ପାଟଣ ମଙ୍ଗଳା

ଉଇକିପିଡ଼ିଆ‌ରୁ

ଓଡ଼ିଶାର ଏକ ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ ଘଣ୍ଚେଶ୍ୱରର ମା' ପାଟଣ ମଙ୍ଗଳା ପୀଠ । କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ପାଟଣ ଅଂଚଳରେ । ବିଶ୍ୱାସ ରହିଛି,ମା'ଙ୍କ ପାଖରେ ଭକ୍ତି ମନରେ କିଛି ମାନସିକ କଲେ ,ତା ନିଶ୍ଚୟ ପୂରଣ ହୁଏ । ମା ଏଠାରେ ଲଙ୍କେଶ୍ୱରୀ ନାମରେ ମଧ୍ଯ ପୂଜା ପାଉଛନ୍ତି । ମା' ଙ୍କର ଏହି ନାମ ଓ ତାଙ୍କର ଏଠାରେ ଅବସ୍ଥିତିକୁ ନେଇ ରହିଛି ଏକ ସୁନ୍ଦର କିମ୍ବଦନ୍ତୀ ।

କିମ୍ବଦନ୍ତୀ[ସମ୍ପାଦନା]

ଆଜକୁ ବହୁବର୍ଷ ତଳେ ନରେନ୍ଦ୍ରପୁର ଗ୍ରାମରେ ରହୁଥିଲେ ଅତ୍ଯନ୍ତ ଧର୍ମପରାୟଣ ବ୍ଯକ୍ତି ଧନେଶ୍ୱର ସୈଦାଗର । ସେ ବାଣିଜ୍ଯ କରିବାକୁ ଜଳପଥରେ ବିଭିନ୍ନ ସ୍ଥାନକୁ ଯାଉଥିଲେ । ଏକଦା ସେ ସିଂହଳ ଦ୍ୱୀପ କୁ(ଆଜିର ଶ୍ରୀଲଙ୍କା) ଯିବା ସମୟରେ ସମୁଦ୍ର ମଧ୍ଯରେ ଏକ ଅଦ୍ଭୁତ ଦୃଶ୍ଯ ଦେଖିଲେ । ସମୁଦ୍ରର ଲୁଣିପାଣି ମଧ୍ଯରେ ଏକ ସୁନ୍ଦର ପଦ୍ମ ଫୁଲ ଏବଂ ତା' ଉପରେ ଉପବେଷ୍ଟିତ ଏକ ଦିବ୍ଯ କନ୍ଯା। ସେହି ଦିବ୍ଯକନ୍ଯା ଜଣକ ନିଜକୁ ଆଦିମାତାଙ୍କ ଅଂଶ ବୋଲି ପରିଚୟ ଦେବା ସହ ସେ ଧନେଶ୍ୱରଙ୍କ ସହ ଯିବାକୁ ଚାହିଁଥିଲେ। ଧନେଶ୍ୱର ସୈଦାଗର ମା'ଙ୍କୁ ଆଣି ନରେନ୍ଦ୍ରପୁର ନିକଟସ୍ଥ ପାଟଣରେ ପ୍ରତିଷ୍ଠା କରିଥିଲେ। ପରେ ମା'ଙ୍କ ସ୍ୱପ୍ନାଦେଶ ଅନୁଯାୟୀ ନିଜର ଏକ ମାତ୍ର କନ୍ୟା ଚନ୍ଦ୍ରକଳାଙ୍କୁ ଆଜୀବନ ଅବିବାହିତ ରହି ମା'ଙ୍କ ସମସ୍ତ ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ।

ଇତିହାସ[ସମ୍ପାଦନା]

କନିକା ରାଜାଙ୍କ ପ୍ରତକ୍ଷ୍ଯ ତତ୍ତ୍ୱାବଧାନରେ ମା'ଙ୍କ ପୂଜାର୍ଚ୍ଚନା ହୋଇ ଆସୁଛି। ସେତେବେଳର କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ମା'ଙ୍କ ନିମନ୍ତେ ମନ୍ଦିର ନିର୍ମାଣ କରିଥିଲେ । ରାଜାଙ୍କ ସ୍ଥାନୀୟ ପ୍ରତିନିଧି ବା ଗୁମାସ୍ତା ମା'ଙ୍କ ରକ୍ଷଣା ବେକ୍ଷଣ କରିଆସୁଛନ୍ତି।

ଆଧାର[ସମ୍ପାଦନା]