Jump to content

ଗୋଲୋକ ବିହାରୀ ଧଳ

ଉଇକିପିଡ଼ିଆ‌ରୁ
(Golak Bihari Dhalରୁ ଲେଉଟି ଆସିଛି)
ଗୋଲୋକ ବିହାରୀ ଧଳ
ଜନ୍ମ ଓ ଜନ୍ମସ୍ଥାନ(1921-12-15)୧୫ ଡିସେମ୍ବର ୧୯୨୧
ଗଞ୍ଜେଇଡିହ, ଢେଙ୍କାନାଳ
ମୃତ୍ୟୁ୨୪ ଜୁନ ୧୯୭୪(1974-06-24) (ବୟସ ୫୨)
ବୃତ୍ତିପ୍ରଫେସର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, ବିବି ହାଇସ୍କୁଲ ଢେଙ୍କାନାଳ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀକନକଲତା ଧଳ
ସମ୍ପର୍କୀୟଭୋଳେଶ୍ୱର ଧଳ (ପିତା) ଓ ଜାହ୍ନବୀ ଦେବୀ (ମାତା)

ଗୋଲୋକ ବିହାରୀ ଧଳ (୧୫ ଡିସେମ୍ବର ୧୯୨୧- ୨୪ ଜୁନ ୧୯୭୪) ଜଣେ ଭାରତୀୟ ଭାଷାତତ୍ତ୍ୱବିତ୍, ପ୍ରଫେସର, ଧ୍ୱନିତତ୍ତ୍ୱବିତ୍, ଅନୁବାଦକ ଏବଂ ଓଡ଼ିଆ ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ ।[] ସେ ତାଙ୍କର ସରଳ, ସଂକ୍ଷିପ୍ତ ଓ ଇଙ୍ଗିତଧର୍ମୀ ପ୍ରବନ୍ଧମାନଙ୍କରେ ଓଡ଼ିଶାର ସମାଜ, ଶିକ୍ଷା, ସଂସ୍କୃତି ଓ ପରମ୍ପରା ବାବଦରେ ଆଲୋଚନା କରୁଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ୧୯୨୧ ମସିହା ଡିସେମ୍ବର ୧୫ ତାରିଖରେ ଓଡ଼ିଶାର ଢେଙ୍କାନାଳସ୍ଥିତ ଗଞ୍ଜେଇଡିହ ଗ୍ରାମରେ ଭୋଳେଶ୍ୱର ଧଳ ଓ ଜାହ୍ନବୀ ଦେବୀଙ୍କ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ ।

ଶିକ୍ଷା ଓ ବୃତ୍ତିଗତ ଜୀବନ

[ସମ୍ପାଦନା]

ସେ ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟରୁ କଲେଜ ଶିକ୍ଷା ହାସଲ କରିଥିଲେ । ୧୯୪୩ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ରେଭେନ୍ସା ମହାବିଦ୍ୟାଳୟରୁ ସଂସ୍କୃତ ଅନର୍ସ ସହ ସର୍ବଶ୍ରେଷ୍ଠ ସ୍ନାତକ ଭାବେ ପୁରସ୍କୃତ ହୋଇଥିଲେ । ୧୯୪୫ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ପାଟଣା ମହାବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର ଲାଭ କରି ସେହିବର୍ଷ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ସଂସ୍କୃତ ଓ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତ ହୋଇଥିଲେ । ପରେ ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟକୁ ବଦଳି ହୋଇଥିଲେ । ପରେ ୧୯୪୯ ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟ ଗଲେ । ତାହା ପରେ ଫ୍ରାନ୍‌ସରେ ଏକ ଛାତ୍ର ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରି "Indian Mind through the Ages" ସଂପର୍କରେ ଭାଷଣ ଦେଇଥିଲେ ।

ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଗବେଷଣା ପରେ ଆଧୁନିକ ଭାଷାବିଜ୍ଞାନକୁ ଓଡ଼ିଶାରେ ଲୋକପ୍ରିୟ କରାଇବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ସେ ନିଜ ଗବେଷଣା ପ୍ରବନ୍ଧରେ ଭାଷାବିଜ୍ଞାନକୁ ସହଜ ଭାଷା ଓ ଭାବରେ ଲେଖୁଥିଲେ । ଏଥି ସହିତ ହିନ୍ଦୀ ଭାଷାରେ ପ୍ରଥମ ବିଜ୍ଞାନସମ୍ମତ ଧ୍ୱନିବିଜ୍ଞାନ ବହି ଲେଖିଥିଲେ । ଭାରତ ସରକାରଙ୍କ ଅଧୀନସ୍ଥ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କ (ଆଇ.ଏ. ଏସ୍.) ଟ୍ରେନିଂ ସ୍କୁଲରେ ଭାଷାବିଜ୍ଞାନ ମାଧ୍ୟମରେ ଭାଷାଶିକ୍ଷା ଦେବାରେ ସେ ହେଉଛନ୍ତି ଭାରତର ପ୍ରଥମ ଅଧ୍ୟାପକ । ପଚାଶ ଦଶକରେ ଭାରତରେ ନୂଆକରି ଆରମ୍ଭ ହୋଇଥିବା ଭାଷା ସ୍କୁଲଗୁଡ଼ିକରେ ଅଧ୍ୟାପନା କ୍ଷେତ୍ରରେ ସେ ଥିଲେ ସବୁଠୁ ସାନ ଓ ଏକମାତ୍ର ଓଡ଼ିଆ ।

୧୯୫୫ରୁ ୧୯୫୮ ଯାଏ ଆଗ୍ରା ବିଶ୍ୱବିଦ୍ୟାଳୟର (ବର୍ତ୍ତମାନ ବି.ଆର୍. ଆମ୍ବେଦକର୍ ବିଶ୍ୱବିଦ୍ୟାଳୟ) Agra University of Hindi Studies ( ବର୍ତ୍ତମାନର K.M. Institute of Hindi Studies and linguistics )ବିଭାଗରେ ପ୍ରାଧ୍ୟାପକଭାବେ ଯୋଗଦାନ । ସେଠାରେ ସେ ଭାଷାବିଜ୍ଞାନ ଅଧ୍ୟାପନା କରୁଥିଲେ । ୧୯୭୨ ମସିହାରେ ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରଫେସର ହୋଇଥିଲେ | ୧୯୭୪ ମସିହା ଜୁନ୍ ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଭାଷା ସ୍କୁଲରେ କ୍ଲାସ ନେଇସାରି ଗେଷ୍ଟ୍ ହାଉସକୁ ଚଢ଼ୁଥିବା ବେଳେ ଆକସ୍ମିକ ସଂଜ୍ଞାହୀନ ଓ ପ୍ରାୟ ୬ ଦିନ କୋମାରେ ରହି ୨୪ ତାରିଖରେ ପରଲୋକ |

ରଚନାବଳୀ

[ସମ୍ପାଦନା]

ଦଶ ଖଣ୍ଡ ଭାଷାମୂଳକ ବହି ଲେଖିବା ସହିତ କରିଛନ୍ତି ବହୁ ଅନୁବାଦ । ପ୍ରେମଚନ୍ଦଙ୍କ ଗୋଦାନ ଉପନ୍ୟାସର ଓଡ଼ିଆ ଅନୁବାଦପାଇଁ ତାଙ୍କୁ ୧୯୫୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[] ଶିଶୁ ସାହିତ୍ୟ ଓ ପ୍ରୌଢଶିକ୍ଷାମୂଳକ ବହି ପାଇଁ ସେ ଭାରତ ସରକାରଙ୍କଠାରୁ ତିନିଥର ପୁରସ୍କୃତ ।

  • ଆମେରିକା ଚିଠି (୧୯୫୨)
  • ଲଣ୍ଡନ ଚିଠି (୧୯୫୩)
  • ଅମର ମଣିଷ
  • ଗଙ୍ଗାରୁ ଗୋଦାବରୀ
  • ବନ୍ଦୀନେହେରୁ
  • ମଣିଷର ଭାଷା (୧୯୫୩)
  • ପେଟର ପବନ ପାଟିର କଥା (୧୯୫୫)
  • ଧ୍ୱନିବିଜ୍ଞାନ (ହିନ୍ଦୀରେ, ୧୯୫୮)
  • ପେଟ୍ କୀ ହୱା ମୁହ୍ଁ କୀ ବାତ୍ (ହିନ୍ଦୀରେ ୧୯୫୮)
  • ଇଂରେଜି ଉଚ୍ଚାରଣ ଶିକ୍ଷା (୧୯୬୩)
  • ଓଡ଼ିଆ କେବେ ? (୧୯୬୩)
  • Aspiration in Oriya (1966)
  • ଗାନ୍ଧିଜୀ ଓ ଭାଷା ସମସ୍ୟା (୧୯୬୯)
  • ଧ୍ୱନିବିଜ୍ଞାନ (୧୯୭୪)
  • ଭାଷାଶାସ୍ତ୍ର ପରିଚୟ (୧୯୭୬)
  • ତାଜମହଲର ଦେଶେ

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୮ (ଗୋଦାନ ନିମନ୍ତେ)
  1. "ଆଜି ଜନ୍ମଦିନ". No. ସମ୍ବାଦ ୧୫/୧୨/୨୦୧୩ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୨. Archived from the original on 15 December 2020. Retrieved 15 December 2020.{{cite news}}: CS1 maint: bot: original URL status unknown (link)
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2017.