ଚାମୁଣ୍ଡା

ଉଇକିପିଡ଼ିଆ‌ରୁ
ଚାମୁଣ୍ଡା
ଚତୁର୍ଦ୍ଦଶ ଶତାବ୍ଦୀର ଚାମୁଣ୍ଡାର ନେପାଳୀ ମୂର୍ତ୍ତି
ଯୁଦ୍ଧ, ମହାମାରୀ, ଦୁର୍ଭିକ୍ଷ ଓ ଅନ୍ୟାନ୍ୟ ମହାବିପଦର ଠାକୁରାଣୀ [୧]
Devanagariचामुण्डा
Sanskrit TransliterationCāmuṇḍā
Affiliationପାର୍ବତୀ, ଶକ୍ତି (Shakti), କାଳୀ, ମହାକାଳୀ
ଲୋକମଶାଣୀ ବା ଡିମିରି ଗଛ
Mantraଓଁ ଏଁ ହ୍ରୀଁ କ୍ଲୀଁ ଚାମୁଣ୍ଡାୟେ ବିଚ୍ଚେ
Weaponତ୍ରୀଶୁଳ ଓ ଖଣ୍ଡା
ସ୍ୱାମୀ/ସ୍ତ୍ରୀଶିବ, ଭୀଷଣ ଭୈରବ ଆକାର
Mountମଡ଼ା, ପ୍ରେତ (Preta)

ଚାମୁଣ୍ଡା (ଇଂରାଜୀ ଭାଷାରେ Chamunda), (Sanskrit: चामुण्डा, IAST: Cāmuṇḍā) ଅନ୍ୟାନ୍ୟ ନାମ ଚାମୁଣ୍ଡେଶ୍ୱରୀ, ଚର୍ଚ୍ଚିକାରକ୍ତ କାଳୀ) ଚଣ୍ଡୀ ଓ ହିନ୍ଦୁ ଠାକୁରାଣୀ ମା ଦୁର୍ଗାଙ୍କର ଏକ ଭୟାନ‌କ ରୂପ ଯାହା ଓ ୭ ମାତୃକା ବା ମାତାଙ୍କ ମଧ୍ୟରୁ ମଧ୍ୟ ସେ ଜଣେ ।[୨]

ସେ ମଧ୍ୟ ୬୪ (ବା ୮୧) ମୁଖ୍ୟ ଯୋଗିନୀମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ମା ଦୁର୍ଗାଙ୍କର ପରିଚାରିକା ।[୩] ଚଣ୍ଡ (Chanda) ଓ ମୁଣ୍ଡ (Munda) ନାମକ ଦୁଇ ଅସୁରଙ୍କୁ ମାରିଥିବାରୁ ତାଙ୍କର ନାମ ଚାମୁଣ୍ଡା ଠାକୁରାଣୀ ହୋଇଥିଲା । କାଳୀ, ଦୁର୍ଗାପାର୍ବତୀଙ୍କର ମଧ୍ୟ ସେ ଅନ୍ୟ ଏକ ରୂପ ।

ପୁରାକାଳରେ ଚାମୁଣ୍ଡାଙ୍କ ପୂଜାରେ ବଳି ଦିଆଯା‌ଉଥିବା ସ‌ହିତ ମଦ ମଧ୍ୟ ଦିଆଯାଉଥିଲା । ବେଳେବେଳ ମଣିଷ ବଳି ମଧ୍ୟ ଦିଆଯାଉଥିଲା । ପୂର୍ବରୁ ଚାମୁଣ୍ଡା ଜଣେ ଆଦିବାସୀ ଠାକୁରାଣୀ ଭାବରେ ପୂଜା ପାଉଥିଲେ କିନ୍ତୁ ଶୈବ ଓ ବୈଷ୍ଣବ ଧର୍ମ ପ୍ରଭାବରେ ସେହି ପ୍ରଥା ବନ୍ଦ ହୋଇଗଲା ।

ଉତ୍ପତ୍ତି[ସମ୍ପାଦନା]

ରାମକୃଷ୍ଣ ଗୋପାଲ ଭଣ୍ଡାରକର (Ramakrishna Gopal Bhandarkar) କ‌ହିବା ଅନୁସାରେ ଆଦିବାସୀ ସମ୍ପ୍ରଦାୟଙ୍କର ଠାକୁରାଣୀ ଥିଲେ ଚାମୁଣ୍ଡା । ତାଙ୍କୁ 'ମଧ୍ୟ ଭାରତ'ର ବିନ୍ଧ୍ୟ ପର୍ବତରେ ବାସ କରୁଥିବା ଆଦିବାସୀମାନେ ପୂଜା କରୁଥିଲେ । ଔପଚାରିକ ଭାବରେ ଚାମୁଣ୍ଡାଙ୍କୁ ପଶୁ ବା ମଣିଷ ବଳି ସ‌ହିତ ମଦ ଅର୍ପଣ କରାଯାଉଥିଲା । ହିନ୍ଦୁ ସମିଶ୍ରଣ ପରେ ମଧ୍ୟ ଚାମୁଣ୍ଡାଙ୍କର ତାନ୍ତ୍ରିକ ପୂଜାରେ ବଳି ଦିଆଯାଉଥିଲା । ବୈଦିକ ରୀତିର ରୁଦ୍ର ବା ଆଧୁନିକ ଯୁଗର ଶିବଙ୍କ ସ‌ହିତ ସ‌ହାବସ୍ଥାନ ଯୋଗୁ ଠାକୁରାଣୀଙ୍କର ଭୟାନ‌କ ରୂପ ଓ ଗୁଣ ହୋଇଥିବା ଭଣ୍ଡାରକରଙ୍କର ମତ; ଅଗ୍ନି ଦେବଙ୍କ ସ‌ହିତ ମଧ୍ୟ ସମ୍ପର୍କ ଥିବା କୁହାଯାଏ ।[୪] ଏହି ତ‌ତ୍ତ୍ୱକୁ ୱାଙ୍ଗ ମଧ୍ୟ ସମର୍ଥନ କରନ୍ତି । ଚାମୁଣ୍ଡା, ଚାମୁଣ୍ଡି, ଚାମୁଣ୍ଡେଶ୍ୱରୀ, ଚର୍ଚ୍ଚିକା ଓ ରକ୍ତକାଳୀ ସ‌ହିତ ତାଙ୍କର ଅନେକ ନାମ ଅଛି ଯଥା:- ରୁଧିର କାଳୀ, ଚଣ୍ଡ କାଳୀ, ରୁଧିର, ରୁଧିର ମାଳା ଦେବୀ, ରୁଧିରାମ୍ମା, ରୁଧିରେଶ୍ୱରୀ, ରକ୍ତ ଚାମୁଣ୍ଡୀ, ବୀର କାଳୀ, ପୋରକଲି, ଘାଲୁରିକା, ଉରଗା ଚଣ୍ଡୀ, କଲାରି ଦେବୀ ଓ ଅତି ଭୟ କାଳୀ ଯାହାଙ୍କୁ ଭାରତ ଓ ନେପାଳର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମରେ ପୂଜା କରାଯାଏ । ଯୁଦ୍ଧ ଦେବୀ ଓ କଲରିପୟାଟ୍ଟୁ (Kalaripayattu) ଯୁଦ୍ଧ ବିଦ୍ୟାର ଦେବୀ ଭାବରେ ସେ ପୂଜିତ ହୁଅନ୍ତି । [୫]

ପ୍ରତିମା-ବିଦ୍ୟା[ସମ୍ପାଦନା]

ଚାମୁଣ୍ଡା, ୧୧-୧୨ତମ ଶତାବ୍ଦୀ, ଜାତୀୟ ସଂଗ୍ରହାଳୟ, ଦିଲ୍ଲୀ । ମଡ଼ା ଉପରେ ଚାମୁଣ୍ଡା ବସିଛନ୍ତି ।

ଚାମୁଣ୍ଡା ପ୍ରତିମୁର୍ତ୍ତିର ରଙ୍ଗ କଳା ବା ନାଲି ଥାଏ ଓ ବେକରେ ମୁଣ୍ଡ ବା ଖପୁରୀ ମାଳା ପଡ଼ିଥାଏ । ତାଙ୍କର ୪,୮,୧୦ ବା ବାରଟି ହାତ ଥାଇପାରେ, ହାତରେ ଡମ୍ବରୁ, ତ୍ରିଶୁଳ, ବଜ୍ର, ଖଣ୍ଡା, କଟାମୁଣ୍ଡ, ଖପୁରୀ ଗଦା (khatvanga), ସାପ, ରକ୍ତଭରା ଖପୁରୀ ବା ପାନୀୟ ପାତ୍ର ଥାଏ । ପୁରୁଷ ଲୋକର ଶବ ଉପରେ ସେ ଠିଆ ହୋଇଥାଆନ୍ତି ଯାହାକୁ ପ୍ରେତାସନ କୁହାଯାଏ । ଖପୁରୀ, ହାଡ଼ ଓ ସାପ ଇତ୍ୟାଦି ତାଙ୍କର ଅଳଙ୍କାର ରୂପ ନେଇଥାଏ । ସେ ଗୋଟିଏ ଜଜ୍ଞୋପବିତ ଧାରଣ କରିଥାଆନ୍ତି । ତାଙ୍କ ମୁଣ୍ଡର ବାଳ ଜଟା ଆକାରରେ ଥାଏ ଯାହାକୁ ସେ ସାପ ବା ଖପୁରୀ ସାହାଯ୍ୟରେ ଅଳଙ୍କାର ଭାବରେ ବାନ୍ଧିଥାଆନ୍ତି । ତାଙ୍କ ମଥାରେ ଅସମ୍ପୁର୍ଣ୍ଣ ଜ‌ହ୍ନ ଦେଖିବାକୁ ମିଳେ ।[୬][୭] ତାଙ୍କର ଆଖିରୁ ନିଆଁ ହୁଳା ବାହାରିବା ଭଳି ଦେଖାଯାଏ । ଦୁଷ୍ଟ ଶକ୍ତି ସବୁ ତାଙ୍କ ସାଥିରେ ରହନ୍ତି । [୭][୮] ତାଙ୍କ ଚାରିପାଖରେ କଙ୍କାଳ ବା ଭୂତ ଓ ବିଲୁଆ ଥାଆନ୍ତି ଯେଉଁମାନେ ତାଙ୍କ ବସିବା ବା ଠିଆ ହୋଇଥିବା ସ୍ଥାନ ତଳେ ଥିବା ମଣିଷ ଶବର ମାଂସ ଝୁଣି ଖାଆନ୍ତି । ବିଲୁଆ ଓ ତାଙ୍କର ସାଥିମାନେ ଖପୁରୀ-ପାତ୍ରରେ ଥିବା ରକ୍ତ ବା କଟା ମୁଣ୍ଡରୁ ବୋହିଯାଉଥିବା ରକ୍ତ ପାନ କରୁଥାଆନ୍ତି । ପ୍ରତିକାତ୍ମକ ଭାବରେ ଏହା ଦର୍ଶାଏ ଯେ ପରାଜିତ ଶତୃର ରକ୍ତ ଚାମୁଣ୍ଡା ପାନ କରନ୍ତି ।[୯] ସମସ୍ତ ମାତୃକାଙ୍କର ବିଶେଷତଃ ଚାମୁଣ୍ଡାଙ୍କର ରକ୍ତ ପାନ କରିବାଟା ଏକ ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ । ବେଳେ ବେଳେ ସେ ପେଚା ବାହନ ଉପରେ ବସିଥାଆନ୍ତି । ତାଙ୍କର ପତାକାର ଏକ ଇଗଲର ଚିହ୍ନ ଥାଏ । [୭]

ଆଧାର[ସମ୍ପାଦନା]

  1. Nalin, David R. (15 June 2004). "The Cover Art of the 15 June 2004 Issue". Clinical Infectious Diseases.
  2. Wangu p.72
  3. Wangu p.114
  4. Vaisnavism Saivism and Minor Religious Systems By Ramkrishna G. Bhandarkar, p.205, Published 1995, Asian Educational Services, ISBN 81-206-0122-X
  5. Wangu p.174
  6. See:
  7. ୭.୦ ୭.୧ ୭.୨ Goswami, Meghali; Gupta, Ila; Jha, P. (March 2005). "Sapta Matrikas In Indian Art and their significance in Indian Sculpture and Ethos: A Critical Study" (PDF). Anistoriton Journal. Anistoriton. Retrieved 2008-01-08. "Anistoriton is an electronic Journal of History, Archaeology and ArtHistory. It publishes scholarly papers since 1997 and it is freely available on the Internet. All papers and images since vol. 1 (1997) are available on line as well as on the free Anistorion CD-ROM edition."
  8. Kinsley p.147
  9. "Durga: Avenging Goddess, Nurturing Mother ch.3, Chamunda". Norton Simon Museum. Archived from the original on 2006-10-03.