ରହସ୍ୟ

ଉଇକିପିଡ଼ିଆ‌ରୁ
ରହସ୍ୟ
ନିର୍ଦ୍ଦେଶକବିଘ୍ନେଶ୍ୱର ପଣ୍ଡା
ପ୍ରଯୋଜକନାରାୟଣ ଚନ୍ଦ୍ର ସାହୁ
ସନ୍ତୋଷ କୁମାର ସାଇ
ସଂଳାପବି. ଚନ୍ଦନ କୁମାର
ଚିତ୍ରନାଟ୍ୟସୌମ୍ୟ ରଞ୍ଜନ ସାହୁ
କାହାଣୀସୌମ୍ୟ ରଞ୍ଜନ ସାହୁ
କଳାକାରତୁଷାର ସିହ୍ନା
ବିଘ୍ନେଶ୍ୱର ପଣ୍ଡା
କାବ୍ୟା କିରଣ
ଅବକାଶ ମିଶ୍ର
ଅଙ୍କିତା ମହାନ୍ତି
ସଙ୍ଗୀତନିହାର
ଶାନ୍ତନୁ
ମୁକ୍ତିଲାଭ ତାରିଖ
୧୪ ଡିସେମ୍ବର ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ରହସ୍ୟ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନାରାୟଣ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ସାଇ ।[୩] ସୌମ୍ୟ ରଞ୍ଜନ ସାହୁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।[୪] ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ବିଘ୍ନେଶ୍ୱର ପଣ୍ଡା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫] ଏହି କଥାଚିତ୍ରଟିର ଓଡ଼ିଶା ସମେତ ବାଙ୍ଗାଲୋରେ ଓ ସୁରାଟରେ ମଧ୍ୟ ମୁକ୍ତିଲାଭ କରିଥିଲା ।[୩]

ତୁଷାର ସିହ୍ନା, ବିଘ୍ନେଶ୍ୱର ପଣ୍ଡା, କାବ୍ୟା କିରଣ, ଅବକାଶ ମିଶ୍ର, ଅଙ୍କିତା ମହାନ୍ତି, ଅଭିଶେକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫] ଅଭିନେତା ତୁଷାର ସିହ୍ନା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

ସୁଟିଂ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର ସମସ୍ତ ସୁଟିଂ ନରସିଂପୁର କୋଠି, ଗୋପାଳପୁର ସମୁଦ୍ରକୂଳ, ଚିଲିକା, କଟକ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନ‌ରେ ହୋଇଛି ।[୫]

କାହାଣୀ[ସମ୍ପାଦନା]

ଫିଲ୍ମ ଇଂଷ୍ଟିଚ୍ୟୁଟରେ ପଢୁଥିବା କିଛି ୫ ଜଣ ଚରିତ୍ରକୁ ନେଇ ଏହି ସିନେମାର କାହାଣୀ ଗତିଶୀଳ ହୋଇଛି । ଦେବ, ସୃତି, ଅଲ୍ଲି, ରିଧିମା, ଏବଂ ଲାଲା । ଏମାନେ ଏକାଠି ମିଶି ଏକ ସିନେମା ବନାଇବା ପାଇଁ ଚିନ୍ତା କରନ୍ତି । ଦେବ ନିଜ ସ୍ୱପ୍ନରେ ଦେଖୁଥିବା ଏକ କାହାଣୀକୁ ନେଇ ସିନେମା ବନାଇବା ପାଇଁ ଏକ ପୁରୁଣା ବଙ୍ଘଳାକୁ ଯାଆନ୍ତି । ଆଉ ସେହି ସ୍ଥାନକୁ ଦେବ ତାର ସ୍ୱପ୍ନରେ ସବୁବେଳେ ଦେଖୁଥାଏ । ସେଠାରେ ପହଁଚିବା ପରେ ଏମାନଙ୍କ ସହ ଆରମ୍ଭ ହୁଏ ଅଦ୍ଭୁତ ଏବଂ ରହସ୍ୟମୟ ଦୁର୍ଘଟଣା ।[୪]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନିହାର ଓ ଶାନ୍ତନୁ ।[୫][୪] ଅନ୍ତରା ଚକ୍ରବର୍ତ୍ତୀ, ଶାନ୍ତନୁ କୁମାର ସାଇ, ଶୁଭେଚ୍ଛା ମହାନ୍ତି, ଜି. ତବୁ, ସାଇ ସୁଚିତ୍ରା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୬]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଅନ୍ଧର ରାଣୀ"ଅନ୍ତରା ଚକ୍ରବର୍ତ୍ତୀ 
2."ଓଃ ଜାନିୟା"ଶାନ୍ତନୁ କୁମାର ସାଇ, ଅନ୍ତରା ଚକ୍ରବର୍ତ୍ତୀ 
3."ଲେଟସ୍ ମୁଭ୍ ଅନ୍"ଶାନ୍ତନୁ କୁମାର ସାଇ, ଶୁଭେଚ୍ଛା ମହାନ୍ତି 
4."ରହସ୍ୟ"ଶାନ୍ତନୁ କୁମାର ସାଇ, ଜି. ତବୁ, ଶୁଭେଚ୍ଛା ମହାନ୍ତି 
5."ମୋତେ ଆଜି"ଜି. ତବୁ, ସୁଚିତ୍ରା 

ଆଧାର[ସମ୍ପାଦନା]

  1. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  2. "Promotion of Upcoming Odia Film "Rahasya" in Breakfast Odisha". Prameya News7. 11 May 2018. Retrieved 29 December 2018.
  3. ୩.୦ ୩.୧ ୩.୨ ୩.୩ "Be Prepared To Be Thrilled Soon By 'Rahasya'". Mycitylinks- Bhubaneswar | Cuttack | Puri (in ଇଂରାଜୀ). Archived from the original on 10 January 2019. Retrieved 29 December 2018.
  4. ୪.୦ ୪.୧ ୪.୨ "ଭୌତିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର 'ରହସ୍ୟ' - EnewsOdia.Com". E News ଓଡ଼ିଆ. 9 May 2018. Retrieved 29 December 2018.
  5. ୫.୦ ୫.୧ ୫.୨ ୫.୩ "ଆଜି ମୁକ୍ତିଲାଭ କରିବ ଓଲିଉଡ୍‌ର ପ୍ରଥମ ହରର୍‌ ୩ଡି ଚଳଚ୍ଚିତ୍ର 'ରହସ୍ୟ'". Sambad.in. 14 December 2018. Archived from the original on 1 January 2019. Retrieved 29 December 2018.
  6. "Rahasya". OMDb. Odia Movie Database. Retrieved 29 December 2018.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ରହସ୍ୟ