Jump to content

ଶର୍ମିଷ୍ଠା ସେଠୀ

ଉଇକିପିଡ଼ିଆ‌ରୁ
(Sarmistha Sethiରୁ ଲେଉଟି ଆସିଛି)
ଶର୍ମିଷ୍ଠା ସେଠୀ
ସାଂସଦ: ୧୭ଶ ଲୋକ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀରୀତା ତରାଇ
ପର ଅଧିକାରୀରବୀନ୍ଦ୍ର ନାରାୟଣ ବେହେରା
ନିର୍ବାଚନ ମଣ୍ଡଳୀଯାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୭୪ ମସିହା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେଡି
ଜୀବନ ସାଥୀରବୀନ୍ଦ୍ର କୁମାର ସେଠୀ
ବୃତ୍ତିରାଜନେତ୍ରୀ, ଅବସରପ୍ରାପ୍ତ ପ୍ରଶାସନିକ ସେବୀ

ଶର୍ମିଷ୍ଠା ସେଠୀ ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ଅବସରପ୍ରାପ୍ତ ପ୍ରଶାସନିକ ସେବୀ । ସେ ୧୭ଶ ଲୋକ ସଭାରେ ଯାଜପୁରରୁ ପ୍ରତିନିଧିତ୍ବ କରୁଛନ୍ତି । ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳ ପକ୍ଷରୁ ଟିକଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ଭାରତୀୟ ଜନତା ପାର୍ଟିର ଅମୀୟକାନ୍ତ ମଲ୍ଲିକଙ୍କୁ ୧,୦୧,୬୯୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୧] [୨]

ରାଜନୈତିକ ଜୀବନ

[ସମ୍ପାଦନା]

ସେ ସ୍ନାତକୋତ୍ତର ପର୍ଯ୍ୟନ୍ତ ପାଠ ପଢ଼ି ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ।[୩][୪] ଶର୍ମିଷ୍ଠା, ଓଡ଼ିଶା ଅର୍ଥ ବିଭାଗରୁ ସ୍ୱେଚ୍ଛାକୃତ ଭାବରେ ଅବସର ନେଇ ଲୋକ ସଭା ନିର୍ବାଚନରେ ଲଢ଼ିଥିଲେ ।[୫]

୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫,୩୨,୬୫୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ଥିଲେ ଏବଂ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରାଙ୍କ ଠାରୁ ୧,୫୮୭ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୬]

  1. "General Election 2019 - Election Commission of India". results.eci.gov.in. Retrieved 2019-05-30.
  2. "Jajpur Lok Sabha election results 2019 Odisha: BJD's Sarmistha Sethi wins against BJP's Amiya Kanta Mallick". DNA India (in ଇଂରାଜୀ). 2019-05-23. Retrieved 2019-05-30.
  3. "SARMISTHA SETHI : Bio, Political life, Family & Top stories". The Times of India. Retrieved 2019-05-30.
  4. "Sarmistha Sethi ,BJD: Latest Updates On Sarmistha Sethi, Lok Sabha Constituency Seat". NDTV.com (in ଇଂରାଜୀ). Retrieved 2019-05-30.
  5. "Former bureaucrats, media barons in fray in Odisha Lok Sabha, assembly polls- News Nation". www.newsnation.in (in ଇଂରାଜୀ). 2019-04-13. Retrieved 2019-05-30.
  6. "2024 Indian General Election Results: Japur (Odisha)". Election Commission of India. Retrieved 6 June 2024.

ବାହାର ଆଧାର

[ସମ୍ପାଦନା]