ରଘୁନାଥ ମୁର୍ମୁ

ଉଇକିପିଡ଼ିଆ‌ରୁ
ରଘୁନାଥ ମୁର୍ମୁ
ରଘୁନାଥ ମୁର୍ମୁ
ରଘୁନାଥ ମୁର୍ମୁ
ଜନ୍ମ ଓ ଜନ୍ମସ୍ଥାନ(1905-05-18)୧୮ ମଇ ୧୯୦୫


(ବୈଶାଖ ପୂର୍ଣ୍ଣମୀ)
(ଡହରଡିହା) ଦାଣ୍ଡବୋସ, ରାଇରଙ୍ଗପୁର, ମୟୂରଭଞ୍ଜ ଜିଲ୍ଲା
ମୃତ୍ୟୁ୧ ଫେବୃଆରୀ ୧୯୮୨(1982-02-01) (ବୟସ ୭୬)
ଛଦ୍ମନାମଗୁରୁ ଗୋମକେ
ବୃତ୍ତିଚିନ୍ତାନାୟକ, କବି, ଲେଖକ, ଦାର୍ଶନିକ, ନାଟ୍ଯକାର
ଜାତୀୟତାଭାରତୀୟ
ବିଷୟସାହିତ୍ୟ
ସାହିତ୍ୟର ଆନ୍ଦୋଳନଅଲ ଚିକି ଲିପିର ଗଠନ
ସାହିତ୍ୟ କୃତିଦାରେଗେ ଧାନ''
ସିଧୁ କାହ୍ନୁ
ବିଦୁ ଚନ୍ଦନ
ଖେରବାଳ ବୀର
"ହିତଲ"

ରଘୁନାଥ ମୁର୍ମୁ (୧୮ ମଇ ୧୯୦୫[୧] – ୧ ଫେବୃଆରୀ ୧୯୮୨) ଜଣେ ଭାଷା ଓ ଲିପି ଗବେଷକ ଥିଲେ । ସେ ପ୍ରଥମ କରି ଅଲ ଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ନାମରେ ମଧ୍ୟ ଜଣାଶୁଣା । ଏଥି ନିମନ୍ତେ ତାଙ୍କୁ ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ "ଗୁରୁ ଗୋମକେ' ବୋଲି ମଧ୍ୟ ଡାକିଥାନ୍ତି । ଅଲ ଚିକି ବହୁବିଧ ନାମ ଯଥା ଅଲ ସେମେଟ ("ପ୍ରଣାଳୀ"), ଅଲ ସିକି, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା । ୧୯୨୫ରେ ଏହି ଲିପି ସାନ୍ତାଳୀ ଭାଷା ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ ଓଡ଼ିଶା, ପଶ୍ଚିମବଙ୍ଗଝାଡ଼ଖଣ୍ଡର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଥିଲେ । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଜାମବାଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ[୨] ଓ ୨୦୦୭ ମସିହାରେ ମୁର୍ସିଦାବାଦଠାରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ[୩] ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି ।[୪]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସେ ମୟୂରଭଞ୍ଜରେ ୧୯୦୫ ମସିହା ବୈଶାଖ ପୂର୍ଣ୍ଣମୀ ତିଥି (୧୮ ମଇ ୧୯୦୫)[୫]ରେ ଡହରଡିହା (ଦାଣ୍ଡବୋସ)ଠାରେ ଜନ୍ମ ନେଇଥିଲେ । ସେ ରାଇରଙ୍ଗପୁରର ବଡାମତଳିଆଠାରେ ଜଣେ ସ୍କୁଲ ଶିକ୍ଷକ ଥିବା ସମୟରେ ସାନ୍ତାଳୀ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ । [୬]

୧୯୮୨ ମସିହା ଫେବୃଆରୀ ୧ ତାରିଖରେ ରଘୁନାଥ ମୁର୍ମୁଙ୍କ ଦେହାନ୍ତ ହୋଇଥିଲା ।[୭]

ରଚିତ ପୁସ୍ତକ[ସମ୍ପାଦନା]

ପାଠ୍ୟ ପୁସ୍ତକ[ସମ୍ପାଦନା]

  • ଞ୍ଜେଲ ଜଂ ଲାଗିଦ୍ ଅଲ୍
  • ଅଲ୍ ଚେମେଦ୍ (ଅକ୍ଷର ଶିକ୍ଷା)
  • ପାର୍ସିପୋହା (ଶିଶୁପାଠ)
  • ପାର୍ସିଅପାଦ

ନାଟକ ପୁସ୍ତକ[ସମ୍ପାଦନା]

  • ବିନ୍ଦୁ ଚାନ୍ଦାନ - ୧୯୪୨
  • ଦାଳେଗେ ଧନ୍
  • ଖେରୱାଳ ବୀର
  • ସିଦୁ କାହ୍ନୁ ସାନ୍ତାଳ ହୁଲ୍
  • ଦାଳେଗେ ଧନ୍[୮]

କବିତା ପୁସ୍ତକ[ସମ୍ପାଦନା]

  • ହର୍ ସେରେଞ୍ଜ - ୧୯୩୬
  • ବାହା ସେରେଞ୍ଜ
  • ହିତାଲ

ଗଣିତ ପୁସ୍ତକ[ସମ୍ପାଦନା]

  • ଏଲଖା ପତବ୍

ବ୍ୟାକରଣ ପୁସ୍ତକ[ସମ୍ପାଦନା]

  • ରନଳ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା - ୧୯୭୮
  • ଡିଲିଟ - ୧୯୫୧ (ରାଞ୍ଚୀ ଦୂମକୁଡ଼ିଆ ଅନୁଷ୍ଠାନ ପକ୍ଷରୁ)

ଆଧାର[ସମ୍ପାଦନା]

  1. "page-AA - Suryaprava e-Paper - Odisha's leading daily Odia newspaper - Suryaprava e-Paper - Odisha's leading daily Odia news paper - Suryaprava e-Paper - Odisha's leading daily Odia news paper". web.archive.org. 2017-06-27. Retrieved 2019-05-18.
  2. http://www.buruniv.ac.in/CollegeDetails.php?col_code=411
  3. http://www.panditrmttc.com
  4. http://www.newindianexpress.com/states/odisha/2017/sep/06/cm-naveen-patnaik-inaugurates-odishas-5th-government-medical-college-1653271.html
  5. "ବୈଶାଖ ପୂର୍ଣ୍ଣିମା". ଦୃକ ପଞ୍ଚାଙ୍ଗ. Retrieved 15 May 2017.
  6. ସମ୍ବାଦ ୧୯/୦୪/୨୦୧୩ ପୃଷ୍ଠା ୪ରେ ପ୍ରକାଶିତ ଖବର, ଅଲଚିକି ସ୍ରଷ୍ଟାଙ୍କ ସ୍ମୃତିରକ୍ଷା : ଓଡ଼ିଶାଠାରୁ ପଶ୍ଚିମବଙ୍ଗ ଆଗରେ
  7. "ସାନ୍ତାଳୀ ଭାଷାର ପ୍ରଜ୍ଞାପୁରୁଷ". ସମ୍ବାଦ ୦୧/୦୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 1 February 2016.
  8. ସମ୍ବାଦ ୧୦/୦୫/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨ http://www.sambadepaper.com/Details.aspx?id=353151&boxid=23429606. Retrieved 10 May 2017. {{cite news}}: Missing or empty |title= (help)

ଅଧିକ ତଥ୍ୟ[ସମ୍ପାଦନା]