ବସନ୍ତ ମଞ୍ଜରୀ ଦେବୀ

ଉଇକିପିଡ଼ିଆ‌ରୁ
ବସନ୍ତ ମଞ୍ଜରୀ ଦେବୀ
Member:
ନିର୍ବାଚନ ମଣ୍ଡଳୀରଣପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୦୦
ମୃତ୍ୟୁ୭ ଜୁନ ୧୯୬୧(୧୯୬୧-୦୬-୦୭)
ଜାତୀୟତାଭାରତୀୟ
ଜୀବନ ସାଥୀଯୁବରାଜ ଶ୍ରୀ ବିରଞ୍ଚି ନାରାୟଣ ସିଂଦେଓ ବାହାଦୁର (ବି: ୧୯୨୮)
ସନ୍ତାନବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ
ଘରରଣପୁର, ଓଡ଼ିଶା

ବସନ୍ତ ମଞ୍ଜରୀ ଦେବୀ, ଥିଲେ ଓଡ଼ିଶାର ପ୍ରଥମ ମହିଳା ମନ୍ତ୍ରୀ ।[୧] ୧୯୫୨ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଗଠିତ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ସେ ସ୍ୱାସ୍ଥବିଭାଗର ଉପମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ଜୀବନୀ[ସମ୍ପାଦନା]

ବସନ୍ତ ମଞ୍ଜରୀ , ୧୯୦୦ ମସିହାରେ ନୀଳଗିରିର ରାଜା ଶ୍ୟାମଚନ୍ଦ୍ର ମର୍ଦରାଜ ହରିଚନ୍ଦନଙ୍କ କନ୍ୟାଭାବରେ ଜନ୍ମଗ୍ରହଣ କରିଥିଲେ । ୧୯୨୮ମସିହାରେ ସେ ରଣପୁରର ଯୁବରାଜ ବିରଞ୍ଚି ନାରାୟଣ ସିଂହଦେଓଙ୍କୁ ବିବାହ କରିଥିଲେ । ୧୯୪୫ରେ ତାଙ୍କ ପୁତ୍ର ବ୍ରଜେନ୍ଦ୍ର ଚନ୍ଦ୍ର ସିଂହଦେଓ ରଣପୁରର ରାଜା ଭାବରେ ଅଭିଷିକ୍ତ ହେବାପରେ, ବସନ୍ତ ମଞ୍ଜରି ରାଜମାତାର ମର୍ଯ୍ୟଦା ପାଇଥିଲେ ।[୨] ୧୯୫୨ ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ ରଣପୁରରୁ ଲଢି ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ସେ ରଣପୁରର ରାଜମାତା ହିସାବରେ ରାଜନୀତିରେ ପ୍ରବେଶ କରିଥିଲେ ଓ ୧୯୫୨, ୬୧ରେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦ ଫେବୃଆରୀ ୧୯୫୨ରୁ ୬ ଅପ୍ରେଲ୍ ୧୯୫୭ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ଅଧସ୍ତନ ମନ୍ତ୍ରୀ ଥିଲେ ଓ ୨୭ ଅପ୍ରେଲ୍ ୧୯୫୭ରୁ ୨୨ ମଇ ୧୯୫୯ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ନାମରେ ଚନ୍ଦପୁରଠାରେ ଏକ ଯକ୍ଷ୍ମା ଚିକିତ୍ସାଳୟ ଅଛି ।[୪]

ଆଧାର[ସମ୍ପାଦନା]

  1. [୧], RANPUR (Princely State)
  2. "ଭୋଟ ପେଡ଼ିର ପୁରୁଣା କଥା". No. ସମ୍ବାଦ ୩୦/୦୪/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 30 April 2019. Retrieved 30 April 2019.
  3. [୨], Late Basant Manjari Devi | MLA Profile
  4. [୩], Nilgiri Princely State