ସମ୍ମାନସ୍ପଦ ବ୍ଯକ୍ତିଙ୍କ ନାମ ଅନ୍ତର୍ଭୁକ୍ତ ଯଥା ଦୂର୍ଗା ଭଗଓ୍ୱତ, କୁସୁମଗ୍ରଜପି ଏଲ ଦେଶପାଣ୍ଡେ

ଶିବସେନାର ରାଜନୀତିକ ସପକ୍ଷବାଦୀ, ତଥା ରାଜ୍ୟସଭାର ସଦସ୍ୟ, ଭରତ କୁମାର ରାଉତ ୨୦୦୧ରୁ ଏପ୍ରିଲ ୨୦୦୮ ପର୍ଯ୍ୟନ୍ତ ଏହାର ସମ୍ପାଦକ ଥିଲେ । ବହୁତଦିନ ପର୍ଯ୍ୟନ୍ତ, 'ପତ୍ ନଭହେ ମିତ୍ର' ( ଖବରକାଗଜ ନୁହେଁ ବରଂ ସାଙ୍ଗ ), ଏହି ଖବରକାଗଜର ଶୀର୍ଷ ଧାଡି ଥିଲା । ଏହାର ସମ୍ପାଦକୀୟ ଓ ସମ୍ପାଦକଙ୍କୁ ପତ୍ରକୁ ମହାରାଷ୍ଟ୍ରରେ ସବୁଠାରୁ ଭଲ ବୋଲି ସ୍ୱୀକାର କରାଯାଇଥିଲା । ଏହା ତରଫରୁ ମଦ୍ଧ ଏକ ରାଜ୍ୟସ୍ତରୀୟ ମରାଠୀ ବକୃତା ପ୍ରତିଯୋଗିତା ହୁଏ, ଯାହା ଭୁତ ପ୍ରସିଦ୍ଧ ।[ଆଧାର ଲୋଡ଼ା]

ସଂସ୍କରଣ[ସମ୍ପାଦନା]

ମହାରାଷ୍ଟ୍ର ଟାଇମସ୍ର ୧୦ଟି ସଂସ୍କରଣ, ମହାରାଷ୍ଟର ୧୦ଟି ମୁଖ୍ୟ ସହର ଯଥା - ମୁମ୍ବାଇ, ପୁନେ, ଥାନେ, କୋଲ୍ହାପୁର, ନାଶିକ, ଔରଙ୍ଗାବାଦ, ନାଗପୁର, ଜଲଗାଓଁ, ପାଲଘରଅହମ୍ମଦନଗରରେ ପ୍ରକାଶ ପାଏ ।

  1. "How media planners can exploit the Marathi dailies". Magindia. Retrieved 2010-09-03.