ବ୍ୟାସେ ଶୁଣୁଛ

ଉଇକିପିଡ଼ିଆ‌ରୁ
ବ୍ୟାସେ ଶୁଣୁଛ
ନିର୍ଦ୍ଦେଶକସିଦ୍ଧାର୍ଥ ଗୌତମ
ପ୍ରଯୋଜକସୋମେଶ ମହାପାତ୍ର
ଆଶୁତୋଷ ପଣ୍ଡା
ସଂଳାପସୁମିତ ପଣ୍ଡା
ଚିତ୍ରନାଟ୍ୟସିଦ୍ଧାର୍ଥ ଗୌତମ
କାହାଣୀସୁମିତ ପଣ୍ଡା
କଳାକାରଦ୍ୱୀପନ୍ୱିତ ଦାଶମହାପାତ୍ର
ସଙ୍ଗୀତବନି ମହାନ୍ତି
ଚିତ୍ରଗ୍ରହଣବିଶ୍ୱଜିତ କୁଲଡି
ସମ୍ପାଦକସିଦ୍ଧାର୍ଥ ଗୌତମ
ମୁକ୍ତିଲାଭ ତାରିଖ
୨୫ ସେପ୍ଟେମ୍ବର ୨୦୨୨
କଥାଚିତ୍ରର ସମୟ
୧୨ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ବ୍ୟାସେ ଶୁଣୁଛ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୋମେଶ ମହାପାତ୍ର ଓ ଆଶୁତୋଷ ପଣ୍ଡା ।[୧] ସୁମିତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ସଂଳାପ ଓ ଗୀତ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ସିଦ୍ଧାର୍ଥ ଗୌତମ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବନି ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]

ଦ୍ୱୀପନ୍ୱିତ ଦାଶମହାପାତ୍ର ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ, ଯାହାକି ଆଧୁନିକ ସମୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ କରାଯାଇଥିବା କିଛି ପ୍ରଶ୍ନକୁ ନେଇ ନିର୍ମିତ ହୋଇଥିଲା ।[୩]

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ବନି ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ କଣ୍ଠଦାନ କରିଥିଲେ । ଗୀତିକାର ସୁମିତ ପଣ୍ଡା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୩]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଧୀରେ ଧୀରେ"ସୁମିତ ପଣ୍ଡାବନି ମହାନ୍ତି 

ଆଧାର[ସମ୍ପାଦନା]

  1. Mishra, Sree (2022-09-26). ""Byase sunucha" Odia short film conveys message to youth generation". The News Insight (in ଆମେରିକୀୟ ଇଂରାଜୀ). Retrieved 2024-02-10.
  2. "Odians Originals with Amara Muzik Odia launches their next short film, "BYAASE SUNUCHA" Read more At: https://www.aninews.in/news/business/business/odians-originals-with-amara-muzik-odia-launches-their-next-short-film-byaase-sunucha20221019135223/". ANI News (in Indian English). 19 October 2022. Retrieved 10 February 2024. {{cite news}}: External link in |title= (help)
  3. ୩.୦ ୩.୧ ୩.୨ ସାମନ୍ତରାୟ, ତୁଷାର (2 October 2022). "ଦର୍ଶକଙ୍କ ମନ ଜିଣୁଛି ଓଡ଼ିଆ ସର୍ଟ ଫିଲ୍ମ 'ବ୍ୟାସେ ଶୁଣୁଛ' । ଭାଇରାଲ ହେବାରେ ଲାଗିଛି ୧୨ ମିନିଟର ଭିଡିଓ". Kanak News. Archived from the original on 10 February 2024. Retrieved 10 February 2024.

ବାହାର ଆଧାର[ସମ୍ପାଦନା]