ସରଗ ପୁରରୁ ଆସିଚି ପ୍ରିୟା
ସରଗ ପୁରରୁ ଆସିଚି ପ୍ରିୟା | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | କବିର ଦାସ |
କାହାଣୀ | ପ୍ରତୀକ ସିଲ୍ |
କଳାକାର | ନିଲାକ୍ଷୀ ପାତ୍ର ଅଭିଜିତ ଦାସ ସୁମନ ମହାରଣା |
ସଙ୍ଗୀତ | ବୈଦନାଥ ଦାଶ |
ମୁକ୍ତିଲାଭ ତାରିଖ | ୨୬ ମାର୍ଚ୍ଚ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସରଗ ପୁରରୁ ଆସିଚି ପ୍ରିୟା ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କବିର ଦାସ ।[୧] ପ୍ରତୀକ୍ ସିଲ୍ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ନିଲାକ୍ଷୀ ପାତ୍ର, ଅଭିଜିତ ଦାସ, ସୁମନ ମହାରଣା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୩ ମସିହାର ମାର୍ଚ୍ଚ ୨୬ ତାରିଖରେ ଜୀ-ସାର୍ଥକରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
[ସମ୍ପାଦନା]- ନିଲାକ୍ଷୀ ପାତ୍ର - ମେନକା
- ଅଭିଜିତ ଦାସ
- ସୁମନ ମହାରଣା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ନିର୍ମଳ ନାୟକ ଓ ନିହାର ପ୍ରିୟାସିଶ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ନେହା ନିହାରକା କର, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ, ସୁଭାଶିଷ ସାହୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ସରଗପୁରରୁ ଆସିଛି ପ୍ରିୟା" | ନିର୍ମଳ ନାୟକ | ହ୍ୟୁମାନ ସାଗର, ନେହା ନିହାରିକା କର | |
2. | "ହାର୍ଟ ତଳେ ହଜାରେ ପାଲା" | ନିହାର ପ୍ରିୟାସିଶ | ଅନ୍ତରା ଚକ୍ରବର୍ତ୍ତୀ ଓ ସତ୍ୟଜିତ ପ୍ରଧାନ |
ଆଧାର
[ସମ୍ପାଦନା]- ↑ "ସରଗପୁରରୁ ଆସିଚି ପ୍ରିୟା". ସମ୍ବାଦ (ରବିବାର). 26 March 2023. p. 8. Archived from the original on 2 April 2023. Retrieved 2 April 2023.
- ↑ "ସରଗ ପୁରରୁ ଆସିଚି ପ୍ରିୟା". ଧରିତ୍ରୀ ଛୁଟିଦିନ. 26 March 2023. p. ୯. Archived from the original on 2 April 2023. Retrieved 2 April 2023.
- ↑ ୩.୦ ୩.୧ Routray, Rituparna (27 March 2023). "ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର 'ସରଗପୁରରୁ ଆସିଚି ପ୍ରିୟା'ର ଅଡିଓ ଲୋକାର୍ପିତ". Kanak News. Archived from the original on 2 April 2023. Retrieved 2 April 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସରଗ ପୁରରୁ ଆସିଚି ପ୍ରିୟା