ଅଲ ଚିକି ଲିପି

ଉଇକିପିଡ଼ିଆ‌ରୁ
(ଅଲ ଚିକିରୁ ଲେଉଟି ଆସିଛି)
ଅଲ ଚିକି
ପ୍ରକାର
ବର୍ଣ୍ଣମାଳା
ଭାଷାସମୂହସାନ୍ତାଳୀ ଭାଷା
ଦିଗLeft-to-right
ISO 15924Olck, 261
ଇଉନିକୋଡ଼ ଉପନାମ
Ol Chiki
U+1C50–U+1C7F

ଅଲ ଚିକି ଲିପି ଏକ ଲେଖିବା ପ୍ରଣାଳୀ ଯାହାକୁ ସାନ୍ତାଳୀ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ଅଲ ଚିକି ବହୁବିଧ ନାମ ଯଥା ଅଲ ଚେମେଦ ("ପ୍ରଣାଳୀ"), ଅଲ ଓ ବେଳେବେଳେ ସାନ୍ତାଳ ଅକ୍ଷର ବୋଲି ଜଣାଶୁଣା । ଏହି ଲିପି ପଣ୍ଡିତ ରଘୁନାଥ ମୁର୍ମୁଙ୍କଦ୍ୱାରା ୧୯୨୫ ମସିହାରେ ବିକଶିତ ହୋଇଥିଲା ।

ପୂର୍ବରୁ ସାନ୍ତାଳ ଭାଷାକୁ ଲାଟିନ ଲିପିରେ ଲେଖାଯାଉ ଥିଲା । କିନ୍ତୁ ସାନ୍ତାଳୀ ଭାଷା ଅନ୍ୟ ଆର୍ଯ୍ୟ-ଭାରତୀୟ ଭାଷା ପରି ହୋଇନଥିବାରୁ, ଏହାର ପ୍ରତି ଧ୍ୱନିକୁ ପ୍ରଚଳିତ ଆର୍ଯୀୟ ଲିପିରେ ଲେଖିବା ସମ୍ଭବ ହେଉ ନଥିଲା । ସାନ୍ତାଳୀ ଭାଷାର ପ୍ରତି ଧ୍ୱନି, ବିଶେଷ କରି ଏହାର ସ୍ୱର ବର୍ଣ୍ଣ ଓ କେତେକ ବ୍ୟଞ୍ଜନ ବର୍ଣ୍ଣ ପାଇଁ ଭାରତୀୟ ଲିପି ମାନଙ୍କରେ ଅକ୍ଷର ନଥିଲା । ବ୍ରାହ୍ମୀ ଲିପିରୁ ଆସିଥିବା ଅନ୍ୟାନ୍ୟ ଭାରତୀୟ ଭାଷାର ଲିପି ପରି ଅଲ ଚିକିରେ ମାତ୍ରାର ବ୍ୟବହାର ହୁଏ ନାହିଁ ଏବଂ ବ୍ୟଞ୍ଜନ ବର୍ଣ୍ଣସ୍ୱର ବର୍ଣ୍ଣର ସମାନ ଗୁରୁତ୍ତ୍ୱ ରହିଥାଏ । ପ୍ରଥମେ ଜଣେ ନରବେର ପାଦ୍ରୀ ପଲ ଅଲାଫ ବୋଡ଼ିଙ୍ଗ ଲାଟିନ ଅକ୍ଷରରେ ସାନ୍ତାଳି ଲେଖିବା ଆରମ୍ଭ କରିଥିଲେ । ଅଲ ଚିକିର ଆରମ୍ଭ ପରେ ଏଥିରେ ଲେଖାଲେଖି ଅଧିକ ସହଜ ହୋଇ ପାରିଛି । ଅଲ ଚିକି ଏକ ସଳଖ ଅକ୍ଷର, ଏହା ଯୁକ୍ତାକ୍ଷର ରହିତ ଓ ସ୍ୱର ବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ସମାନ ଭାବରେ ବ୍ୟବହାର ହୋଇଥାନ୍ତି । ଆହୁରି ମଧ୍ୟ ଏହା ଧ୍ୱନିକୁ ନେଇ କେବଳ ଏହି ଭାଷା ପାଇଁ ତିଆରି କରାଯାଇଥିବାରୁ ଖୁବ ସହଜରେ ସାନ୍ତାଳୀ ଭାଷାର ଉଚ୍ଚାରଣ ସବୁ ଏଥିରେ ପ୍ରକାଶ କରିହୁଏ । ଅଲ ଚିକିରେ ସମୁଦାୟ ୩୦ଟି ବର୍ଣ୍ଣ ରହିଛି,ସେଥି ମଧ୍ଯରୁ ୨୪ଟି ବ୍ଯଞ୍ଜନ ବର୍ଣ୍ଣ ୬ଟି ସ୍ୱର ବର୍ଣ୍ଣ । ଏହା ବ୍ୟତୀତ ୫ଟି ପରିବର୍ତ୍ତିତ ବର୍ଣ୍ଣ ଅଛି ଯାହାକୁ ଟୁଡାଃ କୁହାଯାଏ । ଏହି ଲିପିକୁ ବାମରୁ ଡାହାଣକୁ ଲେଖାଯାଏ । [୧]

ଇଉନିକୋଡ ଚାର୍ଟ

ଇଉନିକୋଡ଼ ମାନକରେ ଅଲ ଚିକି ଏପ୍ରିଲ, ୨୦୦୮ରେ ଯୋଡ଼ାଯାଇଥିଲା ଯାହା ୫.୧ ସଙ୍କଳନରେ ଆସିଅଛି ।

ଅଲ ଚିକି ପାଇଁ ଇଉନିକୋଡ଼ ବ୍ଲକ ହେଲା U+1C50–U+1C7F:

ଅଲ ଚିକି[1]
Unicode.org chart (PDF)
  0 1 2 3 4 5 6 7 8 9 A B C D E F
U+1C5x
U+1C6x
U+1C7x ᱿
ଟୀକା
1.^ As of Unicode version 6.0

ଆହୁରି ଦେଖନ୍ତୁ

ପଣ୍ଡିତ ରଘୁନାଥ ମୁର୍ମୁ

ସାନ୍ତାଳୀ ଭାଷା

ଆଧାର

ବାହାର ଲିଙ୍କ