ସତ୍ୟନାରାୟଣ ପ୍ରଧାନ
ସତ୍ୟନାରାୟଣ ପ୍ରଧାନ | |
|---|---|
| ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୧୯ – ୨୦୨୪ | |
| ପୂର୍ବ ଅଧିକାରୀ | ରବିନାରାୟଣ ମହାପାତ୍ର |
| ପର ଅଧିକାରୀ | ସୁରମା ପାଢ଼ୀ |
| ନିର୍ବାଚନ ମଣ୍ଡଳୀ | ରଣପୁର |
| ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୯ – ୨୦୧୪ | |
| ପୂର୍ବ ଅଧିକାରୀ | ସୁରମା ପାଢ଼ୀ |
| ପର ଅଧିକାରୀ | ରବିନାରାୟଣ ମହାପାତ୍ର |
| ନିର୍ବାଚନ ମଣ୍ଡଳୀ | ରଣପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୯ ଅପ୍ରେଲ ୧୯୫୮ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଜୀବନ ସାଥୀ | ଶକୁନ୍ତଳା ପ୍ରଧାନ |
| ବାପା/ବୋଉ | ରଘୁନାଥ ପ୍ରଧାନ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ସତ୍ୟନାରାୟଣ ପ୍ରଧାନ (ଜନ୍ମ: ୯ ଅପ୍ରେଲ ୧୯୫୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସତ୍ୟନାରାୟଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୯ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସତ୍ୟନାରାୟଣ ପ୍ରଧାନ ୧୯୫୮ ମସିହାର ଅପ୍ରେଲ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ରଘୁନାଥ ପ୍ରଧାନ ଏବଂ ପତ୍ନୀଙ୍କ ନାମ ଶକୁନ୍ତଳା ପ୍ରଧାନ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସତ୍ୟନାରାୟଣ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କାର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୫,୮୯୫ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ଭାରତୀୟ ଜନତା ପାର୍ଟିର ପାର୍ଥୀ ସୁରମା ପାଢ଼ୀଙ୍କଠାରୁ ୧୫,୫୪୪ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Shri Satyanarayan Pradhan". odishaassembly.nic.in. Odisha Assembly. Retrieved 23 April 2020.
- ↑ "General Election to Assembly Constituencies 2024: Bhadrak (Odisha)". Election Commission of India. Retrieved 11 June 2024.