ରହସ୍ୟ
ରହସ୍ୟ | |
---|---|
ନିର୍ଦ୍ଦେଶକ | ବିଘ୍ନେଶ୍ୱର ପଣ୍ଡା |
ପ୍ରଯୋଜକ | ନାରାୟଣ ଚନ୍ଦ୍ର ସାହୁ ସନ୍ତୋଷ କୁମାର ସାଇ |
ସଂଳାପ | ବି. ଚନ୍ଦନ କୁମାର |
ଚିତ୍ରନାଟ୍ୟ | ସୌମ୍ୟ ରଞ୍ଜନ ସାହୁ |
କାହାଣୀ | ସୌମ୍ୟ ରଞ୍ଜନ ସାହୁ |
କଳାକାର | ତୁଷାର ସିହ୍ନା ବିଘ୍ନେଶ୍ୱର ପଣ୍ଡା କାବ୍ୟା କିରଣ ଅବକାଶ ମିଶ୍ର ଅଙ୍କିତା ମହାନ୍ତି |
ସଙ୍ଗୀତ | ନିହାର ଶାନ୍ତନୁ |
ମୁକ୍ତିଲାଭ ତାରିଖ | ୧୪ ଡିସେମ୍ବର ୨୦୧୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରହସ୍ୟ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ସାଇ ।[୩] ସୌମ୍ୟ ରଞ୍ଜନ ସାହୁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।[୪] ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ବିଘ୍ନେଶ୍ୱର ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫] ଏହି କଥାଚିତ୍ରଟିର ଓଡ଼ିଶା ସମେତ ବାଙ୍ଗାଲୋରେ ଓ ସୁରାଟରେ ମଧ୍ୟ ମୁକ୍ତିଲାଭ କରିଥିଲା ।[୩]
ତୁଷାର ସିହ୍ନା, ବିଘ୍ନେଶ୍ୱର ପଣ୍ଡା, କାବ୍ୟା କିରଣ, ଅବକାଶ ମିଶ୍ର, ଅଙ୍କିତା ମହାନ୍ତି, ଅଭିଶେକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫] ଅଭିନେତା ତୁଷାର ସିହ୍ନା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩]
ଅଭିନୟ
[ସମ୍ପାଦନା]- ତୁଷାର ସିହ୍ନା
- ବିଘ୍ନେଶ୍ୱର ପଣ୍ଡା
- କାବ୍ୟା କିରଣ
- ଅବକାଶ ମିଶ୍ର
- ଅଙ୍କିତା ମହାନ୍ତି
- ଅଭିଶେକ
ସୁଟିଂ
[ସମ୍ପାଦନା]ଏହି ଚଳଚ୍ଚିତ୍ରଟିର ସମସ୍ତ ସୁଟିଂ ନରସିଂପୁର କୋଠି, ଗୋପାଳପୁର ସମୁଦ୍ରକୂଳ, ଚିଲିକା, କଟକ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ହୋଇଛି ।[୫]
କାହାଣୀ
[ସମ୍ପାଦନା]ଫିଲ୍ମ ଇଂଷ୍ଟିଚ୍ୟୁଟରେ ପଢୁଥିବା କିଛି ୫ ଜଣ ଚରିତ୍ରକୁ ନେଇ ଏହି ସିନେମାର କାହାଣୀ ଗତିଶୀଳ ହୋଇଛି । ଦେବ, ସୃତି, ଅଲ୍ଲି, ରିଧିମା, ଏବଂ ଲାଲା । ଏମାନେ ଏକାଠି ମିଶି ଏକ ସିନେମା ବନାଇବା ପାଇଁ ଚିନ୍ତା କରନ୍ତି । ଦେବ ନିଜ ସ୍ୱପ୍ନରେ ଦେଖୁଥିବା ଏକ କାହାଣୀକୁ ନେଇ ସିନେମା ବନାଇବା ପାଇଁ ଏକ ପୁରୁଣା ବଙ୍ଘଳାକୁ ଯାଆନ୍ତି । ଆଉ ସେହି ସ୍ଥାନକୁ ଦେବ ତାର ସ୍ୱପ୍ନରେ ସବୁବେଳେ ଦେଖୁଥାଏ । ସେଠାରେ ପହଁଚିବା ପରେ ଏମାନଙ୍କ ସହ ଆରମ୍ଭ ହୁଏ ଅଦ୍ଭୁତ ଏବଂ ରହସ୍ୟମୟ ଦୁର୍ଘଟଣା ।[୪]
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନିହାର ଓ ଶାନ୍ତନୁ ।[୫][୪] ଅନ୍ତରା ଚକ୍ରବର୍ତ୍ତୀ, ଶାନ୍ତନୁ କୁମାର ସାଇ, ଶୁଭେଚ୍ଛା ମହାନ୍ତି, ଜି. ତବୁ, ସାଇ ସୁଚିତ୍ରା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୬]
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଅନ୍ଧର ରାଣୀ" | ଅନ୍ତରା ଚକ୍ରବର୍ତ୍ତୀ | |
2. | "ଓଃ ଜାନିୟା" | ଶାନ୍ତନୁ କୁମାର ସାଇ, ଅନ୍ତରା ଚକ୍ରବର୍ତ୍ତୀ | |
3. | "ଲେଟସ୍ ମୁଭ୍ ଅନ୍" | ଶାନ୍ତନୁ କୁମାର ସାଇ, ଶୁଭେଚ୍ଛା ମହାନ୍ତି | |
4. | "ରହସ୍ୟ" | ଶାନ୍ତନୁ କୁମାର ସାଇ, ଜି. ତବୁ, ଶୁଭେଚ୍ଛା ମହାନ୍ତି | |
5. | "ମୋତେ ଆଜି" | ଜି. ତବୁ, ସୁଚିତ୍ରା |
ଆଧାର
[ସମ୍ପାଦନା]- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "Promotion of Upcoming Odia Film "Rahasya" in Breakfast Odisha". Prameya News7. 11 May 2018. Retrieved 29 December 2018.
- ↑ ୩.୦ ୩.୧ ୩.୨ ୩.୩ "Be Prepared To Be Thrilled Soon By 'Rahasya'". Mycitylinks- Bhubaneswar | Cuttack | Puri (in ଇଂରାଜୀ). Archived from the original on 10 January 2019. Retrieved 29 December 2018.
- ↑ ୪.୦ ୪.୧ ୪.୨ "ଭୌତିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର 'ରହସ୍ୟ' - EnewsOdia.Com". E News ଓଡ଼ିଆ. 9 May 2018. Retrieved 29 December 2018.
- ↑ ୫.୦ ୫.୧ ୫.୨ ୫.୩ "ଆଜି ମୁକ୍ତିଲାଭ କରିବ ଓଲିଉଡ୍ର ପ୍ରଥମ ହରର୍ ୩ଡି ଚଳଚ୍ଚିତ୍ର 'ରହସ୍ୟ'". Sambad.in. 14 December 2018. Archived from the original on 1 January 2019. Retrieved 29 December 2018.
- ↑ "Rahasya". OMDb. Odia Movie Database. Retrieved 29 December 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରହସ୍ୟ