ମାୟାବୀ (ଓଡ଼ିଆ କଥାଚିତ୍ର)
ମାୟାବୀ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ତପନ ଦାଶ |
ସଂଳାପ | ଦିଲ୍ଲୀପ ଚୌଧୁରୀ |
ଚିତ୍ରନାଟ୍ୟ | ଦିଲ୍ଲୀପ ଚୌଧୁରୀ |
କାହାଣୀ | ଦିଲ୍ଲୀପ ଚୌଧୁରୀ |
କଳାକାର | ଅମ୍ଳାନ ଦାସ ଭୂମିକା ଦାଶ ଆର୍ଲିନ ଅଙ୍କିତା |
ସଙ୍ଗୀତ | ଯଜ୍ଞ ଦାଶ |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୨୬ ଅଗଷ୍ଟ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମାୟାବୀ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ତପନ ଦାଶ । ଦିଲ୍ଲୀପ ଚୌଧୁରୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶ ମୋହନ ସାହୁ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ଭୂମିକା ଦାଶ ।[୨] ଆର୍ଲିନ ଅଙ୍କିତା, ମୌବନି ସରକାର, ଅଲିଭା, ସ୍ନେହା, ଆଶୁତୋଷ, କୁନାଲ, ଚକ୍ରଧର, ପ୍ରଶାନ୍ତ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟିର ୨୦୨୨ ମସିହାର ଅଗଷ୍ଟ ୨୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୪]
ଅଭିନୟ
[ସମ୍ପାଦନା]- ଅମ୍ଳାନ ଦାସ
- ଭୂମିକା ଦାଶ[୫]
- ଆର୍ଲିନ ଅଙ୍କିତା
- ମୌବନି ସରକାର
- ଅଲିଭା
- ସ୍ନେହା[୬]
- ଆଶୁତୋଷ
- କୁନାଲ
- ଚକ୍ରଧର
- ପ୍ରଶାନ୍ତ ପାତ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଯଜ୍ଞ ଦାଶ ।[୩] ଦିଲ୍ଲୀପ ଚୌଧୁରୀ, ଯଶୋବନ୍ତ ଦାଶ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇରା ମହାନ୍ତି, ଅନନ୍ତ ଭରଦ୍ୱାଜ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ସୋହିନୀ ମିଶ୍ର, ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ବଡ଼ ମାୟାବୀ ଜୀବ ନୁହେଁ କାହାରି" | ଇରା ମହାନ୍ତି | |
2. | "ଶିବ ତାଣ୍ଡବ" | ଅନନ୍ତ ଭରଦ୍ୱାଜ | |
3. | "ବଡ଼ ମାୟାବୀ ଜୀବ ନୁହେଁ କାହାରି" | ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା | |
4. | "ମୁଁ ସରଗ ସୁତା ମୁଁ ଗଜମୁକୁତା" | ସୋହିନୀ ମିଶ୍ର | |
5. | "ପଲକର ସ୍ମୃତି" | ସତ୍ୟଜିତ ପ୍ରଧାନ, ସୋହିନୀ ମିଶ୍ର |
ଆଧାର
[ସମ୍ପାଦନା]- ↑ "ଚଳଚ୍ଚିତ୍ର 'ମାୟାବୀ'ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ଅମ୍ଳାନ ଓ ଭୂମିକାଙ୍କ ଯୋଡ଼ି". Sambad. 4 March 2022. Archived from the original on 7 December 2022. Retrieved 7 December 2022.
- ↑ "ପ୍ରଥମ ଥର ପାଇଁ 'ମାୟାବୀ'ରେ ନଜର ଆସିବେ ଅମ୍ଳାନ୍-ଭୂମିକା". Sambad. 8 February 2022. Archived from the original on 7 December 2022. Retrieved 7 December 2022.
- ↑ ୩.୦ ୩.୧ "ଆସୁଛି 'ମାୟାବୀ', ଅମ୍ଳାନଙ୍କ ସହ ସ୍କ୍ରିନ୍ ସେୟାର କରିବେ ଭୂମିକା". Prameya News7. ଭୁବନେଶ୍ୱର. 24 August 2022. Archived from the original on 7 December 2022. Retrieved 7 December 2022.
- ↑ "ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର "ମାୟାବୀ"". Argus News. 27 August 2022. Archived from the original on 7 December 2022. Retrieved 7 December 2022.
- ↑ "ଆଗକୁ ଆସୁଛି ମାୟାବୀ". KNews Odisha. 13 February 2022. Archived from the original on 7 December 2022. Retrieved 7 December 2022.
- ↑ "ମ୍ୟୁଜିକ୍ ଆଲବମ୍ 'ଚାରୁ ଚିତ୍ରଲେଖା'ରେ ନାୟିକା ସାଜିଛନ୍ତି ନବାଗତା ସ୍ନେହା". Sambad. 22 May 2022. Archived from the original on 7 December 2022. Retrieved 7 December 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମାୟାବୀ