ଫ୍ୟାମିଲି ନମ୍ବର୍ ୱାନ୍
ଫ୍ୟାମିଲି ନମ୍ବର୍ ୱାନ୍ | |
---|---|
ନିର୍ଦ୍ଦେଶକ | ନିଶିକାନ୍ତ ଦଳବେହେରା |
ପ୍ରଯୋଜକ | ରବିନ୍ଦ୍ର ପଣ୍ଡା ଅଶୋକ ସାହୁ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ନିଶିକାନ୍ତ ଦଳବେହେରା |
କାହାଣୀ | ବିଜୟଲକ୍ଷ୍ମୀ ପଣ୍ଡା |
କଳାକାର | ଦୀପକ ବାରିକ ମଧୁସ୍ମିତା ଚୌଧୁରୀ ଜୟପ୍ରକାଶ ଦାସ ଚୌଧୁରୀ ବିକାଶ ଦାସ ବିଜୁ ବଡ଼ଜେନା |
ସଙ୍ଗୀତ | ଗୁଡ୍ଲି ରଥ |
ଚିତ୍ରଗ୍ରହଣ | ଅମରଜିତ ମହାନ୍ତି |
ସମ୍ପାଦକ | ଅଜିତ ମନ୍ଧୁଆଳ |
ମୁକ୍ତିଲାଭ ତାରିଖ | ୨୭ ମଇ ୨୦୧୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଫ୍ୟାମିଲି ନମ୍ବର୍ ୱାନ୍, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ୍ଦ୍ର ପଣ୍ଡା ଏବଂ ଅଶୋକ ସାହୁ ।[୧] ବିଜୟଲକ୍ଷ୍ମୀ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ରଜନୀ ରଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ନିଶିକାନ୍ତ ଦଳବେହେରା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍ଲି ରଥ, ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଏବଂ ମଧୁସ୍ମିତା । ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ବିଜୁ ବଡ଼ଜେନା, ନିରଞ୍ଜନ ପତି, ବିଜୟ ପଟ୍ଟନାୟକ, ପ୍ରିୟଙ୍କା, ସୁବାଷ ଚନ୍ଦ୍ର ସାହୁ, ସ୍ମୃତି, ସୁଭାଙ୍ଗି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]- ଦୀପକ ବାରିକ[୩][୪]
- ମଧୁସ୍ମିତା
- ଚୌଧୁରୀ ଜୟପ୍ରକାଶ ଦାସ
- ଚୌଧୁରୀ ବିକାଶ ଦାସ
- ବିଜୁ ବଡ଼ଜେନା
- ନିରଞ୍ଜନ ପତି
- ବିଜୟ ପଟ୍ଟନାୟକ
- ପ୍ରିୟଙ୍କା
- ସୁବାଷ ଚନ୍ଦ୍ର ସାହୁ
- ସ୍ମୃତି
- ସୁଭାଙ୍ଗି
କାହାଣୀ
[ସମ୍ପାଦନା]ଆକାଶ (ଦୀପକ) ଏକ ଅନାଥ ପିଲାଟିଏ, ଯାହାର କେବେଳ ତା' ମାମୁଁ (ଚୌଧୁରୀ ଜୟପ୍ରକାଶ ଦାସ) ହିଁ ସାହା ଭରଷା । ଆକାଶ ତା' ଅଫିସ୍ରେ ଏକ ଝିଅ ମେଘ୍ନାକୁ (ମଧୁସ୍ମିତା) ଭଲ ପାଇବସେ । କିନ୍ତୁ ସେହି ଝିଅଟି ବି ଅନାଥ ଥାଏ, ଯାହାର ଗୋଟିଏ ସମ୍ପୂର୍ଣ୍ଣ ପରିବାରରେ ବିବାହ କରିବାର ଇଚ୍ଛା ଥାଏ । ତେଣୁ ଆକାଶ ତା'ର ଏକ ଅସ୍ଥାୟୀ ପରିବାର ତିଆରି କରେ । ସେ ଗୋଟିଏ ମଦୁଆ ପ୍ରାକ୍ତନ ଯାତ୍ରା କଳାକାରକୁ ତା'ର ବାପା, ଗୋଟେ ଚୋରଣୀକୁ ତା'ର ମାଆ ଏବଂ ଗୋଟିଏ ଝିଅକୁ ତା'ର ଭଉଣୀ କରି ଆଣି ଘରେ ରଖେ । ଏହାପରେ ଦୁହିଁଙ୍କର ବିବାହ ହୋଇଯାଏ । ମାତ୍ର ଧିରେ ଧିରେ ମେଘ୍ନା ସବୁକିଛି ଜାଣିପାରେ । ଫଳରେ ସେ ଘର ଛାଡ଼ିଯିବାକୁ ଚାହେଁ, ମାତ୍ର ସେଠାରେ ତା'ର ମିଛିମିଛିକା ଶାଶୁ, ଶଶୁର, ନଣନ୍ଦ ହୋଇଥିବା ଲୋକମାନେ ତାକୁ ସେମାନଙ୍କର ଭୁଲ ମାଗନ୍ତି ଏବଂ ସମସ୍ତ ଅନାଥମାନେ ମିଶି ଗୋଟେ ସୁନ୍ଦର ଫ୍ୟାମିଲି (ପରିବାର) ଗଢ଼ନ୍ତି ।
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ । ବାପୁ ଗୋସ୍ୱାମୀ ଏବଂ ଦୀପକ ଜେନା ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ବୋଲୋ ସେଇଁ ହୈ ସାଲା" | |
2. | "ଏ ଶୁଣନା ଦିନରେ ଭୈୟା" | |
3. | "କାହା ଚାବି" | |
4. | "ପତଳା ନିଦରେ ଶୋଇଚି ମୋ ପ୍ରିୟା" | |
5. | "ପାଲିଙ୍କି ଆଣି ଫେମିଲି ନଂ ୧" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "FAMILY NO 1 – Oriya Film Music Songs". Incredible Orissa. 25 June 2011. Retrieved 21 November 2017.
- ↑ "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
- ↑ "ଏହି ଓଲିଉଡ ନାୟକଙ୍କ ହାତ ଫାଙ୍କା". sambad.in. 30 April 2018. Retrieved 6 June 2018.
- ↑ "ସିନେମାଟିଏ 'ସୁପରଷ୍ଟାର' ହେଉ". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଫ୍ୟାମିଲି ନମ୍ବର୍ ୱାନ୍