ପ୍ରଦୀପ କୁମାର ପାଣିଗ୍ରାହୀ
ପ୍ରଦୀପ କୁମାର ପାଣିଗ୍ରାହୀ | |
---|---|
ସାଂସଦ ୧୮ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ଚନ୍ଦ୍ରଶେଖର ସାହୁ |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର |
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୨୪ | |
ପୂର୍ବ ଅଧିକାରୀ | ତ୍ରିନାଥ ବେହେରା |
ପର ଅଧିକାରୀ | ବିଭୂତି ଭୂଷଣ ଜେନା |
ନିର୍ବାଚନ ମଣ୍ଡଳୀ | ଗୋପାଳପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୩ ଅପ୍ରେଲ ୧୯୬୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ବିଜୁ ଜନତା ଦଳ (ନଭେମ୍ବର ୨୦୨୦ ଯାଏଁ) |
ଜୀବନ ସାଥୀ | ସୁଜାତା ପାଣିଗ୍ରାହୀ |
ବାପା/ବୋଉ | ସୁମନାଥ ପାଣିଗ୍ରାହୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରଦୀପ କୁମାର ପାଣିଗ୍ରାହୀ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଲୋକସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।୨୦୨୪ ସାଧାରଣ ନିର୍ବାଚନରେ ସେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ସାଂସଦ ଭାବେ ନିର୍ବାଚିତ ହୋଇ କାର୍ଯ୍ୟରତ ଅଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋପାଳପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ ପରିବାର ଓ ଶିକ୍ଷା
[ସମ୍ପାଦନା]ପ୍ରଦୀପ ୧୯୬୩ ମସିହାର ମାର୍ଚ୍ଚ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୋମନାଥ ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ସୁଜାତା ପାଣିଗ୍ରାହୀ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରଦୀପ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର ରାଜନେତା ଭାବରେ କାର୍ଯ୍ୟ କରୁଛନ୍ତି । ପୁର୍ବରୁ ସେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ବିଜେଡିରୁ ତାଙ୍କୁ ବହିଷ୍କାର କରାଯିବା ପରେ, ୨୨ ଫେବୃଆରୀ ୨୦୨୪ରେ, ସେ ବିଜେପିରେ ଯୋଗ ଦେଇଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨]
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ବ୍ରହ୍ମପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[୪] ଏହି ନିର୍ବାଚନରେ, ସେ ସମୁଦାୟ ୫,୧୩,୧୦୨ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ୧,୬୫,୪୭୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୫]
ବିଧାନସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨୦୦୯ | ୨୦୧୪ | ୧୪ଶ ଓଡ଼ିଶା ବିଧାନ ସଭା | ଗୋପାଳପୁର | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ୧୫ଶ ଓଡ଼ିଶା ବିଧାନ ସଭା | ଗୋପାଳପୁର | ବିଜୁ ଜନତା ଦଳ |
୨୦୧୯ | ୨୦୨୪ | ୧୬ଶ ଓଡ଼ିଶା ବିଧାନ ସଭା | ଗୋପାଳପୁର | ବିଜୁ ଜନତା ଦଳ |
ଲୋକସଭା ସାଂସଦ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨୦୨୪ | ଏବେଯାଏଁ | ୧୮ଶ ଲୋକ ସଭା | ବ୍ରହ୍ମପୁର | ଭାରତୀୟ ଜନତା ପାର୍ଟି |
ବିବାଦ
[ସମ୍ପାଦନା]ଦୁର୍ନିତି ଅଭିଯୋଗରେ ପ୍ରଦୀପଙ୍କୁ ୨୯ ନଭେମ୍ବର ୨୦୨୦ରେ ବିଜେଡିରୁ ବହିଷ୍କାର କରାଯାଇଥିଲା ।[୬] ସେ ତାଙ୍କର ହେବାକୁ ଥିବା ଜ୍ୱାଇଁ ପ୍ରଦୀପ ପାଠକଙ୍କ ସହ ମିଶି ଠକେଇ ଅଭିଯୋଗରେ ମଧ୍ୟ ଗିରଫ ହୋଇଥିଲେ ।[୭]
ଆଧାର
[ସମ୍ପାଦନା]- ↑ "The steady rise, and sharp fall of BJD lawmaker Pradeep Panigrahy". Hindustan Times (in ଇଂରାଜୀ). 5 December 2020. Retrieved 4 January 2021.
- ↑ ୨.୦ ୨.୧ "Shri Pradeep Kumar Panigrahy". odishaassembly.nic.in. Odisha Assembly. Retrieved 4 January 2021.
- ↑ "ବିଜେପିରେ ମିଶିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ: 'ନବୀନ ବାବୁ ନିଜ ସ୍ବାର୍ଥ ଲାଗି ବିଜେପି ହାତ ଛାଡ଼ିଥିଲେ'". Sambad (in ଆମେରିକୀୟ ଇଂରାଜୀ). 2024-02-22. Retrieved 2024-06-13.
- ↑ "ଓଡ଼ିଶାର ୨୧ ଲୋକସଭା ଆସନ ପାଇଁ ବିଜେପିର ସରିଲା ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ କେଉଁ ଆସନ ପାଇଁ ମିଳିଲା ଟିକେଟ୍". Kanak News. 30 March 2024. Archived from the original on 13 June 2024. Retrieved 13 June 2024.
- ↑ "2024 Indian General Election Results: Brahmapur (Odisha)". Election Commission of India. Retrieved 6 June 2024.
- ↑ "ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ - Dharitri". Dharitri Odia News. 29 November 2020. Retrieved 4 January 2021.
- ↑ "ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲା : ଭିଜିଲାନ୍ସକୁ ଦେଲେ ଲୋକାୟୁକ୍ତ | Sambad". ସମ୍ବାଦ. sambad.in. 12 December 2020. Retrieved 4 January 2021.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Pradeep Kumar Panigrahy-ସମ୍ପର୍କିତ ମିଡ଼ିଆ