ସଦାଶିବ ତ୍ରିପାଠୀ
ସଦାଶିବ ତ୍ରିପାଠୀ | |
---|---|
ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ | |
କାର୍ଯ୍ୟକାଳ ୨୧ ଫେବୃଆରୀ ୧୯୬୫ – ୮ ମାର୍ଚ୍ଚ ୧୯୬୭ | |
ପୂର୍ବ ଅଧିକାରୀ | ବୀରେନ ମିତ୍ର |
ପର ଅଧିକାରୀ | ରାଜେନ୍ଦ୍ର ନାରାୟଣ ସିଂହଦେଓ |
ବିଧାୟକ, ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ରାଧାକୃଷ୍ଣ ବିଶ୍ୱାସରାୟ |
ପର ଅଧିକାରୀ | ରବି ସିଂହ ମାଝି |
ନିର୍ବାଚନ ମଣ୍ଡଳୀ | ଉମରକୋଟ |
କାର୍ଯ୍ୟକାଳ ୧୯୫୨ – ୧୯୬୧ | |
ପର ଅଧିକାରୀ | ହରିଜନ ମୀରୁ |
ନିର୍ବାଚନ ମଣ୍ଡଳୀ | ନବରଙ୍ଗପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା | ୨୧ ଅପ୍ରେଲ ୧୯୧୦
ମୃତ୍ୟୁ | ୯ ସେପ୍ଟେମ୍ବର ୧୯୮୦ | (ବୟସ ୭୦)
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ସଦାଶିବ ତ୍ରିପାଠୀ (୨୧ ଅପ୍ରେଲ ୧୯୧୦–୯ ସେପ୍ଟେମ୍ବର ୧୯୮୦), ଜଣେ ଓଡ଼ିଆ ରାଜନେତା ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ୨୧ ଫେବୃଆରୀ ୧୯୬୫ଠାରୁ ୮ ମାର୍ଚ୍ଚ ୧୯୬୭ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । [୧] ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳରେ ରାଜସ୍ୱମନ୍ତ୍ରୀ ଥିଲାବେଳେ ସେ ପ୍ରଥମେ ଓଡ଼ିଶାରେ ଜମିଦାରୀ ପ୍ରଥାର ଉଚ୍ଛେଦ ପାଇଁ ବିଲ ଆଗତ କରିଥିଲେ ଯାହାକୁ ପରେ ସେ ଏକ ଆଇନ ଭାବରେ କାର୍ଯ୍ୟକାରୀ କରିଥିଲେ । ଓଡ଼ିଶାର ଜମିଜମା ସମ୍ବନ୍ଧୀୟ ନାନାଦି ଆଇନ ଓ ସମସ୍ୟା ସମ୍ବନ୍ଧରେ ସେ ଅନେକ ବିଷୟ ବିଧାନ ସଭାରେ ଉପାସ୍ଥାପନ କରିଥିଲେ ।[୨]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସଦାଶିବ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁରଠାରେ ଜନ୍ମଗ୍ରହଣ କରିଥିଲେ । ପ୍ରାରମ୍ଭିକ ଜୀବନ ଶିକ୍ଷକ ଭାବେ ଆରମ୍ଭ କରି ସଦାଶିବ ପରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୩୭ ମସିହାରେ ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବେ ଯୋଗ ଦେଇ ୩୦ ବର୍ଷ ପର୍ଯ୍ୟନ୍ତ ଏଥିରେ ନିର୍ବାଚିତ ହୋଇଆସିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାସନ କାଳରେ ସେ ରାଜସ୍ୱମନ୍ତ୍ରୀ ଭାବେ କାର୍ଯ୍ୟନିର୍ବାହ କରିଥିଲେ । ବିଜୁ ପଟ୍ଟନାୟକ ତାଙ୍କୁ ସରକାରୀ ଦଳର ନେତା ଭାବେ ମନୋନୀତ କରିଥିଲର ଯାହା ଦଳର ବାକି ସଭ୍ୟ ଓ ମନ୍ତ୍ରୀମଣ୍ଡଳରେ ଅଶାନ୍ତି ସୃଷ୍ଟି କରିଥିଲା । ପରେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ୧୯୬୯ ମସିହାରେ କଂଗ୍ରେସର ପ୍ରଥମ ବିଭାଜନ ପରେ ସେ ସଙ୍ଗଠନ କଂଗ୍ରେସରେ ଯୋଗଦାନ କରିଥିଲେ । ୧୯୭୧ ନିର୍ବାଚନରେ ନିଜର ସମ୍ପତ୍ତିଆଦି ବନ୍ଧା ପକାଇ ନିର୍ବାଚନରେ ଲଢ଼ିଥିଲେ । କଂଗ୍ରେସ ଦଳ ପକ୍ଷରୁ ତାଙ୍କୁ ପଠାଯାଇଥିବା ଖର୍ଚ ନ ପାଇବାରୁ ଏହି ଋଣ ସେ ପରିଶୋଧ କରିପାରିଲେ ନାହିଁ । [୨]
ଆଧାର
[ସମ୍ପାଦନା]- ↑ "Bio-Data of Chief Ministers of Orissa" (PDF). Orissa Reference Manual - 2004. p. 192. Retrieved 22 May 2010.
- ↑ ୨.୦ ୨.୧ ମହାପାତ୍ର, ଅଭିରାମ. ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ: ସଦାଶିବ ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି. ପ୍ରଜାତନ୍ତ୍ର. (୧୦ ସେପ୍ଟେମ୍ବର ୧୯୮୩)
- ୧୯୧୦ ଜନ୍ମ
- ୧୯୮୦ ମୃତ୍ୟୁ
- ଓଡ଼ିଶାର ମୁଖ୍ୟମନ୍ତ୍ରୀ
- ଭାରତୀୟ ଜାତୀୟ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ
- ଓଡ଼ିଶା ବିଧାନ ସଭାର ବିରୋଧୀ ଦଳ ନେତା
- ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ
- ୧ମ ଓଡ଼ିଶା ବିଧାନ ସଭାର ସଭ୍ୟ
- ୨ୟ ଓଡ଼ିଶା ବିଧାନ ସଭାର ସଭ୍ୟ
- ୩ୟ ଓଡ଼ିଶା ବିଧାନ ସଭାର ସଭ୍ୟ
- ୪ର୍ଥ ଓଡ଼ିଶା ବିଧାନ ସଭାର ସଭ୍ୟ
- ଓଡ଼ିଶାର ଭାରତୀୟ ଜାତୀୟ କଂଗ୍ରେସ ରାଜନେତା