ରମେଶ ଚନ୍ଦ୍ର ପଣ୍ଡା
ରମେଶ ଚନ୍ଦ୍ର ପଣ୍ଡା | |
|---|---|
| ବିଧାୟକ: ୫ମ, ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୧ – ୧୯୮୦ | |
| ପୂର୍ବ ଅଧିକାରୀ | ବି. ଏସ. ବି. ନରେନ୍ଦ୍ର ମହାପାତ୍ର |
| ପର ଅଧିକାରୀ | ରମାକାନ୍ତ ମିଶ୍ର |
| ନିର୍ବାଚନ ମଣ୍ଡଳୀ | ରଣପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ନଭେମ୍ବର ୨୪, ୧୯୩୫ |
| ମୃତ୍ୟୁ | ୧୮ ଡିସେମ୍ବର ୨୦୦୩ (ବୟସ ୬୮) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
| ଜୀବନ ସାଥୀ | କୃଷ୍ଣା କୁମାରୀ ପଣ୍ଡା |
| ବାପା/ବୋଉ | ମଦନ ସୁନ୍ଦର ପଣ୍ଡା (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ରମେଶ ଚନ୍ଦ୍ର ପଣ୍ଡା (୨୪ ନଭେମ୍ବର ୧୯୩୫ - ୧୮ ଡିସେମ୍ବର ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରମେଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪ ଓ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରଣପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରମେଶ ଚନ୍ଦ୍ର ପଣ୍ଡା ୧୯୩୫ ମସିହାର ନଭେମ୍ବର ମାସ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ମଦନ ସୁନ୍ଦର ପଣ୍ଡା ଏବଂ ପତ୍ନୀଙ୍କ ନାମ କୃଷ୍ଣା କୁମାରୀ ପଣ୍ଡା ।[୧] ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରମେଶ ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ରମେଶ ଚନ୍ଦ୍ର ପଣ୍ଡା ୨୦୦୩ ମସିହାର ଡିସେମ୍ବର ମାସ ୧୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଅଲ ।